ବାପା ଓ ମାଆ – ସୁକାନ୍ତ ଖଣ୍ଡା
1 min read
Photo by Pixabay on Pexels.com
ଗୋଟିଏ ବଡ଼ ଝଙ୍କାଳିଆ ବରଗଛରେ ଚିଲ ଦମ୍ପତି ବାସ କରୁଥିଲେ। ସେମାନେ ବହୁ କଷ୍ଟକରି ପ୍ରଥମତଃ ବସା ବାନ୍ଧି ଅଣ୍ଡା ଦେଇ ଛୁଆ ଫୁଟାଇଥିଲେ। ସେମାନଙ୍କ ଆନନ୍ଦ ଯେ ପ୍ରଥମରୁ ହିଁ ସଫଳ ଦମ୍ପତି ରୂପେ ଗଣ୍ଯ। ସେମାନ ନିଜର ସନ୍ତାନ ପାଇଁ ପୂରା ଉଦଯୋଗ ସହ କାମରେ ଲାଗି ପଡି଼ଲେ। ଖାଇବା,ପିଇବା ଓ ଯତ୍ନ ନେବାରେ ଟିକିଏ ବି ଊଣା କଲେ ନାହିଁ। ସମୟ ସର୍ବଦା ଠିକ୍ ସେ ଯାଏ ନାହିଁ। ଭଲ ପରେ ମନ୍ଦ ଆସିବା ପରି ସେମାନଙ୍କ ଉପରକୁ ଘୋର ବିପଦ ମାଡି଼ ଆସିଲା। ଗୋଟିଏ ଗୋଖୁର ସାପ ଲୁଚିଛପି ଆସି ଟିକି ଚିଲ ଛୁଆଙ୍କୁ ଧରି ଗିଳିବାରେ ଲାଗି ପଡି଼ଲା। ଏ ସବୁ ଦୃଶ୍ଯ ଚିଲ ଦମ୍ପତି ଆଖି ଆଗରେ ହୋଇଗଲା ତ ସେମାନେ କରିବେ କ’ଣ? ଦୁହେଁ ସିଦ୍ଧାନ୍ତ ନେଲେ କି ଲଢୁଆ ଜାତିରେ ଜନ୍ମ ହୋଇ ଡରିଯିବା କାପୁରୁଷ ପଣିଆ। ପୁରୁଷ ଚିଲ ଉଡି଼ ଆସି କହିଲା,”ସାପ ଭାଇ ! ଆପଣ ମୋ’ର ଟିକି ଶିଶୁଙ୍କୁ ଛାଡି଼ ଦିଅନ୍ତୁ ଅନ୍ଯଥା ଫଳ ଭୟଙ୍କର ହେବ। ପାଟିରେ ଧରି ଟିକି ଛୁଆକୁ ଖାଇବାକୁ ଯାଉଥିବା ଗୋଖୁର ଶୁଣିବ ବା କାହିଁକି? କହିଲେ ତ ପାଟିରୁ ଖାଦ୍ଯ ଚାଲିଯିବ। ସେ ଶୁଣି କି ନ ଶୁଣିବା ପରି ଗିଳି ଚାଲିଲା। ପରୁଷ ଚିଲ ପୁଣି ଦ୍ବିତୀୟ ବାର ସେହି କଥା ହିଁ ଜଣେଇ ଦେଲା ହେଲେ ଗୋଖୁର ସାପର ତଳିପେଟ ସୁଦ୍ଧା ହଲିଲା ନାହିଁ। ପୁରୁଷ ଚିଲ ପୁଣି କହିଲା ଏବେ ଦେଖ ମୋ’ର ଦକ୍ଷତା କେତେ। ସେ ପୁରକିନା ଉଡି଼ଯାଇ ଗୋଟିଏ ଆଖିକୁ ଖୁମ୍ପି ଫୁଟେଇ ଦେଲା। ଗୋଖୁରର ଆଖିରୁ ରକ୍ତର ଛିଟା ଭାସିଗଲା ହେଲେ ବି ଗିଳିବାରେ ମଗ୍ନ ନିବେଶ କଲା ତ ପୁରୁଷ ଚିଲ ପୁଣି ଉଡି଼ଯାଇ ଦ୍ବିତୀୟ ଆଖିକୁ ବି ଫୁଟେଇ ଦେଲା। ଏବେ ଗୋଖୁର ସାପ କରେ କ’ଣ? ସେ ଲଣ୍ଡଭଣ୍ଡ ହୋଇ ଏଣେତେଣେ ଦୌଡି଼ ବୁଲିଲା। ଗୋଟିଏ ଖୋଲରେ ଲୁଚିବା ଆଗରୁ ଚିଲ ଦମ୍ଫତି ଗୋଡେ଼ଇ ଗୋଡେ଼ଇ ଖୁମ୍ପିବାକୁ ଲାଗିଲେ। ସେମାନଙ୍କ ଥଣ୍ଟ ଓ ପଞ୍ଝାରେ ସାରା ଶରୀର ଗୋଖୁରର ଦେହକୁ ଚିରି ପକେଇଲେ। ଗୋଖୁର ସାପଟି କରେ କ’ଣ? ଗୋଟିଏ ଖୋଲରେ ପଶିଗଲା ତ ଚିଲ ଦମ୍ପତି ଫେରିଆସି ନିଜ ଶିଶୁଙ୍କର ଯତ୍ନ ନେଲେ। ଗୋଖୁର ସାପ ଖୋଲ ଭିତରେ ଥାଇ ନିଜକୁ ଭାବିଲା। ଚିଲ ଦମ୍ପତି ତାକୁ କେତେ ସତର୍କ କରିଥିଲେ ହେଲେ ନ ଶୁଣି ଏହି ଦଶା ଭୋଗିବାକୁ ହେଲା। ସେ ନ ଦେଖିବା କାରଣରୁ କୁଆଡେ଼ ତ ଯାଇ ପାରିଲା ନାହିଁ ଖାଇବ ନା ପିଇବ? ଭୋକ ଓ ଶୋଷରେ ଛଟପଟ ହୋଇ କେତେଦିନ ପରେ ମରିଗଲା। ଚିଲ ଦମ୍ପତି ନିଜ ଶିଶୁଙ୍କର ଯତ୍ନ ନେଉନେଉ ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଲେ। ସେମାନଙ୍କର ଆଖିରେ ଲୁହ।
ସୁକାନ୍ତ ଖଣ୍ଡା , କେନ୍ଦୁଝର