Sahitya Jibana

Portal on odia literature

ବାପା ଥିବା ପୁଅ ସଭାରେ ହାରେନି – ଅର୍ଚ୍ଚନା ପ୍ରିୟଦର୍ଶୀନୀ

1 min read

ବାପା ବିନା ଦୁନିଆରେ କିଛି ନାହିଁ । ଭୂମିଭୂମା ଠାରୁ ବାପା ବଡ। ତାଙ୍କ ସହ କେହି କେବେ ସମାନ ହେବେନି। ତାଙ୍କର ସ୍ନେହ ଓ ଭଲପାଇବା ଆଉ କାହାଠାରୁ କେବେ ପାଇପାରିବା ନାହିଁ ।

ସେଥିପାଇଁ କଥାରେ ଅଛି:-

“ବାପା ନାହିଁ ଯାହାର
ସାହା ନାହିଁ ତାହାର”

ହଠାତ୍ ଦିନେ ଆନି ବାପାଙ୍କର ଦେହ ଖରାପ ହୋଇଗଲା । ତାର ବାପା ବହୁତ ଧନୀ, ସ୍ନେହି ମଣିଷ ଥିଲେ। ସେ ଜଣେ ବିଶିଷ୍ଟ ପାଲାଗାୟକ ଓ ଜ୍ୟୋତିଷ ଶାସ୍ତ୍ରବିତ୍ ଥିଲେ। ସେ ସମସ୍ତ ପରିବାର ସଦସ୍ୟ ମାନଙ୍କୁ ଭଲପାଇବା ସହିତ ଦୀନ ଦରିଦ୍ରଙ୍କର ସେବା କରିବା ସହିତ ସେମାନଙ୍କୁ ଦାନ ଓ ଧର୍ମ କରନ୍ତି । ସେ ଭଗବାନଙ୍କୁ ବହୁତ ଭକ୍ତି ଓ ବିଶ୍ଵାସ କରନ୍ତି । ପ୍ରତି ମାସରେ କୋଡିଏ ଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରଧାମ ପୁରୀ ଯାଆନ୍ତି ।

ଆନିଙ୍କର ଯୌଥ ପରିବାର । ସେ ପରିବାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ସହିତ ବାହାର ସମସ୍ୟା ମଧ୍ୟ ସୁରୁଖୁରୁରେ ତୁଲାଇଥାନ୍ତି।

ଆନି ବାପାଙ୍କର ଡାଇବେଟିସ୍ ଥିଲା ଦୀର୍ଘ 20 ବର୍ଷ ହେବ। ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ମେସେନଞ୍ଜର ଚାକିରି କରିଥିଲେ।
କିନ୍ତୁ ସେ ଚାକିରି ଛାଡି ପାଲା ଗାୟକ ହେବାକୁ ମନବଳାଇଥିଲେ। କାହିଁକି ନା ତାଙ୍କ ବାପା ଜଣେ ବିଶିଷ୍ଟ ପାଲାଗାୟକ ଥିଲେ। ଆନିର ଜେଜେ ଶାରଳାଙ୍କ ପାଖେ ଅଧ୍ୟା 7 ଦିନ ପଡିଲେ ମା’ ଏକ ଚାମର ଦେଇଥିଲେ । ତାପରେ ସେ ମୁଖ ନିସୃତ ବାଣୀ ଗାଇଥିଲେ।

ତାଙ୍କ ବାପାଙ୍କର ପ୍ରେରଣା ପାଇଁ ସେ ମଧ୍ୟ ତାଙ୍କୁ ଅନୁସରଣ କରି ନିଜର ଯଶ ମାନ ବୃଦ୍ଧି କରାଇପାଳିଥିଲେ।
ବ୍ୟାଙ୍କ ଆନୁକୂଲ୍ୟରେ ଓଡିଶାର ପ୍ରାୟ 30 ଟି ଜିଲ୍ଲାର ବିଭିନ୍ନ ପୁରପଲ୍ଲୀକୁ ପାଲା ଗାଇବାକୁ ଯାଆନ୍ତି ।ଖାଇବାପିଇବାର ସମୟ ଠିକ୍ ରହିନଥିଲା ବହୁତ କଷ୍ଟ ଘାତ, ପ୍ରତିଘାତ, ଦୁଃଖକଷ୍ଟ ସହି ବିତିଯାଇଥିଲେ । ସେତେବେଳେ ଯାତାୟାତ ପାଇଁ ଗାଡିର ସୁବିଧା ସୁଯୋଗ ମଧ୍ୟ ନଥିଲା। ଚାଲି ଚାଲି ପାହାଡ, ଜଙ୍ଗଲ ମଧ୍ୟ ପ୍ରବେଶ କରୁଥିଲେ। ଆଦିବାସୀ କନ୍ଧକୋଲ ଅଂଚଳରେ ଖାଇବାକୁ ମିଳେନାହିଁ । ରାତିରାତି ପାଲା ପରିବେଷଣ କରନ୍ତି ।ସେଥିପାଇଁ ସ୍ୱାସ୍ଥ୍ୟ ଖରାପ ହୋଇ ମଧୁମେହରେ ଶିକାର ହୋଇଥିଲେ ।
ସେ ମେଡିକାଲ୍ ରେ ପଡି ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ସମସ୍ୟା ର ଟିକେ ପରିବର୍ତ୍ତନ ହେବାରୁ ଘରକୁ ଆସିଥିଲେ।

ପରିବାରର ଲୋକେ ବହୁତ ଦୁଃଖ କଷ୍ଟ ରେ ଦିନ ବିତଉଥିଲେ। କିନ୍ତୁ ଆନିର ବାପା ମେଡିକାଲ୍ ରେ ରହି ଘର ପାଇଁ ସବୁ ସାମଗ୍ରୀ ପଠାଇଥାନ୍ତି।ସେ ଯାହାବି ହେଉ ଆନିର ବାପା ଘରକୁ ଆସିଲେ। ସମସ୍ତେ ଖୁସିରେ ଆତୁର ହୋଇଯାଇଥିଲେ । ତା ପରେ 7ଦିନ ଘରେ ଟିକେ ଭଲ ଥିଲେ।
ଦିନକର କଥା। ସେଦିନ ଠିକ୍ ଜାନୁଆରୀ ମାସ 9 ତାରିଖ ଶନିବାର। ସମୟ ସନ୍ଧ୍ୟା 5ଟା ସମୟ । ଆନି ଟ୍ୟୁସନ୍ କରୁଥାଏ। ତାକୁ କିଛି ଗୋଟିଏ କାନ୍ଦିବାର ଶବ୍ଦ ଶୁଭିଲା। ସେ ଟିକେ ଚମକି ପଡିଲା। ଭାବିଲା କଣ ହେଇଥିବ କେଜାଣି।ଘରକୁ ଆସି ଦେଖିଲା ତାର ବାପା ଖଟ ଉପରେ ବସି ଆଖିବୁଜି ତାର ମା’ କାନ୍ଧକୁ ଆଉଜି ହେଇ ପଡିଯାଇଛନ୍ତି। ସେ ନିଜ ଆଖିକୁ ବିଶ୍ଵାସ କରିପାରିନଥିଲା।ଆନିର ଦୁଇ ଭଉଣୀ ଓ ସାନ ଭାଇଟିଏ। ଏ ଘଟଣା ଦେଖି ସମସ୍ତ ସଦସ୍ୟ ମର୍ମାହତ ହୋଇପଡିଥିଲେ ।

କିଛି ସମୟ ପୂର୍ବରୁ ସେ କଫି ପିଇବାକୁ ମାଗିଲେ। ଆଉ ଆନି ତାଙ୍କୁ ଦେଇକିଯାଇଥିଲା। ତାର ବାପା ନିଜ ବୋଉକୁ ଏତିକି କହୁଥିଲେ
ବୋଉଲ ,,,,,,
ମୁଁ ଆଉ ବନ୍ଚିବି ନାହିଁ ।ମୋର ଛାତି କଣ ହେଇଯାଉଛି।
ପୁଣି ସେ ଠାକୁରଙ୍କ ନାମ ସ୍ମରଣ କରୁଥାନ୍ତି।
ହେ ପ୍ରଭୁ ଲୋକନାଥ ,,,,,
ମୁଁ ପିଲାଛୁଆ ବାଲା ।
ମତେ ରକ୍ଷା କର।

ଏମିତି ଉଦାରତା ଦେଖି ଆଖିରେ ଲୁହ ରହୁନଥାଏ। ସେ ତାଙ୍କ ସାନ ଭାଇକୁ କହିଲେ ମୋ ପାଇଁ ଟିକେ ଔଷଧ ଆଣେ ମୁଁ ଖାଇବି। ସେ ସଙ୍ଗେସଙ୍ଗେ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ।

ସେ ବହୁତ ବ୍ୟତିବ୍ୟସ୍ତ ଅଥୟ ହୋଇପଡୁଥାନ୍ତି। କହୁଥାନ୍ତି ମୁଁ କଣ ଆଉ ଥିବି ସେ ଔଷଧ ଆଣିଲା ବେଳକୁ। ମତେ ଏ ଘର ପାଖରୁ କାଶ ଔଷଧ ନେଇଆସ ମୁଁ ଟିକେ ଖାଇଦିଏ। କିନ୍ତୁ ଡାକ୍ତର ମନାକରିଥିଲେ ବାହାରୁ କିଛି ମେଡିସିନ୍ ଦେବନି କେବଳ ମୋ ଲେଖା ଔଷଧ ଛଡା।ଘରର ସମସ୍ତ ସଦସ୍ୟ ଚାରିପଟୁ ଘେରିକି ଥାଆନ୍ତି । କଣ କରିବେ କିଛି ଜାଣିପାରୁନାହାନ୍ତି । ସେମାନେ ଔଷଧ ନେଇକି ଆସିଲେ ଆଉ ତାଙ୍କ ପାଟିରେ ଦେଲାବେଳକୁ ସେ କାଢିପକାଇଲେ।ତାପରେ ଅଟୋ ଡାକିଗଲୁ ମେଡିକାଲ୍ ନେବାକୁ। ସେତେବେଳକୁ କାହାକୁ ବୁଦ୍ଧି ଦିଶୁନଥାଏ। ଆମ୍ବୁଲାନ୍ସକୁ ଡାକିବାକୁ କାହାର ହେଜ ନଥିଲା। ପରିସ୍ଥିତି ପୂରା ଭୟଙ୍କର ହୋଇପଡିଥିଲା।

ଭାଗ୍ୟର ବିଡମ୍ବନା ସେ ମେଡିକାଲ୍ ଯିବା ବାଟରେ ରେଳଲାଇନ ଗେଟ୍ ପଡିଯାଇଥାଏ। ପୁଣି କିଛି ବାଟ ଗଲାବେଳକୁ ଜଣେ ଯବାନ୍ ସହୀଦ୍ ହୋଇଥାନ୍ତି। ତାଙ୍କର ରାଲି ଚାଲିଥାଏ। ବଜାର ବହୁତ ଭିଡ ହୋଇଥାଏ । ଗାଡି ଚଳାଚଳ ବନ୍ଦ ଥାଏ। ଠିକ୍ ସମୟରେ ମେଡିକାଲ୍ରେ ପହଞ୍ଚି ପାରିଲେଣି।ବହୁତ ବିଳମ୍ବରେ ହସପିଟାଲରେ ପହଞ୍ଚିଥିଲେ। ଡାକ୍ତର ଆସି ଦେଖିଲାବେଳକୁ ସେ ଆଉ ନଥିଲେ। ଦୁନିଆରୁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ସମସ୍ତେ ମର୍ମାହତ ହୋଇପଡିଥିଲେ ।
ଆନିର ମାଙ୍କ ପରି ସରଳ, ନୀରିହ, ଉଦାର ହୃଦୟର ମଣିଷ ଆଜିକାଲି ଦୁନିଆରେ ଏ ପୃଥିବୀରେ କେହି ବି ନଥିବେ। ମା ନିଜର ଛୁଆମାନଙ୍କ ଭବିଷ୍ୟତ ପାଇଁ ବହୁତ ଚିନ୍ତିତ ଥିଲେ। ସେ କରିବେ କଣ?

ସମୟର ଶେଷ ପାହାଚରେ ଆନିର ବାପାଙ୍କୁ ନେଇଯାଇଥିଲେ ରାତିରାତି ଇହଲୀଳା ସଂତ୍କାର କରିବା ପାଇଁ ।
ସେହିଦିନ ସବୁ କିଛି ସରିଯାଇଥିଲା। ସବୁକିଛି ଓଲଟପାଲଟ ହୋଇଯାଇଥିଲା। ବଦଳି ଯାଇଥିଲା ଜୀବନର ମାନଚିତ୍ର । ମରିଯାଇଥିଲା ସବୁ ଆଶା ଓ ଆକାଙକ୍ଷା । ହଜିଯାଇଥିଲା ସବୁ ସ୍ବପ୍ନ।
ପିଲାମାନଙ୍କର ଭବିଷ୍ୟତ କଣ ହେବ ତାହା ଭଗବାନଙ୍କୁ ଜଣା । ସେ ସ୍ତ୍ରୀ ଓ ଛୁଆମାନଙ୍କୁ କେବେ ଅବହେଳା କରନ୍ତି ନାହିଁ । ଦୁଃଖ କଣ ସେମାନଙ୍କୁ ଜାଣିବାକୁ ଦେଇନଥିଲେ।ଖାଇବା,ପିନ୍ଧିବା କୋଉଥିରେ ଅଭାବ ରଖିନଥିଲେ। ଏବେ ସେମାନେ କରିବେ କଣ?
ଏ ଭାଗ୍ଯର ବିଡମ୍ବନା । ସତରେ ଭଗବାନ ବହୁତ ନିଷ୍ଠୁର। ନୀରିହ ଲୋକମାନଙ୍କୁ ଦୁଃଖ ଦିଅନ୍ତି । ତାଙ୍କୁ ବେଶୀ ଭଲପାଉଥିବା ଲୋକମାନଙ୍କୁ ଶୀଘ୍ର ଏ ଦୁନିଆରୁ ସବୁଦିନ ପାଇଁ ନେଇଯାନ୍ତି ।
ବଡ ବିଚିତ୍ର ଏ ଦୁନିଆ!
ବଡ ବିଚିତ୍ର ତାଙ୍କର ଲୀଳା!

ସେଥିପାଇଁ କଥାରେ ଅଛି :-

“ପିତା ଧର୍ମ ପିତା ସ୍ବର୍ଗ
ପିତା ହିଁ ପରମ ତପ
ପିତରେ ପ୍ରିୟମା ପର୍ଣ୍ଣେ
ପ୍ରିୟନ୍ତି ସର୍ବ ଦେବତା।”

ଅର୍ଚ୍ଚନା ପ୍ରିୟଦର୍ଶୀନୀ
କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?