Sahitya Jibana

Portal on odia literature

ମା – ନିବେଦିତା ମହାପାତ୍ର

1 min read

ଦଶମାସ ଗର୍ଭେ ଧରି ଦେଲା ଯେ ଜନମ
ସେହି ସ୍ନେହମୟୀ ପାଦେ କରୁଛି ପ୍ରଣାମ
ବକ୍ଷରୁ ଅମୃତ ଦେଇ କରିଛି ପାଳନ
ନ କହିବି ବୁଝିପାରେ ସେ ଅବୁଝା ମନ
ସ୍ପର୍ଶ ତା’ର ଫୁଲ ଠୁ ବି ଲାଗ‌ଇ କୋମଳ
ବାଣୀ ପୁଣି କରିଦିଏ ଦୃଢ଼ ମନୋବଳ
ପଣତରେ ପୋଛିଦିଏ ନୟନୁ ଲୋତକ
ତ୍ୟାଗ ଆଗେ ତା’ର ନ‌ଇଁଯାଏ ମୋ’ ମସ୍ତକ।

ଆଖି ଦେଖି ପଡ଼ିପାରେ ହୃଦୟର ଭାଷା
ମନ ଜାଣି ପୁରା କରେ ସବୁ ଅଭିଳାଷା
କଷ୍ଟ ଦେଖି ମୋ’ର ଝରାଏ ଆଖିରୁ ଲୁହ
ଅଛି ବା କିଏ ଜଗତେ ତା’ ପରିକା କୁହ
ଗଙ୍ଗା ପରି ପବିତ୍ର ତା’ ଆଶିଷର ଧାରା
ମିଳିଗଲେ ସିଦ୍ଧ ହୋଇଯାଏ କାର୍ଯ୍ୟ ପରା
କୋଳ ଅଗଣାରେ ମିଳେ ସରଗର ସୁଖ
ଦୂର ହୁଏ ଦୁଃଖ ଦେଖି ଦେଲେ ତା’ର ମୁଖ।

ଝୁଣ୍ଟି ପଡ଼ିଲେ ପାଟିରୁ ବାହାରେ ଯା’ ନାଆଁ
ସର୍ବସଂହା ଧରିତ୍ରୀ ପରି ଅଟ‌ଇ ମାଆ।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ପୁରୀ

Copyright © Sahitya Jibana | Newsphere by AF themes.