Sahitya Jibana

Portal on odia literature

ସତେକି ସେ ଦିନ ଆସିବ -ସୁଦାମ ଦଳବରା

1 min read
seashore under white and blue sky during sunset

କେତେ ଭଲ ଥିଲା ସେ ପୁରୁଣା ଦିନ
ହସି ଖେଳି ବିତି ଯାଉଥିଲା ଏ ଜୀବନ
କାଳର ଏ କଳା ରୂପ ମାଡି ତ ଆସିଲା
ଦୁନିଆଁଟା ସାରା ଅନ୍ଧକାର ହେଲା ।।

ବେଉଷା ବୁଡ଼ିଲା ବେଉଷଣ ନହେଲା
ଜୀବନ ଜୀବିକା କାହାର ତ ଗଲା
ଜୀବନ ଯୁଦ୍ଧରେ କିଏ ସେ ହାରିଲା
ବଞ୍ଚିବା ପାଇଁ କେ ସଂଘର୍ଷ କରିଲା ।।

ସତେ କି ସେ ଦିନ ଆସିବ ଯେ ଯା ସୁଖେ
କର୍ମ ବେଉଷଣେ ଜୀବିକା ନିର୍ବାହ କରିବ
ଜୀବନର ଚଲାପଥର ପଥିକ ଟେ ହୋଇ
ନିର୍ଭୟ ରେ ବାଟ ଚାଲିବ ।।

ନଥିବ ସେ ଭୟ ନଥିବ ସେ ଡର
ନିଜ କର୍ମ ପାଇଁ ହେବ କର୍ମ ବୀର
ନ ଅଟକିବ ଆଉ ଜୀବନର ରଥ
ନରହିବ ନିଜ ଖାଦ୍ୟର ସଙ୍କଟ ।।

ବଞ୍ଚିବା ପାଈଁ ତ ମିଳିବ ସ୍ଵାଧୀନ
ନ ରହିବା କେହି ଆମେ ପରାଧୀନ
କାହାଠାରେ ଆମେ ନ ହାତ ପାତିବା
ନିଜ ସ୍ୱାଭିମାନେ ନିଜେରେ ଚଳିବା ।।

କାହା ପାଇଁ ନହେଉ ପୌଷ ମାସ ପୁଣି
କାହା ପାଇଁ ସର୍ବନାଶ
ନହେଉ କାହାର କଳା ଦିବସ ଯେ
ସଭିଏଁ ପାଆନ୍ତୁ ସୁଖ ।।

ସେ ପୁରୁଣା ଦିନ ଫେରିଆସୁ ପୁଣି
ଭାଇ ଭାଇ ହୋଇ ରହିବା
ସୁଖ ଦୁଃଖ ବାଣ୍ଟି ସମାଜରେ ମଧ୍ୟରେ
କାଳତିପାତ କରିବା ।।

@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?