Sahitya Jibana

Portal on odia literature

ସଚେତନ – ରମାକାନ୍ତ ଦାସ

1 min read

ସଚେତନ ହେବା ସଜାଗ ରହିବା
ଆମେ ଏ କରୋନା କାଳରେ
ମାସ୍କ ପିନ୍ଧିବା, ହାତ ଧୋଇବା
ଫୁଟାଇ ପିଇବା ଜଳ
କରୋନା କୁ ଆମେ ହରେଇ ଦେବା
ଏକତା ହିଁ ଆମ ବଳ ||
ବାହାରକୁ ଗଲେ ମାସ୍କ ପିନ୍ଧିବା
ଆସିଲେ ଧୋଇବା ହାତ
ସମସ୍ତଙ୍କୁ ଆମେ ସଜାଗ କରିବା
ଧୋଇବାକୁ ନୀତି ହାତ ||
ଭିଡ ସ୍ଥାନକୁ ଯିବନାହିଁ ଆମେ
ଗହଳି କରିବା ନାହିଁ
ସରକାରଙ୍କ କଥା ମାନି ଚଳିଲେ
କରୋନା ଯିବ ପଳାଇ ||
ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟକର୍ମୀ ଆଦି
ଜୀବନ୍ତ ଦେବତା ଏବେ
ଏମାନଙ୍କ କଥା ମାନି ଚଳିଲେ
କରୋନା ହେବନି କେବେ ||
ନିଜେ ସୁରକ୍ଷିତ ରୁହନ୍ତୁ, ନିଜର ପରିବାରକୁ ସୁରକ୍ଷିତ ରଖନ୍ତୁ
ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ

ରମାକାନ୍ତ ଦାସ
ନନ୍ଦିଗ୍ରାମ, ନାଉଗାଁ, ଜଗତସିଂହପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?