Sahitya Jibana

Portal on odia literature

ଡାହାଣୀ ଦର୍ଶନ – ସୁକାନ୍ତ ଖଣ୍ଡା

1 min read
vintage alarm clock and luminous lamp placed on bedside table

Photo by Rachel Claire on Pexels.com

କବିଟି ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ। ସେ ପ୍ରାୟତଃ ରାତି ଚାରିଟାରୁ ଉଠି ନିତ୍ଯକର୍ମ ସାରି ପାଞ୍ଚଟା ପୂର୍ବରୁ ବାହାରି ପଡେ। କବିଟି ନିତି ଗଲାବେଳେ ଜଣେ ମଧ୍ଯ ବୟସ୍କା ନାରୀଟିଏ ଝାଡା଼ ଆସିବାର ଦେଖେ। କବିଟି ନିଜର ରାସ୍ତାରେ ହିଁ ଯାଏ ଓ କୌଣସି ଆଡେ଼ ବି ନଜର ତା’ର ନ ଥାଏ। ଏକଦା ସେ ନାରୀଟି ଏ କବିଙ୍କୁ ବିରୋଧ କରି କହିଲା କି ଏତେ ସକାଳୁ ଆସିବା ସମିଚୀନ ନୁହେଁ। ତା’ଛଡା଼ ମୁଁ ଝାଡା଼ ଆସୁଛି। ଆପଣ ନିତି ଆସିବେ ତ ବିପଦକୁ ମୁଣ୍ଡେଇବେ। ଏ କଥା ଶୁଣି କବିଙ୍କର ନିଶା ଟିକେ ବଢି଼ଗଲା। ଏ ନାରୀଟି ତାକୁ ବିରୋଧ କରିବାର କାରଣ ଖୋଜି ବୁଲିଲା ଓ ସବୁଦିନ ଠିକ୍ ସେହି ସମୟରେ ହିଁ ପ୍ରାତଃ ଭ୍ରମଣରେ ଚାଲିଗଲା। ନାରୀଟି ଦେଖିଲା ତା’ର କଥା କୌଣସି କାମକୁ ହିଁ ନାହିଁ। ସେ ଦ୍ବିତୀୟ ଓ ତୃତୀୟ ବାର ମଧ୍ଯ ନ ଆସିବାକୁ ବାରଣ କଲା। କବିଟି ଏହା ଶୁଣି ଫେରି ତ ଆସିଲା ହେଲେ ଚିନ୍ତା ବଢେ଼ଦେଲା। ତାଙ୍କୁ ମନା କରିବାର କାରଣ କ’ଣ ହୋଇପାରେ? ସେ ସେହି ଦିନଠାରୁ ଗୋଟିଏ ଶକ୍ତଠେଙ୍ଗା ରାତି ଅଧରୁ ବାହାରିଲେ ଧରିକି ଯାଏ। ସବୁଦିନ ପରି ସେ ଦିନ ଯାଇଛି ତ ନାରୀଟି ସାମ୍ନାକୁ ଆସି କହିଲା,”ଆଜ୍ଞା ! ମୋ’ର ବାରଣ ସତ୍ତ୍ବେ ବି ଆସିଗଲେ। ଆଜି ମୁଁ ଆପଣଙ୍କୁ ମାରି ଖାଇକି ହିଁ ରହିବି।” ବାସ୍ ! ଏତିକି କହିଛି ତ ନିଜ ଦେହରୁ ଲୁଗାକୁ ଖୋଲିଦେଲା। ପୂରା ବିବସ୍ତ୍ର ହୋଇ ଏକ ଚଣ୍ଡି ପରି ବିକଟାଳ ରୂପ ଧରିଲା। ତା’ର ଲହଲହ ଜିଭ କୁତ୍ସୀତ କଦାକାର ଆଉ ଭୟଙ୍କର ରୂପ ଦେଖି ଏ କବିଟିର ଦେହରୁ ବୋହେ ପାଣି ବାହାରି ପଡି଼ଲା। ସେ ଅବୋଧ ଶିଶୁ ପରି ବଲବଲ କରି ଅନେଇ ରହିଲା। ନାରୀଟିର ରୂପ ଦେଖି ବୁଝିଗଲା କି ଏ ଜଣେ ଡାହାଣୀ। ତାକୁ ତା’ର ଜେଜେ ଏପରି ମଣିଷମାନେ ଡାହାଣୀ ରୂପ ଧରି ମଣିଷର ରକ୍ତ କି କଲିଜା ଖାଇଯାନ୍ତି। ଯଦି ଭୟରେ ଥରିବ ତ ବିପଦକୁ ମୁଣ୍ଡେଇବ। ସାମନା ଓ ସାହସରେ ଆଗେଇଲେ ଡାହାଣୀ ପରାଜୟ ସ୍ବୀକାର କରିବ। ଏକଥା ସେ ଭାବିବାକୁ ସମୟ ନ ଦେଇ ଡାହାଣୀ ଫୁତ୍କାର କରି ମାଡି଼ ଆସିଲା। ସେ ଦୃଶ୍ଯ ଦେଖିଲେ ଯେ କେହି ଭୟ ନ କରି ରହି ପାରିବ ନାହିଁ। ଏ କବି ଜଣଙ୍କର ଅକଲଗୁଡୁମ ହେବା ପ୍ରତି ବଦଳରେ ନିଜର ଲୁଙ୍ଗି ଓ ବ୍ଯାନିୟନ ଉତ୍ତାରି ଫିଙ୍ଗିଦେଲା। କାନ୍ଧରେ ଥିବା ପଇତା ବି ଫିଙ୍ଗିବାକୁ ଭୁଲିଲା ନାହିଁ। ଏଥର ସାମନା କରିବାକୁ ଆଗେଇ ଗଲା। ଦୁଇ ଜଣ ଜଣେ ପୁରୁଷ ତ ଜଣେ ଡାହାଣୀ ନାରୀ ସାମନା ସାମନି ହେଲେ ତ ଡାହାଣୀଟି ମାଡି଼ ବସି ରକ୍ତ ଓ କଲିଜା ଖାଇବାକୁ ବସିଲା ହେଲେ ଏ କବିଟି ଧରିଥିବା ଠେଙ୍ଗାକୁ ଉପଯୁକ୍ତ ବ୍ଯବହାର କଲା। ଡାହାଣୀ ଏ କବିର ଯଦିଓ କିଛି କରି ପାରିଲା ନାହିଁ ହେଲେ ହାତରେ କାମୁଡି଼ ଦେଇଥିଲା। କିନ୍ତୁ କବିଟିର ଠେଙ୍ଗା ପାହାରରେ ତା’ର ମୁଣ୍ଡକୁ ଛତୁ କରିଦେଲା। ଡାହାଣୀଟି ଅଚେତ ହୋଇ ପଡି଼ ରହିଲା। ତାକୁ ଛାଡି ଏ କବିଟି ପଳେଇଗଲା। ଦିନ ଆସି ଆଠଟା ବେଳକୁ ପ୍ରଚାର ହେଲା କି ଡାହାଣୀଟି ନିଜ ରୂପକୁ ଆସିବା ପୂର୍ବରୁ ଲହୁଲୁହାଣ ହୋଇଛି। ଡାହାଣୀଟି ଆଜିକାଲି ଘରୁ ବାହାରି ପାରୁନାହିଁ ଲଜ୍ଜା ଓ ଘୃଣାରେ ନିଜ ଘରେ ପଡି଼ ରହୁଛି। ତା’ର ସ୍ବାମୀ ଚେତାବନୀ ଦେଇଛି କି ଯଦି ଡାହାଣୀ ଛାଡି଼ବ ତ ତା ପାଖରେ ରହିବ। ସତରେ ! ମଣିଷ ଡାହାଣୀ ରୂପକୁ ଆସିବା ଏବେ ବି ରହିଛି। ଏ କଥା ବିଶ୍ବାସ ନ ହେଲେ ବି ସତ୍ଯ । ଏ କବି ଦିନେ ଅବିଶ୍ବାସ କରୁଥିଲା ହେଲେ ଯେବେ ସାକ୍ଷାତ ଦର୍ଶନ କଲା ତ…। ଆଜି ଶୁଣିଲେ ଓ ଭାବିଲେ ଏ କବିର ଦେହ ଓ ଲୁମ ଟାଙ୍କୁରି ଉଠୁଛି।

ସୁକାନ୍ତ ଖଣ୍ଡା , କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?