Sahitya Jibana

Portal on odia literature

ଏ ଜୀବନ – ଟୋନିସ ରୋହିଦାସ

1 min read
dock under cloudy sky in front of mountain

Photo by Pixabay on Pexels.com

ଲୋଡ଼ା ନାହିଁ ମୋତେ କିଛି
ସବୁ ତ ପାଇଛି ଜୀବନେ।।
ମାଗୁନାହିଁ ତୁମକୁ ପ୍ରଭୁ ଆଉ କିଛି
ସବୁ ତ ଦେଇଛ ତୁମ ମନେ।।
କେତେ ପୁନ୍ୟ ବଳେ ହେ ପ୍ରଭୁ
ଦେଇଅଛ ମଣିଷ ଜୀବନ।।
ସବୁ ତ ଭୁଝି ପାରୁଛି
ତଥାପି କାହିଁକି କରିବି ଅଭିମାନ।।
ତୁମ ଛନ୍ଦା ଚରଣେ ଥାଉ
ପଭୁ ମୋର ସଦା ଧ୍ୟାନ।।
ଏତିକି କରୁଣା କରିଦିଅ ପ୍ରଭୁ
ଜପୁଥିବୀ ଯିବ ଥିବା ଯାଏ ତୁମରି ନାମ କୀର୍ତ୍ତନ।।
ମିଛ ,ମାୟା ମୋହ ଦୁନିଆ ରେ ତୁମେ ଏକା ମୋହର ।।
ଯେତେ ଜଣଙ୍କୁ ଜାଜିଛି ପ୍ରଭୁ ସବୁ ହୋଇ ଯିବେ ପର।।
ତୁମ ବିନା ପ୍ରଭୁ ମୁଁ ହେବି କାହାର,
ତୁମେ ଥିଲେ ମୋ ପାଖରେ ନ ଲାଗେ ଡ଼ର।।
ସକାଲରୁ ସଞ୍ଚ ଯାଏ ଧରେ ତୁମ ନାମ।।
ଜଗତର ନାଥ ଆହେ ଜଗନ୍ନାଥ
ତୁମକୁ କରେ ପ୍ରଣାମ।।
ଜୀବନ ବାଟରେ ମୋହର ଫୁଲ,କଣ୍ଟା କେତେ।।
ଅଜଣା ବାଟରେ ଏକା ହୋଇ ଚାଳୁଛି
ତୁମ ଦର୍ଶନ ମିଳିବ କି ସତେ।।
କାହାକୁ କରିବି ଭରସା ପ୍ରଭୁ
ତୁମ ବିନା ଜାଣିନି କାହାକୁ।।
କେତେ ବାଟ ଆଉ ଯିବି ପ୍ରଭୁ
ପାଇବି ତୁମକୁ।।
ତୁମ ଦର୍ଶନ ଲୋଭିବି ହେ ଚକ୍ରଧାରୀ
ଶୁଣ ମୋର ଭକ୍ତି ଭରା ଗୁହାରି।।

ଟୋନିସ ରୋହିଦାସ ,ଜିଲ୍ଲା-ସୁନ୍ଦରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?