Sahitya Jibana

Portal on odia literature

ମମତାମୟୀ ମା – ସୁକାନ୍ତ ଖଣ୍ଡା

1 min read
mother carrying her daughter

Photo by Katie E on Pexels.com

ପୃଥିବୀଠୁ ଭାରି ହୋଇ ଏ ସଂସାରେ ଯିଏ ଦେଖାଇଛି ହିଆ
ସମୁଦ୍ର ପରିକା ସବୁକୁ ଦିଅଇ ଲୁଚାଏନି କିଛି ମାଆ।୧
ମାଆ ଏ ସଂସାରେ ସହିଥାଏ ଆହା ସନ୍ତାର ସୁଖ ପାଇଁ
ପାହାଡ଼ ପରିକା ଦମ୍ଭ ଆଉ ଧୈର୍ଯ୍ଯ କରିପାରେ ମଥା ନଇଁ।୨
ଆକାଶର ମନ ଯେମିତି ନିର୍ମଳ ମାଆଙ୍କର ସେହିପରି
ମନ ଗହନରୁ ଉଙ୍କି ମାରେ ନାହିଁ ହିଂସା ଭାବ ଦେଲେ ଚିରି।୩
ମରୁଭୂମି ବାଲି ଖଇ ଫୁଟୁଥାଏ ତଥାପି ଦୁଃଖ ନ କରି
ତତଲା ଖରାରେ ପଡି଼ ରହିଥାଏ ମାଆ ମନ ସେହିପରି।୪
ଜଙ୍ଗଲର ଭାବ ସର୍ବଦା ଦେବାରେ ଛାଇ ଫଳ ଅମ୍ଳଜାନ
ମାଆର ମମତା ସେହିଭାବେ ଥାଏ ସନ୍ତାନ ପାଇଁ କି ଧ୍ଯାନ?୫
ସୂର୍ଯ୍ଯଙ୍କ କିରଣ ପାତର ଅନ୍ତର ଥାଏ କି ସଂସାର ହାଟେ
ମାଆର ମମତା ସର୍ବଦା ହିଁ ଥାଏ ସନ୍ତାନ ପାଇଁ ହିଁ ଛୁଟେ।୬
ଚନ୍ଦ୍ର ଆକାଶରେ ଶୀତଳ କିରଣ ରାତିରେ ଦେଇ କୃତାର୍ଥ
ମାଆ ବି କୃତାର୍ଥ ନିଜ ସନ୍ତାନଠି କରେ ନାହିଁ କେବେ ବ୍ଯର୍ଥ।୭
ପ୍ରେମର ହାଟରେ ମାଆ ହିଁ ଏକଲା ବାଣ୍ଟନ୍ତି ମମତା ମୂଲ
ଆଉ ଯେତେ ସବୁ ସ୍ବାର୍ଥରେ ଜଡି଼ତ ଆଖି ଆଗେ ଥାଏ ଝୁଲ।୮
ଏତେ ସତ୍ତ୍ବେ ଆଜି ଆମେ ଯେତେ ସବୁ ସନ୍ତାନ ରହିଛୁ ଏଠି
ପତ୍ନୀ ମୁଖ ଦେଖି ମାଆଙ୍କୁ ନୁହେଁ କି କରିଥାଉ ସଦା ପିଠି।୯
ହେ ଭାଇ ଭଉଣୀ ଥରେ ତ ପଚାର ନିଜ ମନ ବିବେକକୁ
ମାଆର ମମତା ପାଇଛ କି ନାହିଁ କରୁଛେ ହେୟ ଯାହାକୁ।୧୦

ସୁକାନ୍ତ ଖଣ୍ଡା , କେନ୍ଦୁଝର

ସାହିତ୍ୟ ଜୀବନ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?