Sahitya Jibana

Portal on odia literature

ମା ତୋ ପରି କିଏ ହେବ – ଅନ୍ତର୍ଯ୍ୟାମୀ ସାହୁ

1 min read

ଦୟାର ଭଣ୍ଡାର ମମତାମୟୀ ଗୋ
କରୁଣାର ଗନ୍ତାଘର,
ଜନ୍ମଦେଇ ମୋତେ ଋଣୀ କରିଅଛୁ
ଅପାର ମହିମା ତୋର । ୧ ।
ଦଶମାସ ଦଶଦିନ ଗ6ର୍ଭ ରଖି
ପୁଣି କେତେ କଷ୍ଟ ସହି,
ପ୍ରସବ ବେଦନା କଳନା ନୁହଁଇ
ଭୁଲିଗଲୁ ମୋତେ ପାଇ ।୨।
ଦୁନିଆ ଦାଣ୍ଡରେ ଉଭା କଲୁ ମୋତେ
ଅନ୍ଧ ରାଇଜେ ମୁଁ ଥିଲି,
ଅନ୍ଧକାରୁ କାଢ଼ି ଆଲୋକ ଦେଖାଇ
ଦୀପଶିଖା ଦେଲୁ ଜାଲି ।୩।
କୁନି ହାତଧରି ଚାଳି ଶିଖାଇଲୁ
ଝୁଣ୍ଟିଲେ ପୁଣି ଉଠାଉ,
ଗୁରୁ ସାଜି ମୋତେ ନାନା ଶିକ୍ଷାଦେଇ
ଜଗତ ଜଣାଇଦେଉ ।୪।
ତୋ ପଣତକାନି ମୋପାଇଁ ସରଗ
ସୁଖଠାରୁ ବଳି କରି ,
ମାଆ ମାଆ ଡାକି କାନ୍ଦେ ଯେବେ ମୁହି
ତୋଲୁ ତୁ ହସ୍ତ ପ୍ରସାରି । ୫ ।
ମାଆତୋ ମମତା ସେନେହ ଆଗରେ
ନୂଇଁଯାଏ ମୋର ମଥା,
ତୋର ମାଡ ଗାଲି ଆଶିର୍ବାଦ ମୋର
ମିଳିଛି ଅନେକ ଶିକ୍ଷା । ୬।
ଦୁନିଆରେ କିଏ ହେବ ତୋପରିକା
ନିସ୍ଵାର୍ଥ ସେବାଟି ତୋର,
ସ୍ଵାର୍ଥ ପାଇଁ ସର୍ବେ ବାଉଳା ହୁଅନ୍ତି
ତୁ ଅଟୁ ଭିନ୍ନ ପ୍ରକାର ।୭।
ସୁଝିପାରିବିନି ତୋଋଣ ମାଆଲୋ
ଏତେ ଋଣ କାହିଁଦେଲୁ,
ଋଣୀ କରିଦେଇ ଜନ୍ମ ଜନ୍ମାନ୍ତରେ
ଋଣୀ ଟିଏ କରିଦେଲୁ ।୮ ।
ସବୁଜନ୍ମ ପାଇଁ ତୁ ହେବୁ ମୋ ମାଆ
ମୁହିଁ ତୋର ପୁତ୍ର ହେବି,
ଏତିକି ସୁଦୟା କରିବୁ ଜନନୀ
ତୋ ପାଦସେବା ପାଇବି । ୯ ।
ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା /କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?