Sahitya Jibana

Portal on odia literature

ଟିକିଟିକି – ସୁକାନ୍ତ ଖଣ୍ଡା

1 min read

ଟିକିଟିକି ଧୂଳି ସମାହାରେ ଯେବେ ପୃଥିବୀ ଗଢି଼ ଉଠିଛି

ଟିକିଟିକି ଜଳବିନ୍ଦୁ ସମାହାର ସମୁଦ୍ର ଖେଳି ଯାଉଛି।୧ଟିକିଟିକି ଏଇ କଅଁଳ ମନରେ ଆମେ ବା ଭ୍ରମିବା କାହିଁ?୨ଟିକିଟିକି ମନ ନ ଭାଙ୍ଗି ଶପଥ କରିବା ଆସ ହେ ଭାଇକରମ ନିଇତି ଅଳସକୁ ତେଜି ସୁଖକୁ ନେବା ହାତେଇ।୩ଆମେ ତ ବିଶ୍ବର ମେରୁଦଣ୍ଡ ହେବା ସୃଷ୍ଟିକୁ ଦେବା ବଞ୍ଚାଇଆସୁ ଝଡ଼ଝଞ୍ଜା ବାଧା କି ବିପଦ ସବୁକୁ ଦେବା ଘୂଞ୍ଚାଇ।୪ଜନମ ହୋଇଛେ ଅବଶ୍ଯ ମରିବା ଏଥିପାଇଁ ଚିନ୍ତା ନାହିଁକାହାକୁ ଅଭୁକ୍ତ ରଖିବାନି କେହି ମୁଖକୁ ଦେବା ବଢେ଼ଇ।୫ବିଜ୍ଞାନ ବଳରେ ସମୁଦ୍ର ଗରଭୁ ଟାଣି ଆଣିବାକୁ ହେବସବୁ ତ ସେହିଠି ଈଶ୍ବର ଥୋଇଛି ଇଛାଥିଲେ ଆଣିହେବ।୬ଆକାଶେ ଉଡି଼କି ଶୂନ୍ଯରେ ଯା’ଅଛି ହାତେଇବା ଆସ ଭାଇଭୁଗରଭେ ଥିବା ଧନରତ୍ନ ସବୁ ଖୋଜିବା ଆସନ୍ତୁ ଯାଇ।୭ଆମେ ଆଜି ସିନା ଟିକିଟିକି କଢି଼ କାଲିକୁ ଫୁଟି ବିତରିସଉରଭ ବାଣ୍ଟି ବିଶ୍ବ ଦରବାରେ ଅମୃତ ଆଣିବା ଘୋରି।୮ଆମେ କେହି ନୁହେଁ ଛୋଟ ଏ ବିଶ୍ବରେ ସବୁ ହିଁ ତ ଉଚ୍ଚତରପ୍ରେମର ଜୁଆରେ ମତୁଆଲା ହୋଇ ଶାନ୍ତି ଦେବା ନିରନ୍ତର।୯ଧରମ କରମ ସଂସ୍କୃତି ଯା’ ଅଛି ଆମ ଏହି ଦରବାରେସୁରକ୍ଷିତ ହେବ ସୁନିଶ୍ଚିନ୍ତ ଏହା ଶପଥ କରୁବା ବାରେ।୧୦

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?