ଜଣେ ମାଆର ଆକୁଳତା – ସୁକାନ୍ତ ଖଣ୍ଡା
1 min read
କାଲି ଗଲା ବିଶ୍ବ ମାତୃ ଦିବସ। ପୁଅ ବିଭିନ୍ନ ଅନୁଷ୍ଠାନ ସହ ଜଡି଼ତ ଥାଇ ମାତୃ ଦିବସକୁ ପାଳନ କରିଥିଲା। ଫେସବୁକ,ୟଅର ଷ୍ଟୋରି,ଷ୍ଟାଟସ ୟୁଟୁବ ଓ ହ୍ବାଟସ ଆପରେ କବିତା ଓ ଗଳ୍ପକୁ ପଠାଉଥିଲା କି ମୋ’ର ମାଆ ଆକାଶର ଚାନ୍ଦ ପରି ସ୍ବଚ୍ଛ ଓ ଶୁଭ୍ର। ସମୁଦ୍ର ପରି ଗଭୀର ଓ ଶାନ୍ତ। ପାହାଡ଼ ଭଳି ସହନଶୀଳା, ଜଙ୍ଗଲ ପରି ଅନ୍ନଦାତ୍ରୀ,ପୃଥିବୀ ପରି କଷ୍ଟ ସହିଷ୍ଣୁ ପୁଣି ସ୍ନେହୀ,ପ୍ରେମି ଓ ଧର୍ଯ୍ଯଶୀଳା। ହେଲେ ଆଜି ରାତି ପାହୁପାହୁ କୁଆଡେ଼ ହଜିଗଲା । ଖାଇବା ପାଇଁ ଅନ୍ତରର କଥା କହିଲା ମାଆଟି ତ ପୁଅ ବୋହୂ ଶୁଣିକି ଘରୁ ଘୋଷାଡି଼ ଦେଲେ। ମାଡ଼ ଓ ଗାଳି ଖୁଆଇ ତଡି଼ଦେଲେ। ନିଜର ପିନ୍ଧା ଲୁଗା ବ୍ଯତୀତ ହାତରେ କିଛି ବି ଦେଲେ ନାହିଁ। ଭୋକରେ ସଢୁଥିବା ମାଆଟିର ଆକୁଳ ନିବେଦନ କି ପୁଅ ମୁଁ ଆଜି ତୋ’ର ଅଦରକାରୀ ହୋଇଗଲି। ତୁ ବି ଦିନେ ବାପା ହୋଇଛୁ। ତୋ’ର ପତ୍ନୀ ବି ମାଆ ହୋଇ ସାରିଛି। ଈଶ୍ବର ମୋ’ର ପରି ତୁମକୁ ନ କରନ୍ତୁ ଏହା କହି ଘରୁ ଗୋଡ଼ କାଢି଼ଲା। ଗଲା ଯେ ଗଲା ଆଉ ଫେରିଲା ନାହିଁ କୁଆଡେ଼ ଗଲା କେଜାଣି କାହାକୁ ବି ଅଜଣା। ଏହା ନାତି ଦେଖୁଥିଲା। ସେ ଜେଜିଙ୍କୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖି ଖାଇବା,ପିଇବା ଓ ରହିବାର ସୁବ୍ଯବସ୍ଥା କରିଦେଲା। ବାପା ଓ ମାଆଙ୍କର ଅଜ୍ଞାତରେ। ଏସବୁ କରି ଘରେ ଅଡି଼ ବସିଲା କି ସେ ବିବାହ କରିବ। ତାକୁ ବିବାହ ନ କରିବ ତ ଘରଛାଡି଼ ଚାଲିଯିବି। ଏ କଥା ଶୁଣି ବାପା ଓ ମାଆଙ୍କ ଭାଳେଣି ପଡି଼ଲା। ଗୋଟିଏ ବୋଲି ପୁଅକୁ ହରେଇବା ଚାହାନ୍ତି ନାହିଁ ଭାବି ଯଥାଶୀଘ୍ର ସବୁ ଠିକଠାକ୍ କରି ବିବାହ କରେଇ ଦେଲେ। ବିବାହର ଚଉଠି ରାତି ପର ଦିନ କହିଲା କି,”ମାଆ ! ଆପଣ ଏବେ ଏ ଘରର କିଛି ବି ନାହିଁ। ଆଜି ମୁଁ ଭଲରେ ଭଲରେ କହୁଛି କି ତୁମେ ଏ ଘରଛାଡି଼ ଚାଲିଯାଅ।” ଏ କଥା ଶୁଣି ମାଆ କହିଲେ,”ପୁଅ ! ତୋତେ ଜନ୍ମ ଦେଇଥିଲି କ’ଣ ଏହିପରି ଦୁଃଖ ଦେବୁ ବୋଲି?” ଏ କଥା ଶୁଣୁଥିଲେ ବାପା ସେ ବି ପତ୍ନୀର କଥାକୁ ସମର୍ଥନ କଲେ ତ ପୁଅ କହିଲା,”ମାଆ ! ମୋ’ର ଜେଜି ବି ଦିନେ ତା’ର ପୁଅଟିଏ ଜନ୍ମଦେଇ ଠିକ ତୁମପରି ଆଶା ବାନ୍ଧିଥିଲା ହେଲେ ତୁମେ ଦୁହେଁ କଲ କ’ଣ? ଖାଇବା,ପିଇବା,ଓ ରହିବାକୁ ତ ଦେଲନାହିଁ ଓଲଟି ଘରୁ ବାହାର କରିଦେଲ। ତୁମର ଯେତେଦିନ ଏ ଘରେ ରାଜଥିଲା ଏ ଘରଟି ହୋଇକି ରହିଥିଲା। ଆଜି ମୁଁ ବଡ଼ ହୋଇଛି ରୋଜଗାର କରୁଛି। ତୁମର ବଳ ବୟସ ବି ଚାଲି ଗଲାଣି ଆଉ ତ କୌଣସି କାମକୁ ହିଁ ନାହିଁ। ଏ ଘରେ ରହିବ କାହିଁକି?” ଏଥର ସ୍ବାମୀ ଓ ସ୍ତ୍ରୀଙ୍କର ଭାଳେଣି ପଡି଼ଲା। ଚକୁଳି ପିଠା ନ ଓଲଟିଲେ ଭଲ କି ପୋଡେ଼ ନାହିଁ ଭାବି ନିଜକୁ ତଉଲିଲେ। ସେମାନେ ଅନୁତାପ କଲେ ଓ ମାଆଙ୍କୁ ଖୋଜିବା ଆରମ୍ଭ କଲେ ହେଲେ କୌଣସି ଠାରେ ବି ପାଇଲେ ନାହିଁ ତ ପୁଅ ପାଖରେ ସର୍ବଦା ଦୁଃଖର ଲୁ଼ହ ଗଡେ଼ଇ ଭୋ..ଭୋ..କାନ୍ଦିଲେ। ପୁଅ ବୁଝେଇଲା କି ବାପା କାଲି ଆପଣ ବିଶ୍ବ ମାତୃ ଦିବସର ଲମ୍ବାଲମ୍ବା କବିତା ଓ ଗଳ୍ପ ଫେସବୁକ,ୟଅର ଷ୍ଟୋରି,ଷ୍ଟାଟସ ଓ ହ୍ବାଟସ ଆପ ୟୁଟୁବ ଭଳି ଚ୍ଯାନେଲରେ ଛାଡୁଥିଲ ହେଲେ ଗୋଟିଏ ଦିନ ପରେ ସେ ମାଆଟା ତୁମର ଅନାଦର ହୋଇଗଲା? ଏ କଥା ଶୁଣି ବାପା ଓ ମାଆ ଅନୁତାପର ଗ୍ଳାନୀରେ ସଢି଼ଗଲା ବେଳେ ନାତିଟୋକା ଜେଜିଙ୍କୁ ଆଣି ଦେଖାଇ ଦେଲେ। ପୁଅ ତା’ ମାଆଙ୍କର ପାଖେ କ୍ଷମାଭିକ୍ଷା କରି କୁଣ୍ଢାଇ ଧରିଲା। ମାଆ ବି ପୁଅର ଅନୁତାପରେ ନିଜର ସବୁ ଦୁଃଖ କଷ୍ଟ ଭୁଲି କୁଣ୍ଢାଇ ଧରିଲା।ସଭିଙ୍କ ଆଖିରେ ଆନନ୍ଦର ଲୁହ।
ସୁକାନ୍ତ ଖଣ୍ଡା, କେନ୍ଦୁଝର