ଟିକି ଝରଣାର ଦୁଃଖ – ସୁକାନ୍ତ ଖଣ୍ଡା
1 min read
କୁଳୁକୁଳୁ ନାଦେ ବୋହି ଯାଉଥିଲା
ସଭିଙ୍କୁ ପାଣି ଯୋଗାଇ
ଖରା ତା’ର ସ୍ରୋତ ଅଟକାଇ ଦେଲା
ପାଣି ଟୋପେ ଆଉ ନାହିଁ।୧
କୃତାର୍ଥ ସଭିଙ୍କୁ କରୁଥିଲା ନିତି
ଶୋଷକୁ ମେଣ୍ଟାଇ ଦେଇ
ଧନ୍ଯ ହେଉଥିଲା ତନୁମନ ତା’ର
ନିତି ସଦା ନାଚି ଗାଇ।୨
ଆଜି ତା’ର ଦେହେ ପାଣି ନାହିଁ ବୋଲି
ଡହଳ ବିକଳ ସବୁ
ପ୍ରାଣୀ ଓ ଉଦ୍ଭିଦ ସଢି଼ ଯାଉଛନ୍ତି
କେମିତି ସହିବି ବିଭୁ।୩
କୃପାକର ପ୍ରଭୁ ବର୍ଷାକୁ ପଠାଅ
ସୁଖରେ ରଖନ୍ତୁ ତୁମେ
ନ ହେଲେ କାହିଁକି କୁହତ ଭଜିବେ
ପୂଜାର୍ଚ୍ଚନା ସହ ଧ୍ଯାନେ।୪
ଟିକି ଝରଣାର ହୃଦୟ କାନ୍ଦୁଛି
ପ୍ରାଣୀ ଓ ଉଦ୍ଭିଦ ପାଇଁ
ଆକୁଳେ ଡାକୁଛି ରଖରଖ ପ୍ରଭୁ
ପାଣି ପାଇଁ ହାଇଁପାଇଁ।୫
ସୁକାନ୍ତ ଖଣ୍ଡା
ଇ-ମେଲ୍ :-
khandasukanta@gmail.com
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ ,କେନ୍ଦୁଝର