Sahitya Jibana

Portal on odia literature

ମା’ର ପ୍ରତିକ୍ଷା – ପୁଷ୍ପିତା ଭୋଇ

1 min read

ମୁଁ ବହୁତ ଖୁସି ରେ ଧନ
ତୁ ଆସୁଛୁ ବୋଲି,
ଗୋଟି ଗୋଟି ସବୁ ଯନ୍ତ୍ରଣା ଅନଳ
ଲିଭି ଯାଉଛି ରେ ଚାଲି ।।

ଦଶ ମାସ ଦଶ ଦିନର ମୁଁ
ମୋ ଗର୍ଭରେ ଧରିଛି ତୋତେ,
ମୃତ୍ୟୁ ମୁଖେ ପଡି ଜନମ ଦେଇଛି
ବେଦନା ସହିଛି କେତେ ।।

ମୋ ବକ୍ଷରୁ ତୁ ପାଣି ପବନ ଅମୃତ
ଆହାର ଦେଇଛି ତୋତେ,
କେତେ ପଦାଘାତ ସହିଛି ତୋହର
ହିସାବ ରଖିନି କେବେ ।।

ତୁ ସିନା…….!!!
ବୁଝିଲୁନି ଏ ଗର୍ଭଧାରିଣୀ ର
ଅକୁହା ଅଦେଖା ଅନ୍ତର୍ବେଦନା,
କେତେ ବର୍ଜ୍ୟବସ୍ତୁ ତ୍ୟାଗ କରି ଦେହେ
କୋଳରେ ଅପରିଷ୍କାର ର ତାଡନା ।।

ମୁଁ କ’ଣ………!!!
ତୋତେ ଫୋପାଡ଼ି ଦେଇଥିଲି
ନା ମୁଁ ତତେ ପର କରିଥିଲି,
ନା ତୋତେ ଏ ଧରିତ୍ରୀ ବକ୍ଷରେ
କେବେ ଏକାକିନୀ ଛାଡ଼ିଥିଲି।।

ହେଲେ ତୁ……….!!!
ତୁ କ’ଣ କଲୁରେ ଧନ
ମୋ ପାଣି ପବନ ପିଇ,
ମୁଣ୍ଡ କୁ ହାତ ପାହିଲା ପରେ,
ଏ ଜନ୍ମଦାତ୍ରୀ କୁ ଗଲୁ ଭୁଲି ।।

ତୁ ସେ………!!!
ବିଦେଶୀ ମା”ର ଚାକଚକ୍ୟ ରୂପରେ,
ନଭଶ୍ଚୂମ୍ଭୀ ଅଟାଳିକାର ମାୟା ଜାଲରେ,
ଛାଇ ଆଲୁଅର ଲୁଚକାଳି ରେ
ମୋ ସ୍ନେହ ମମତାକୁ ଦଳିଦେଲୁ ପାଦରେ ।।

ହେଲେ………..!!!
ମୁଁ ଠିକ୍ ଜାଣିଥିଲି ରେ ମୋ ବାୟା
ଦିନେ ନା ଦିନେ ନିଶ୍ଚୟ ଆସିବୁ,
ତୋ ସେହି ମା” କୋଳକୁ ନିଶ୍ଚୟ ଫେରିବୁ,
ମୋ ପଣତ କାନି ତଳେ ଆଶ୍ରୟ ନେବୁ ।।

ମୁଁ……….!!!
ତୋତେ ପ୍ରତୀକ୍ଷା କରିଥିଲି ଏହି ଦିନକୁ
ମୋ ପ୍ରତୀକ୍ଷା ର ଅନ୍ତ ଘଟିଛି,
ଯେଉଁ ବିଦେଶିନୀ କୁ ମା” ଭାବିଥିଲୁ
ସେ ତୋତେ ଆଜି ପର କରି ଦେଇଛି ।।

ଯିଏ ଜନ୍ମ ଦେଇଛି………!!!
ସେ ହିଁ ପ୍ରସବ ବେଦନା ଜାଣିଛି
ତୁ ଯେତେ ଅବଳା ଦୁର୍ବଳା ଭାବିଲେ ବି,
ମୁଁ ସେହି ଜନ୍ମ ଦେଇଥିବା ଛୋଟ ” ଗାଁ”।।
ମୁଁ କ’ଣ ତୋ ଯନ୍ତ୍ରଣା ସହି ପାରିବି?
ମୁଁ ପରା ତୋର ମା”……..।।

ତୋତେ…….!!!
ମୋ ବାହୁ ମେଲେଇ ଆକୁଳେ
ଡାକୁଛି ରେ ଧନ ଆ……ଆ
ମୋ କୋଳକୁ ଫେରିଆ,
ମୋ ପଣତ ତଳେ ଲୁଚି ଯା ,
ଯେତେ ବିପଦ ଆସିଲେ ବି ପାଖେ ରହିଛି ତୋ” ଗାଁ”।।

ଆଜି……..!!!
ମୋ ବିଦେଶୀ ପୁଅ ଫେରିଛି
ମୋ କୋଳରେ ବସି ହସୁଛି
ମୋ ପ୍ରତୀକ୍ଷା ର ଅନ୍ତ ଘଟିଛି,
କେତେ ଆନନ୍ଦରେ ବିଭୋର ସେ ଆଜି
ମୋତେ ମା” ବୋଲି ଡାକୁଛି ।।

କ୍ରମଶଃ
ପୁଷ୍ପିତା ଭୋଇ
ଅରିଲୋ,କାଦୁଅପଡା
ଜଗତସିଂହପୁର
ଇ-ମେଲ :
puspitabhoi729@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?