Sahitya Jibana

Portal on odia literature

ସ୍ୱାଧୀନତା ର ଆଶା – ଶ୍ରାବଣୀ ପଟ୍ଟନାୟକ

1 min read

ସ୍ବାଧୀନ ରହିବାକୁ କିଏ ବା ପସନ୍ଦ ନକରେ? ସମସ୍ତେ ସ୍ବାଧୀନତା ବହୁତ ଭଲପାଆନ୍ତି,ସେ ଜୀବଜନ୍ତୁ ହେଉ କି ମଣିଷ। କିନ୍ତୁ ଏମିତି କିଛି ଙ୍କ ଭାଗ୍ୟରେ ସ୍ବାଧୀନତା କେଉଁ ଅନ୍ଧାର ରେ ହଜିଯାଇ ଥାଏ ତାର ସନ୍ଧାନ ଅସମ୍ଭବ ପରି ମନେହୁଏ। କିନ୍ତୁ ମନ ଭିତରର କେଉଁ ଏକ କୋଣରୁ ସ୍ବାଧୀନତା ର ଆଶାଟିଏ ରହିଥାଏ।
କାହିଁ କେଜାଣି ସେଦିନର ରାତ୍ରି ବହୁତ ଶାନ୍ତ ମନେ ହେଉଥାଏ। ଲାଗୁଥିଲା ପରିବେଶ ଯେପରି ଘୋର ନିଦ୍ରାରେ ଶୋଇପଡିଛି। ଅର୍ଦ୍ଧ ରାତ୍ରିର ସମୟ ।ହାଠାତ୍ ଖୁସିର ନିଦ ଭାଙ୍ଗିଗଲା। ଶୋଇବାକୁ ବହୁ ଚେଷ୍ଟା କରିବା ପରେ ମଧ୍ୟ ଆଖିକୁ ନିଦ ଆସୁ ନଥାଏ। କିଛି ସମୟ ବାହାରେ ବୁଲି ଆସିବାକୁ ଭାବି ରୁମ୍ ର ବାହାରକୁ ଗଲା। ଗେଟ୍ ଖୋଲି ବାହାରକୁ ଯିବାର ପ୍ରୟାସ କରୁଥିବା ବେଳେ ତାର ପାଦ ଦୁଇଟି ବାନ୍ଧି ହୋଇଗଲା। ଏତେ ବର୍ଷ ଭିତରେ ଯେଉଁ କାମ ସେ କରିନି ଆଜି କେମିତି କରିପାରିବ ଏହା ଭାବି ପଛକୁ ଫେରି ଆସିଲା। ପୁଣି ଥରେ ରୁମ୍ କୁ ଯିବାକୁ ବାହାରିଲା। ହଠାତ୍ ତାକୁ କୋଣରୁ ଚିତ୍କାରର ଶବ୍ଦ ଶୁଭିଲା। ସେ ସ୍ଥାନକୁ ଯାଇ ଦେଖେତ ଗୋଟିଏ ସୁନ୍ଦର କାଚର ବିଶାଳ ଆକ୍ବାରିୟମ୍ ଟିଏ ଅଛି। ରଙ୍ଗ ବେରଙ୍ଗ ଆଲୁଅ ତା ଉପରେ ପଡି ଆହୁରି ସୁନ୍ଦର ଲାଗୁଛି। ତା ଭିତରେ ଦୁଇଟି ମାଛ ଘୁରି ବୁଲୁଥାନ୍ତି। ଖ‍ୁସି ସେଠାରେ ବସିପଡି ସେ ମାଛ ଦୁଇଟିକୁ ଦେଖୁ ଥାଏ। ଖୁସି କୁ ଲାଗିଲା ଯେପରି ଗୋଟିଏ ମାଛ ବହୁତ ଯୋରେ ଚିତ୍କାର କରୁଛି। ସେ ମାଛଟିର ଆଖିର ଲୁହ ଖୁସି ସଫା ସଫା ଦେଖିପାରୁଥାଏ। ଦୀର୍ଘ ୮ ବର୍ଷ କାଳ ସେ ଏମିତି ପାଣିରେ ଛଟପଟ ହେଉଥାଏ। ଏତେ ବଡ ଆକ୍ବାରିୟମ୍ ଭିତରେ ମଧ୍ୟ ତାକୁ ଶାନ୍ତି ମିଳୁନଥାଏ। ମନେ ମନେ ତାର ପରିବାର ବିଷୟରେ ଭାବୁଥାଏ। ପୁଣି ନିଜକୁ ଦୋଷ ଦେଉଥାଏ। କାନ୍ଦି କହୁଥାଏ ମୁ ଆଉ ସେ ଭୁଲ୍ କରିବିନି କେବେବି ,ମୁ ତମ ଦୁଇ ଜଣଙ୍କୁ ଛାଡି ଆଉ କୁଆଡେ ଜିବିନି। ଏତେ ଛଟପଟ ହେବାପରେ ପୁଣି ଥକି ଯାଇ ବସିପଡୁଥାଏ। ପୁଣି ଉଠି ଚେଷ୍ଟା କରୁଥାଏ ନିଜର ମୁକ୍ତି ପାଇଁ। ମୁକ୍ତି ପାଇବାର ଇଚ୍ଛା ଭିତରେ ଭୟ ମଧ୍ୟ ରହି ରହିଥାଏ। ଏସବୁ ସତ୍ତ୍ବେ ସେ ଭାବୁଥାଏ ଯଉଦିନ ଏ ଆକ୍ବାରିୟମ୍ ଭାଙ୍ଗିଯିବ ସେଦିନ ପୁଣି ସେ ତାର ପରିବାର ପାଖକୁ ଚାଲିଯିବ। କିନ୍ତୁ ଏହାର ପରିଣାମ ସଂପର୍କରେ ସେ ଥାଏ ଅଜଣା। ଖୁସିର ଆଖିରୁ ଲୁହ ଆସିଗଲା।
ହଠାତ୍ କାହାର ସ୍ପର୍ଶ ରେ ଖୁସିର ଚେତା ଅସିଲା। ସେ ପଛକୁ ଦେଖିଲା।”ତୁ ଏଠି ଏତେ ରାତିରେ କଣ କରୁଛୁ ? ଯା ଶୋଇବୁ…..”ଭାଇର ଏପରି ଶବ୍ଦ ରେ ଚମକି ପଡି ଉଠି ଠିଆ ହେଲା। ରୁମ୍ କୁ ଯିବା ପୁର୍ବରୁ ପୁଣିଥରେ ବୁଲି ଆକ୍ବାରିୟମ ଆଡେ ଟିକେ ଦୃଷ୍ଟି ପକେଇଲା। ଦେଖିଲା ସେ ମାଛ ଦୁଇଟି ପାଣିରେ ଖେଳୁଥାନ୍ତି। ଆଉ କିଛି ନଭାବି ଆଖିରୁ ଲୁହ ପୋଛି ଚୁପ୍ ଚାପ୍ ରୁମ୍ ଭିତରକୁ ଚାଲିଗଲା।

ଶ୍ରାବଣୀ ପଟ୍ଟନାୟକ
ପୁରୀ
ଇ-ମେଲ୍ –
srabanipattanayak357@gmail.com