Sahitya Jibana

Portal on odia literature

ଏହା କ’ଣ ତୁମ ଇଚ୍ଛା – ସୁଦାମ ଦଳବରା

1 min read

ମଣିଷ ଜୀବନ ସଂଘର୍ଷ ମୟ
କେତେ ଯେ ପରୀକ୍ଷା ତୁମେ ପ୍ରଭୁ ନିଅ
ନିମିଷକେ ଭାଙ୍ଗି ଯାଉଛି ସପନ
ବଞ୍ଚିବା ମରିବା ଏଠି ହେଉଛି ସମାନ ।।

କିଏ ଜାଣିଥିଲା ଏମିତି ଯେ ହେବ
ଏ ଝଡ଼ ଝଞ୍ଜାରେ ସପନ ଭାଙ୍ଗିବ
ସାହା କେହି ନାହିଁ ଆହା କେ କରିବ
ସବୁ ସ୍ୱପ୍ନ ଏଠି ପାଉଁଶ ହୋଇବ ।।

ରାସ୍ତା ଯେ ଅନେକ ଉଠାଣି ଗଡାଣି
ଚାଲିବାକୁ ଆଉ ବଳ ପାଉନାହିଁ
ଆଘାତ ଉପରେ ଆଘାତ ଦେଉଛ
ମୋତେ ଦୁଃଖ ଦେଇ କି ସୁଖ ପାଉଛ ।।

ମନକୁ ଯେବେ ତ ଆଣ୍ଟ କରୁଅଛି
ସମୟ ସୁଅରେ ଭାଙ୍ଗି ତ ଯାଉଛି
କଷ୍ଟ ସହି ସହି ଜୀବନ ଗଲାଣି
ପାରୁଛ କି ନାହିଁ ତୁମେ ପ୍ରଭୁ ଜାଣି ।।

ଏ ସଂସାର ବୋଝ ବୋହି ତ ହେଉନି
ଦାନା ପାଣି ଆଉ ପେଟକୁ ଯାଉନି
ଅଟକି ଯିବକି ମୋ ସଂସାର ରଥ
କେବେ ଦୁଃଖ ବୁଝିବ ହେ କାଳିଆ ସାଆନ୍ତ ।।

ଏହା କଣ ତୁମ ଇଚ୍ଛା ଆମେ ପାରିବୁ କି ଜାଣି
ଭକତ ଭାବକୁ ବୁଝ ଆହେ ଚକ୍ରପାଣି
ଭକତ ତୋହର ସବୁ ଅଥୟ ହେଲେଣି
ଏ ସଂସାରର ଦୁଃଖ ପ୍ରଭୁ ବଳିତ ଗଲାଣି ।।

@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?