Sahitya Jibana

Portal on odia literature

ସମୟ ର ଅନ୍ୟନାମ ସୁପ୍ରିୟା – ପବିତ୍ର ବେହେରା

1 min read

କିଛି ଦିନ ତଳେ ରାଜା ବାବୁ ଚେନ୍ନାଇ ରୁ ଘରକୁ ଫେରି ଥାଆନ୍ତି। ଆଉ ପରିବାର ସହିତ ବହୁତ ଖୁସିରେ ସମୟ ବିତାଉଥିଲେ ,ହେଲେଆଜି ସକାଳେ ଚୋଉକି ଉପରେ ବସି ପେପର୍ ପଡୁଥାଆନ୍ତି। ହଠାତ୍ ତାଙ୍କର ନଜର ପଡିଗଲା ପେପର୍ ର ମଧ୍ୟ ଭାଗରେ ଥିବା ଗଳ୍ପ ## କଲେଜ ସମୟ ## ସେ ଦୀର୍ଘ ନିଃଶ୍ୱାସ ଦେଇ କହିଲେ, ସତରେ କେତେ ଆନନ୍ଦଦାୟକ ଥିଲା ସେ ସମୟ ଏମିତି ଭାବି କିଛି ସମୟ ନୀରବ ହୋଇ ବସି ଯାଇଥିଲେ। ବିତି ଯାଇଥିବା କଲେଜ ସମୟ କଥା ଭାବିକି ଆଖିରୁ ଲୁହ ଝରି ଆସୁଥିଲା ।ଏତିକି ସମୟରେ ସାନ ଭଉଣୀ ଲିଜା ଚା’ କପଟି ହାତରେ ଧରି ରାଜା ବାବୁଙ୍କ ପାଖରେ ପହଞ୍ଚି ଗଲେ ଏବଂ କହିଲେ, ଭାଇ କଣ ହୋଇଛି ତୁମ ଆଖିରେ ଲୁହ କ’ଣ ହୋଇଛି ।ରାଜା ବାବୁ କିଛି ନକହି କିଛି ସମୟ ନୀରବ ରହିଗଲେ।ଲିଜା- ଭାଇ କଣ ହୋଇଛି କୁହ, ନୀରବ କାହିଁକି ରହିଲ ଯେ କିଛି ତୋ କୁହ। ରାଜା ବାବୁ – ପ୍ରତିଉତ୍ତରରେ କିଛି ନୁହେଁ ରେ ଏମିତି କଲେଜ କଥା ଟିକିଏ ମନେ ପଡିଗଲା।ଲିଜା- ଭାଇ ତୁମ କଲେଜ ସମୟ କ’ଣ ଏମିତି ଯେ ତୁମ ଆଖିରେ ଲୁହ ଆସିଗଲା । ରାଜା ବାବୁ ମୋ କଲେଜ ସମୟ ସବୁଠାରୁ ନିଆରା, ଏତିକି କହି ହଠାତ ରହିଗଲେ ଏବଂ କହିଲେ ତୁ ସେ ସବୁ ଜାଣିକି ତୁ କଣ କରିବୁ ଯାଆ ତୁ ପାଠ ପଢ଼ିବୁ କିନ୍ତୁ ସାନ ଭଉଣୀ ଲିଜା ଏକ ଜିଦିଆ ସେଠାରୁ ଯିବା ର ନାଁ ଧରୁ ନଥାଏ ଏବଂ ଜିଦି କରୁଥାଏ। ଭାଇ କହ କଣ ହୋଇଛି । ଭଉଣୀ କଥାକୁ କେମିତି ବା ଅବମାନନା କରି ପାରିବ।ନିଜ ଜୀବନରେ ଘଟିଥିବା କଲେଜ୍ ସମୟ କୁ ନିଜ ଭଉଣୀ ଆଗରେ କହିବାକୁ ଲାଗିଲେ। ମୋର ଜଣେ ଭଲ ସାଙ୍ଗ ଥିଲେ ସେ ହେଉଛନ୍ତି ସୁପ୍ରିୟା । ଆମେ ଦୁହେଁ ଶ୍ରେଣୀ ଗୃହରେ ପ୍ରଥମ ଧାଡ଼ିରେ ଦୁଇ ଜଣ ପାଖାପାଖି ହୋଇ ବସିଥିଲୁ । ସେ କହୁଥିଲେ ମୁଁ ଶୁଣୁଥିଲି ଆଉ ମୁଁ କହୁଥିଲି ସେ ଶୁଣୁଥିଲେ। ଅନେକ କଥା ଆମ ଦୁହିଁଙ୍କ ମଧ୍ୟରେ କଥୋପକଥନ ରେ ସମୟ କେତେବେଳେ ସରି ଯାଉଥାଏ। ତାହା କିଛି ବି ଜଣା ପଡୁନଥିଲା । ଏମିତି ଭାବରେ ଗଢିଉଠିଥିଲା ଏକ ନୂତନ ସମ୍ପର୍କ ଯେଉଁ ସମ୍ପର୍କର କେବେ ଅଲଗା ହେବାର ସମ୍ଭାବନା ହିଁ ନଥିଲା। ଯେମିତି ଗୋଟିଏ ପ୍ରେମ ପକ୍ଷୀର ଆମେ ଦୁଇଟି ଡେଣା। ବର୍ଷା ପରର ଶୀତଳତା ପରି ସେ ଆସିଥିଲେ। ମୋ ଜୀବନରେ କେବେ ତୃଷ୍ଣାର୍ତ୍ତର ତୃଷ୍ଣା ମେଣ୍ଟାଇବା ପାଇଁ ତୋ କେବେ କଣ୍ଟକିତ ସଦୃଶ୍ୟ ସମୟରେ ମୋର ପୁଷ୍ପ ବର୍ଷା କରିବା ପାଇଁ ଆସିଥିଲେ ସେ ମୋ ଜୀବନରେ। ଏମିତି ଏକ ସମୟ ଥିଲା ଯେଉଁ ସମୟରେ ସେ ମୋତେ ପ୍ରତିଶ୍ରୁତି ଦେଇଥିଲା । ଆକାଶରେ ଜହ୍ନ ରହେ ବା ନ ରହେ କିନ୍ତୁ ଆମ ସମ୍ପର୍କର ଚିରଦିନ ପାଇଁ ଅମର ରହିବ। ତାହାର ଏହି ମିଛ ପ୍ରତିଶ୍ରୁତି ମୋ ଜୀବନରେ ଏକ ସୁବାସିତ ମୋହକ ନେଇ ଆସିଛି। ପାଠ ପଢା ସରିବାର ବହୁତ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କ ସହ ବିତି ଥିବା ପ୍ରତ୍ୟେକ ମୂହୁର୍ତ୍ତ ମୋ ହୃଦୟର ଗନ୍ତାଘର ରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ସେ ରହିଯାଇଛି। ଆମ ଦୁହିଁଙ୍କ ସମ୍ପର୍କ ଏକ ଚୁମ୍ବକୀୟ ଶକ୍ତି ପରି ଗଢିଉଠିଥିଲା ଯେମିତି କି ଚୁମ୍ବକର ଗୋଟିଏ ପାର୍ଶ୍ବ ଦୂରେଇ ଦୂରେଇ ଯାଉଥିବା ବେଳେ ଅନ୍ୟ ପାର୍ଶ୍ୱଟି ଅତି ନିକଟତର ହୋଇଥାଏ ଠିକ୍ ସେ ମୋ ଠାରୁ ଯେତେ ଦୂରେଇ ଯାଉଛି। ତାଙ୍କ ସହ ବିତି ଥିବା ପ୍ରତ୍ୟେକଟି ମୂହୁର୍ତ୍ତ ମୋତେ ଅତି ନିଜର କରି ନେଉଛି। ବେଳେ ବେଳେ ମନରେ ଏମିତି ଭାବନା ଆସୁଛି। ସତରେ କଣ ସୁପ୍ରିୟା ଏକ ସମୟ ପାଲଟିଛି। ଯାହାର ପ୍ରତ୍ୟେକ ମୂହୁର୍ତ୍ତ ମୋତେ ବଞ୍ଚିବାର ଏକ ନୂଆ ରାସ୍ତା ସହିତ ପରିଚିତ କରାଉଛି। ଯେମିତି କି ହାତ ଘଣ୍ଟାର ପ୍ରତ୍ୟେକ କଣ୍ଟା ନିଜ ନିଜ କାର୍ଯ୍ୟ ବ୍ୟସ୍ତ ରହିଲେ ମଧ୍ୟ କିଛି ସମୟ ପାଇଁ ଏକାଠି ହୁଅନ୍ତି। କିଛି ମହାନ୍ ବ୍ୟକ୍ତିଙ୍କ ମତରେ ଏହି ସମୟ ହିଁ ସବୁଠାରୁ ମୂଲ୍ୟବାନ ସମୟ ଅଟେ। ଠିକ୍ ସେହିପରି ସେ ମୋ ଜୀବନରେ ଯେତିକି ସମୟ ରହିଛି। ସେ ସମୟ ହିଁ ସବୁଠାରୁ ମୂଲ୍ୟବାନ ସମୟ ଥିଲା ମୋ ପାଇଁ ଯାହା ଫଳରେ ମୁଁ ଅତ୍ୟନ୍ତ ସଫଳ ହୋଇପାରିଛି। ହାତ ଘଣ୍ଟାର ତିନୋଟି କଣ୍ଟା ପରି ସେ ମୋ ଜୀବନରେ ତିନୋଟି କଣ୍ଟା ଅଛି। ପ୍ରଥମ କଣ୍ଟାଟି ହେଲା (ଏକା ବଞ୍ଚିବାର ସାହାସିକତା)ଦ୍ଵିତୀୟଟି ହେଲା (ଆଗକୁ ବଢ଼ିବାର ଉପାଏ) ତୃତୀୟଟି ହେଲା (ସାରା ଦୁନିଆରେ ନିଜକୁ ପରିଚିତ) ଏହି ତିନୋଟି କଣ୍ଟା ମୋ ଜୀବନରେ ଅନେକ କିଛି ଖୁସି ଆଣି ପାରିଛି। ଏମିତି କଥା ହେଉ ହେଉ ଅନେକ ସମୟ ବିତି ଯାଇଥିବା।ଲିଜା କହିଲା ଭାଇ ସତରେ ତୁମ କଲେଜ ସମୟ ଅତ୍ୟନ୍ତ ନିଆରା।

ପବିତ୍ର ବେହେରା

ବାହାଲପୁର, ଗଞ୍ଜାମ

ଦୂରଭାଷ-୭୭୮୮୮୮୬୬୦୨

Copyright © Sahitya Jibana | Newsphere by AF themes.
Open chat
Hello
How can you help we?