Sahitya Jibana

Portal on odia literature

ସ୍ମୃତିରେ ମନୋଜ ଦାସ – ସ୍ନେହ ମିଶ୍ର

1 min read

ଓଡିଆସାହିତ୍ୟ ପ୍ରତିଭାସମ୍ପନ୍ନ
ଭାଷା ସୃଷ୍ଟି ସମ୍ପାଦକ |
ବାଗ୍ମୀ, ଗାଲ୍ପିକ ତପସ୍ଵୀ ସାଧକ
ଶିଶୁ ସାହିତ୍ୟ ଜନକ ||୧||

ମାନବ ବାଦୀ ସେ ନିର୍ଭୀକ ବିପ୍ଲବୀ
ଅମୃତ ଲଖନୀ ମୂନ |
ଆଧ୍ୟାତ୍ମିକ ଜ୍ଞାନୀ ଔପନାସିକ ହେ
ବେଦ ଅମୃତର ଜ୍ଞାନ ||୨||

ଆରଣ୍ଯକ ତୁମ ସମୁଦ୍ରର ସୁଧା
ଦେଇ ଜୀବନର ସ୍ଵାଦ |
ଜୀବନ ରହସ୍ୟ ଭାଷା ସାହିତ୍ୟର
ସଞ୍ଜିବନୀ ସୁଧାସ୍ଵାଦ ||୩||

ଗୋଧୁଳିର ବାଘ ଚେତନାର ଦିଗ୍‍ବଳୟ
ଲେଖା ସୁବର୍ଣ କଳଶ |
ସୁବର୍ଣ ଅକ୍ଷରେ ଲେଖିଗଲ ତୁମେ
ଉତ୍କଳର ଇତିହାସ ||୪||

ପଦ୍ମ ବିଭୂଷଣ ପଦ୍ମଶ୍ରୀଧାରଣ
କେନ୍ଦ୍ର ସାହିତ୍ୟ ସମ୍ମାନ |
ଉପାଧିରୁ ଉର୍ଦ୍ଦ୍ଵ ଯୁଗ ପ୍ରବର୍ତ୍ତକ
ତୁମେ ଅମୃତ ସନ୍ତାନ ||୫||

ଅମୃତ ଲେଖନୀ ଭାଷା ଜାଦୁଗର
ବସନ୍ତର ଶେଷଚିଠି |
ବସନ୍ତଋତୁର ପୂର୍ଣିମା ତିଥିରେ
ଝୁରିବ ଉତ୍କଳ ମାଟି ||୬||

ଓଡିଆ ଭାଷାର ସାହିତ୍ୟ ଆକାଶେ
ଉଜ୍ଜ୍ଵଳ ଭାସ୍କର ସମ |
ସଦା ପ୍ରକାଶିତ ସାରସ୍ଵତ ସୃଷ୍ଟି
ସ୍ଵରେ ସ୍ଵରେ ଶାନ୍ତି ପ୍ରେମ ||୭||

ଯୁଗଜନ୍ମା ତୁମେ ପଣ୍ଡିତ ପ୍ରବର
କବି ମନୋଜ ଦାସ |
ଶଂଖାରୀ ମାଟିର ହୀରାର ମଣିଷ
ଗର୍ବିତ ଉତ୍କଳ ଦେଶ ||୮||

ଶ୍ରୀମତୀ ସ୍ନେହ ମିଶ୍ର

ମୁମ୍ବାଇ, ମହାରାଷ୍ଟ୍ର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?