Sahitya Jibana

Portal on odia literature

କବି – ବିଶ୍ୱାସ ଓ ପ୍ରେମ – ସୁକାନ୍ତ ଖଣ୍ଡା

1 min read
photo lavender flower field under pink sky

Photo by David Bartus on Pexels.com

ବିଶ୍ବାସ ମୂଳରେ ଏ ଜଗତ ଚାଲେ
ତାକୁ ଯେ ଭାବିବ ହୀନ
ସଂସାର ହାଟରୁ ସଉଦା ନ ପାଇ
କାନ୍ଦିବ ତାହାର ପ୍ରାଣ।୧
ବିଶ୍ବାସ ଥିଲେ ହିଁ ଅପାର ସୁଖରେ
ଜୀବନ ଚାଲିବ ତା’ର
ଦୁଃଖୀ ହେବାକୁ ଯେ ଦିଏ ନାହିଁ ତାକୁ
ଏ ବିଶ୍ବ ଅଟେ ନିଜର।୨
ପ୍ରେମରେ ସର୍ବଦା ମସଗୁଲ ଥିଲେ
ଇର୍ଷା ହୋଇଯାଏ ଦୂର
ପ୍ରେମ ବାନ୍ଧିଥାଏ ଚୁମ୍ବକ ସଦୃଶ
ଭାଇ ବନ୍ଧୁ ପରିବାର।୩
ପ୍ରେମରେ ପ୍ରେମରେ ଜଗତଟା ଚାଲେ
ତାକୁ କରିବ ଯେ ଘୃଣା
ବିଶ୍ବ ଦରବାରେ ଏକଲା ଜୀଇଁବ
ହୋଇକି ସେ ବାଟବଣା।୪
ବିଶ୍ବାସ ଓ ପ୍ରେମ ସଂସାରେ ମଧ୍ଯରେ
ଯେତେଦିନ ଚାଲୁଥିବ
ତାକୁ ହଟେଇବା କା’ର ସାଧ୍ଯ ଅଛି
ଯେ ରହିଛି ରହିଥିବ।୫

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
ଇ-ମେଲ :- khandasukanta@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?