Sahitya Jibana

Portal on odia literature

ଖରାର ପ୍ରଭାବ – ସୁକାନ୍ତ ଖଣ୍ଡା

1 min read
seashore under white and blue sky during sunset

ଖରାର ପ୍ରଭାବ ସାରା ଜଗତକୁ
କନ୍ଦାଇ ମାରୁଛି ଆଜି
ଜୀବ କି ନିର୍ଜୀବ କାହାକୁ ଛାଡୁନି
ଖଇ ପରି ଚାଲେ ଭାଜି।୧
ପବନକୁ ଭାଜି ଦେଉଛି ବୋଲିତ
ତତଲା ନିଶ୍ବାସ ଆଉ
ପ୍ରଶ୍ବାସରେ ବାଧା ହେଉଛି ସର୍ବଦା
ଖରା ସାଜୁଅଛି ଦାଉ।୨
ପାଣିକୁ ଶୋଷକି ଗାଢି଼ଆ ପୋଖରୀ
ସୁଖାଇ ଦେଲାଣି ସବୁ
ଜଳଚର ସବୁ ପାଣି ଟୋପେ ବିନା
ମାରି ଦେଲଣି ହେ ବିଭୁ।୩
ମାଟି ମାଆ ଫାଟି ଆ’ଟେ କରିଲାଣି
ଖଣ୍ଡଖଣ୍ଡ ହୃଦୟକୁ
ଝୁରି ମରୁଅଛି ତା’ସନ୍ତାନ ଯେତେ
ପ୍ରାଣୀ ଆଉ ଉଦ୍ଭିଦକୁ।୪
ସାଇଁସାଇଁ ମାରି ଟାଇଁଟାଇଁ ଖରା
ଖଡଖଡ୍ ଯେଣୁ ମନ
ଝରଝର ଝରେ କନକନ ମନୁ
ସାଇତା ଲୋତକ ଧନ।୫

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
ଇ-ମେଲ୍ :
khandasukanta@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?