Sahitya Jibana

Portal on odia literature

ମମତାମୟୀ ଜନନୀ – ପ୍ରତାପ ଚନ୍ଦ୍ର ପ୍ରଧାନ

1 min read

ମାଆ ପରା ଅଟେ ମାଟି ଆକାଶ
ଅବର୍ଣ୍ଣନୀୟ ତା ଗୁଣ ବିନ୍ୟାସ ।
କେତେ କଷ୍ଟ ସହି ଜନମ ଦିଏ
ଛୁଆ ମୁହଁ ଦେଖି ସେ ଭୁଲିଯାଏ ।
ପାଳେ ତାକୁ କେତେ ଜତନ କରି
ସାଇତି ରଖେ ସେ ନଖାଇକରି ।
ତା ଭଲପାଇବା ସ୍ନେହ ମମତା
ସବୁବେଳେ ତାର ପିଲାଙ୍କ ଚିନ୍ତା ।
ପିଲା ପରା ତାର ଜୀବନ ଧନ
ପାଳୁଥାଏ ଦେଇ ନିଜର ପ୍ରାଣ ।
ମାଆ ପାଖେ ଥିଲେ ନଥାଏ ଭୟ
ଦୁନିଆକୁ ଲାଗେ କରିବି ଜୟ ।
ତାର ହାତରନ୍ଧା ଶାଗ ପଖାଳ
ସ୍ବାସ୍ଥ୍ୟ ପାଇଁ ଭଲ ଦେହକୁ ବଳ ।
ମୁହଁ ପୋଛିଦେଲେ ତାର କାନିରେ
କେତେ ଶାନ୍ତି ମିଳେ ଏଇ ମନରେ ।
ଶେଷ ଯାଏଁ ଚିନ୍ତା ସନ୍ତାନ ପାଇ
ଧନ ମୋର ଖାଇଲାଣି କି ନାଇଁ ।
ଛାତିକୁ ତାହାର ପଥର କରି
ପିଲାଙ୍କର ଦୋଷ ଯାଏ ପାଶୋରି ।
ଶୁଝି ପାରିବାନି ତାହାର ଋଣ
ପୂଜା କରୁଥିବା ତାର ଚରଣ ।
ଶ୍ରୀମନ୍ଦିର ନେତ ପଣତ କାନି
ସେ ପରା ମମତାମୟୀ ଜନନୀ ।

ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା, କଣାସ ,ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?