Sahitya Jibana

Portal on odia literature

ଚାଲଆମେ ଗାଁ କୁ ଫେରିଯିବା – ଅର୍ଚ୍ଚନା ପ୍ରିୟଦର୍ଶୀନୀ

1 min read
two women wearing traditional dress carrying basins

Photo by Jose Aragones on Pexels.com

ଧଉଳୀ ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର 
କଳିଙ୍ଗ ଅନୁଶାସନ
ନିକଟରେ ପ୍ରସ୍ତରଗାତ୍ରରେ ଖୋଦିତ ହସ୍ତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କାକୃତି । ଏହି ହସ୍ତୀଟି ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ କଳିଙ୍ଗ ପ୍ରସ୍ତର କଳା ଚାତୁରୀର ସ୍ୱାକ୍ଷର ବହ୍ଗନ କରେ । ଧଉଳିର ପାଞ୍ଚ କି.ମି ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । [୧]

ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫା ସମୁହ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ୱର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫା ଗୁଡିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡିକର ଅଭ୍ୟନ୍ତରରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । [୧]

ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତଥାନ ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢି ଉଠିଥିଲା । ଏଗୁଡିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧ ବିହାର ସର୍ବପ୍ରାଚୀନ ବୋଲି ଅନୁମାନ କରାଯାଏ। ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ରତ୍ନଗିରି, ଲଲିତଗିରି,ଉଦୟଗିରି, ଲାଙ୍ଗୁଡି ପାହାଡ଼, କାଏମା,ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡିପଦାରୁ ଆବିଷୃତ ବିହାର,ସ୍ତୂପ,ଚୈତ୍ୟଗୃହ,ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦି ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଓ ଲୋକପ୍ରିୟତାର ପ୍ରମାଣ ଦିଏ । ଏହି ବୌଦ୍ଧମୂର୍ତ୍ତିଗୁଡିକର ଗଠନ ଓ ଲାଳିତ୍ୟ ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଦିଏ । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଏହି ଶ୍ରେଣୀଭୁକ୍ତ ।[୨]

ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ସର୍ବତ୍ର ବିତିଦ । ଓଡ଼ିଶାରେ ଥିବା ବିଭିନ୍ନ ମନ୍ଦିରଗୁଡିକର ସଂଖ୍ୟା ଭାରତର ଅନ୍ୟତ୍ର ଥିବା ମନ୍ଦିରଗୁଡିକଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଏହା ମନ୍ଦିର ଗୁଡିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡିକ ହେଲା : (୧) ରେଖା ଦେଉଳ, (୨) ପିଢା ଦେଉଳ, (୩) ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତି କରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିର ଗୁଡିକ ସପ୍ତମ ଶତାବ୍ଦୀ ଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । [୩][୪][୫] ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ , ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହି ମନ୍ଦିର ଗୁଡିକ ନିର୍ମିତ ହୋଇଥିଲା । ଏ ଗୁଡିକ ଓଡ଼ିଶାର ମନ୍ଦିରନଗରୀ ତଥା ରାଜଧାନୀ ଏକାମ୍ରକ୍ଷେତ୍ରଭୁବନେଶ୍ୱର ଶଙ୍ଖକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର ଯାଜପୁର,ଖିଂଚି, ବଉଦ, ଗନ୍ଧରାଡି, ସୋମନାଥତୀର୍ଥ ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ,ବରଗାଁ,ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର,ରାଜରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦବ୍ୟତିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡାଇଟାରେ ନିର୍ମିତ ଅନେକ ସୁନ୍ଦର ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ । ଏହି ମନ୍ଦିର ଗୁଡିକର କଳା ଭାସ୍କର୍ଯ୍ୟ ଶୀଳ୍ପୀମାନସର ଚରମ ଅଭିବ୍ୟକ୍ତିର ଏକ ନିଖୁଣ ଚିତ୍ର ପ୍ରଦାନ କରେ ।

ଓଡ଼ିଶାର ଚିତ୍ରକାଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧୟ୍ଯୁଗୀୟ ଚିତ୍ରକଳା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଦେଖିବାକୁମିଳେ । ଏସବୁ ଚିତ୍ର କଳାଗୁଡିକ ସ୍ୱକୀୟ ପରମ୍ପରା ସ୍ୱାକ୍ଷର ବହନ କରେ ।

ଆମ ରାଜ୍ୟର ମଧ୍ୟ ଯୁଗୀୟ ପୁରାକୀର୍ତ୍ତି ଗୁଡିକ ମଧ୍ୟରୁ କଟକରଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ,କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାର ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡା ଚୌହାନ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିର ଗୁଡିକ ଏହି ସମୟର ଅନ୍ୟତମ ପ୍ରସିଦ୍ଧ ପୁରାକିର୍ତ୍ତି ଯାହା ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।

ଅର୍ଚ୍ଚନା ପ୍ରିୟଦର୍ଶୀନୀ ,କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?