Sahitya Jibana

Portal on odia literature

ହଜିଯାଏ ଯହିଁ – ଅନଙ୍ଗ ମୋହନ ଦାସ

1 min read

ହଜିଯାଏ ଯହିଁ…….?

ହଜିଯାଏ ଯହିଁ ତଟିନୀ
ନୀଳ ରତ୍ନାକର ଗର୍ଭରେ ,
ଭାଙ୍ଗିଯାଏ ସବୁ ସପନ
ବିପରୀତ ପରିସ୍ଥିତି ରେ ।

ହଜିଯାଏ ଯହିଁ ଗହଳି
ନିଶିଥିନୀ ଅନ୍ଧକାର ରେ ,
ଭାଙ୍ଗିଯାଏ ସବୁ ସମ୍ପର୍କ
ଟିକେ ଭୁଲ୍ ବୁଝାମଣାରେ ।

ହଜିଯାଏ ଯହିଁ ତାରକା
ଦିବାକର ଆଗମନରେ ,
ଭାଙ୍ଗିଯାଏ ସବୁ କଳୁଷ
ମହାପ୍ରଭୁଙ୍କ ଦର୍ଶନରେ ।

ହଜିଯାଏ ଯହିଁ ଆକାଶ
ଧୂସର ଦିଗବଳୟରେ ,
ଭାଙ୍ଗିଯାଏ ସବୁ ଅତୀତ
ଅଧୁରା ବୟସ ପ୍ରାନ୍ତରେ ।

        ଅନଙ୍ଗ ମୋହନ ଦାସ
        ଡଗରା ,ବାଲିଆପାଳ, ବାଲେଶ୍ୱର

ହ୍ୱାଟ୍ସଆପ୍ ନମ୍ବର :7682875566

Copyright © Sahitya Jibana | Newsphere by AF themes.
Open chat
Hello
How can you help we?