ଚାଷୀ – ବିକ୍ରମ ବେହେରା
1 min read
Photo by Jose Aragones on Pexels.com
ଚାଷୀ………….
ଫସଲ ଦେଖିଲେ ହୁଅଇ ଖୁସି
ଲଙ୍ଗଳ ମୁନ ରେ ମାଟି ବକ୍ଷ ଚିରି
ଉତ୍ପାଦନ କରେ ଅମୁଲ ରାଶି
ସେ ଚାଷୀ……………….
ଦଡି ମଡି ଜୀବନ ରେ
ଦିଅଇ ସେ ଖାଦ୍ୟ ବରଷି
ନ ହୋଇ ସେ ତନ୍ଦ୍ରା ପରସି
ସେ ଚାଷୀ ………………….
ଯେତେବେଳେ ହସି ଉଠେ
ତା ପରିମଳ ଶସ୍ୟ ରାଶି
ହସି ସେ ହସାଉଥାଏ
ଏ ବିଶ୍ୱ ବାସିକି
ସେ ଚାଷୀ…………
ବିଶ୍ୱ ସମ୍ବଳ ର ସିଏ
ମଙ୍ଗୁଆଳ ରୂପ ଧରି
ଦିଅଇ ଶସ୍ୟ ପରସି
ସେ ଚାଷୀ………
ଆମ ପାଇଁ ଚାଷୀ ଚିର ନମସୀ
କରିବାନି କେବେ ଦୂର ର ଶଶୀ
ଚାଷୀ ଭାଇ ଆମ ଅଟେ ବିଶ୍ୱାସୀ
ସକଳ ପ୍ରାଣୀ ର ସେ ଅଶ୍ୱସୀ
ଦୁରୂହ ସାଜିଛି ଚାଷୀ ଭାଇ ଖୁସି
ଉଚିତ ମୁଲ ସେ ପାଏ ନାହିଁ
ଅଧୁନାତନ ତା ମନ ଭାଙ୍ଗୁଅଛି
କରିବା ପାଇଁ କି ଚାଷୀ ବୁରୁତିି
✍️ବିକ୍ରମ ବେହେରା
ଆସ୍କା,ଗଞ୍ଜାମ
ବହୁତ ସୁନ୍ଦର