Sahitya Jibana

Portal on odia literature

କରୋନା ସଚେତନତା – ଅନ୍ତର୍ଯ୍ୟାମୀ ସାହୁ

1 min read
dock under cloudy sky in front of mountain

Photo by Pixabay on Pexels.com

ସଂସାର ଯାକରେ ଖେଳ କରୁଅଛି
କାୟା ବିସ୍ତାରିଣ କରୋନା,
ଜଣା ନଥିଲା କି ଶୁଣାବି ନଥିଲା
କରି ହୁଏନାହିଁ କଳନା ।୧।
ପ୍ରକୃତିର ସାଥେ ଖେଳିଲା ମାନବ
ଜୀବପ୍ରତି ଦୟା ନହେଲା,
ଜୀବମାରି ଜୀବ ଭକ୍ଷଣ କରିଲା
ଇଏ କି ପ୍ରକୃତିର ଲୀଳା ।୨।
ରୂପ ରେଖ ନାହିଁ ଆଖିକୁ ନ ଦିଶେ
ଜଣାପଡେ ନାହିଁ ଶରୀର,
ପବନରେ ଭାସେ ଘରେ ଘରେ ପଶେ
ରହେ ନାହିଁ ଏକ ଠାବର ।୩।
ଚଞ୍ଚଳ ତାଗତି ବୁଲେ ଦେଶ ଦେଶ
ଏବିଶ୍ଵ ଆଜି ଆତଙ୍କିତ ,
ମନୁଷ୍ୟ କୁ ମନୁଷ୍ୟ ଘୃଣା କରଇ
କଥା ହୋଇଲା ବିପରିତ । ୪ ।
ମାଆ ଓ ମାଉସୀ ଖୁଡୀଓ ପିଉସୀ
ବାପା ଭାଇ ଓ ଗୁରୁଜନ,
ସରକାରଙ୍କର ନିୟମ ମାନିଲେ
ବଞ୍ଚିବ ଆମର ଜୀବନ । ୫ ।
ବାହାରେ ନ ବୁଲି ଘରରେ ରହିବା
ମୁହଁରେ ମାସ୍କଟେ ପିନ୍ଧିବା ,
ନିହାତି ଜରୁରୀ କାମହେଲେ ଭାଇ
ପଦାକୁ ଆମ୍ଭେ ବାହାରିବା ।୬ ।
ବାହାରୁ ଆସିଲେ ସାବୁନରେ ହାତ
ଧୋଇବ ଦୁଇ ଚାରିଥର ,
ସାନିଟାଇଜର ହାତରେ ମାରିବ
ଏ କଥା ତୋମନରେ ଧର ।୭।
ସାମାଜିକ ଦୂରତା ରକ୍ଷାକରିବା
ଜନତାଙ୍କ ଗହଲି ଥିଲେ ,
ନିଜ ଜୀବନକୁ ନିଜେହିଁ ସୁରକ୍ଷା
ଦେବାହେ ଆମ୍ଭେ ସବୁବେଳେ । ୮ ।
ବହୁମୂଲ୍ୟବାନ ଅଟେ ଏ ଜୀବନ
ଦୟାମୟଙ୍କର ଏ ଦାନ,
ଜୀବନ ବଞ୍ଚିଲେ ଶୁଭଲାଭ ହେବ
ମନେଚିନ୍ତ ଶ୍ରୀ ନାରାୟଣ । ୯ ।
ହେରାଧାରମଣ ଗୁହାରୀମୋଘେନ
ଶ୍ରୀପଦେ ପଶୁଛି ଶରଣ ,
ସଂସାର ସାଗରୁ କରୋନା ରୋଗରୁ
ଉଦ୍ଧାର ହେ ଜଗମୋହନ । ୧୦।

ଅନ୍ତର୍ଯ୍ୟାମୀ ସାହୁ ପଲମ/କେସିଙ୍ଗା / କଳାହାଣ୍ଡି
Copyright © Sahitya Jibana | Newsphere by AF themes.
Open chat
Hello
How can you help we?