Sahitya Jibana

Portal on odia literature

ମୋ ଜଗନ୍ନାଥ – ବିକ୍ରମ ବେହେରା

1 min read

କି ଶବ୍ଦେ ବନ୍ଦିବି ତୋର ଭାବାବେଗ
ଶବ୍ଦ ହୀନ ଆଜି ମୁଁହି
ତୋର ଆଶୀର୍ବାଦ ମୋ ଉପରେ ଥିଲେ
ଜଗତେ ତିଷ୍ଠିବି ତହିଁ

ହେ ଚକାଡୋଳା ଅପୂର୍ଵ ତୋ ଲୀଳା
ଅଦୃଶ୍ୟ ତୋ ମୋହ ମାୟା
ଛନ୍ଦି ହେଇଗଲି ତୋ ଛନ୍ଦା ଚରଣେ
ଦେଖା ମତେ ଠିକ ରାସ୍ତା

ବାନ୍ଧି ଦେ ମୋତେ ତୋ ଭାବ ଡୋରି ରେ
ଅଭାବ ମୋଠୁ ଦୂରୀ
ତାରି ଦେ ମତେ ଏ ଦୁଃଖ ସାଗରୁ
ସୁଖର ଅନ୍ୱେଷ ଲାଗି

ଦୋଛକି ର ଏଇ ଜୀବନ ଜଂଜାଳ
ରହିଛି ତୋ ପାଖେ ବନ୍ଦୀ
ତୋର ଆଶୀର୍ବାଦ ମୋତେ ଉଦ୍ଧାରିବ
ଏ ଭବ ସାଗରୁ ତହିଁ

ଆହେ ଜଗନ୍ନାଥ!ଆହେ ଦୀନବନ୍ଧୁ
ଅନାଥ ଲୋକଙ୍କ ନାଥ
ଜନ ହୀନ ଦୁଃଖ ଲାଘବ କର ହେ
ରଖ ଏ ଜଗତ ସିନ୍ଧୁ
—————————————-
ବିକ୍ରମ ବେହେରା
ଲଣ୍ଡାଜୁଆଳି,ଆସ୍କା (ଗଞ୍ଜାମ )