Sahitya Jibana

Portal on odia literature

ସାମ୍ପ୍ରତିକ ସମାଜ – ଅନିଲ କୁମାର

1 min read
soldiers in line to get in a plane

Photo by Pixabay on Pexels.com

ସମାଜର ସ୍ଥିତି ବଦଳିଛି ଆଜି
ଭିନ୍ନ ଏକ ରୂପରଙ୍ଗ
ମଣିଷ ଭୁଲିଛି ମାନବିକତାକୁ
କରୁଛି ଅଧର୍ମ ସଙ୍ଗ ।

ବୃଦ୍ଧ ପିତାମାତା ଅଲୋଡ଼ା ହୁଅନ୍ତି
ବଦଳିଯାଏ ଠିକଣା
ଖଟିଖିଆ ଏଠି କିଛି ତ ପାଏନା
ଯୋଜନା ତ ବାଟବଣା ।

ପରିବେଶ ପ୍ରଦୂଷଣ ବଢିଚାଲେ
ସ୍ୱଚ୍ଛତାର ନାହିଁ ଧ୍ୟାନ
ସଚେତନତାର ପ୍ରବଳ ଅଭାବ
ସଙ୍କଟେ ଆଜି ଜୀବନ ।

ମଣିଷପଣିଆ ହଜି ତ ଗଲାଣି
ସ୍ୱାର୍ଥରେ ସଭିଏଁ ଅନ୍ଧ
ଦୟା,ସେବା,ପ୍ରେମ ଭୁଲିତ ଗଲେଣି
‌ହେଉଛି ହିଂସାର ଯୁଦ୍ଧ ।

ନାରୀ ନିର୍ଯାତନା, ଶୋଷଣ, ଧର୍ଷଣ
ବିଦୀର୍ଣ୍ଣ ଆଜି ପ୍ରକୃତି
ଅବାଧରେ ଏଠି ଚାଲେ ଗଛକଟା
ନାହିଁ ତ ପ୍ରକୃତିପ୍ରୀତି ।

ବୃକ୍ଷରୋପଣକୁ ଧ୍ୟାନ କେ ଦେଉଛି
ଋତୁଚକ୍ର ବଦଳିଛି
ଚାରିଆଡ଼େ ଖାଲି ଆବର୍ଜନାମୟ
ସଚେତନ କେ ହେଉଛି ।

ମାତୃଭାଷା ପ୍ରତି ମମତା ତ ନାହିଁ
ବଦଳିଛି ଶିକ୍ଷାନୀତି
ଅର୍ଥଲାଳସାରେ ଅନ୍ଧ ଏ ମଣିଷ
ଲାଞ୍ଚ କରେ ରାଜନୀତି ।

ଆସହେ ସଭିଏଁ ସଚେତନ ହେବା
ବୁଝିବା ମନୁଷ୍ୟ ଧର୍ମ
ଭେଦଭାବ ଭୁଲି ଏକତା ରଖିବା
କରୁଥିବା ସତକର୍ମ ।

  • ଅନିଲ୍ କୁମାର
  • କୁମାରୀ, ବୋୖଦ୍ଧ
Copyright © Sahitya Jibana | Newsphere by AF themes.
Open chat
Hello
How can you help we?