Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଦେବେନ୍ଦ୍ର କୁମାର ନାଏକ , ସୁବର୍ଣ୍ଣପୁର

1 min read
seashore under white and blue sky during sunset
ନାରୀ ଏକା ଜନନୀ, ଭଗିନୀ 
ସର୍ବଂସହା ଆମର ମାଁ 
ସେହି ଜନ୍ମ ଦାତ୍ରୀ, କର୍ମ ଦାତ୍ରୀ 
ତାର ଲାଗି ଆମର ନାଁ।। 

ଭୁକେଶୁଷେ ମରି ହରମେଶା 
ଚଲାସି ଇ ସଁସାର 
ଜୀବନ ଦେସି ଦୁନିଆ ଲାଗି 
ବାକି ସବୁ ଅସାର।। 

ନାରୀ ନିର୍ଯ୍ୟାତନା ତାର ଯନ୍ତ୍ରଣା 
ହୁ ହୁ ହେଇ ବଢ଼ିଚାଲେ 
କାପୁରୁଷ ସିନା ବଳବାନ ଭାବି 
ମାଡ଼ ମର୍ଦ୍ଦନ କରିଚାଲେ।। 

ନାରୀର ବଇରି ଅଟଇ ନାରୀ 
ଶାଶୁ ହେଇ ସାଧେ ବୋହୂ 
ଦରମରା ହୁଏ ଯୌତୁକ ଲାଗି 
ଜୁଏଥି ସିଝୁଥିସି ହୁ ହୁ।। 

ହଜିଗଲି ଆଘର ଅବଳା ଦୁର୍ବଳା 
ଚାଲିଛି ନାରୀ ସଶକ୍ତିକରଣ 
ନାରୀ ଏକା ଶକ୍ତି ନାରୀ ଏକା ମୁକ୍ତି 
ନାରୀ ବିନା ସଁସାର ଅକାରଣ।। 

            
     ଦେବେନ୍ଦ୍ର କୁମାର ନାଏକ 
          ତରଭା ଜିଲ୍ଲା : ସୁବର୍ଣ୍ଣପୁର