Sahitya Jibana

Portal on odia literature

ଗଳ୍ପ -ଛାଡ ପତ୍ର – ବିଜୟ କୁମାର ଘଡେ଼ଇ

1 min read

ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ଯରେ ଥିବା ବିବାଦର ଆଜି ପୁର୍ଣଛେଦ ପଡିବାକୁ ଯାଉଛି । ସ୍ମିତା ରାହୁଲ୍ ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍ ଙ୍କଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢୁ ଥିଲା । ଯାହାର ଫଳ ଆଜି ମିଳିବାର ଅଛି । ସ୍ମିତା ଏତେ ଦିନ ପରେ ନ୍ୟାୟ ମିଳିବ ବୋଲି ବହୁତ ଖୁସି ଥିଲେ ବୋଲି ତାଙ୍କ ସ୍ମିତ ହାସ୍ୟ ମୁଁହଁରୁ ବେଶ୍ ବାରିହୋଇ ପଡ଼ୁଥିଲା । ଦୁହେଁ ନିଜ ନିଜର ଓକିଲ ମାନଙ୍କ ସହ ଆସି କୋର୍ଟରେ ପହଁଚି ଯାଇଥାଆନ୍ତି । ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ରାହୁଲ୍ ସ୍ମିତାର ମନ ପରିବର୍ତ୍ତନ ଆଶାୟୀ । କିନ୍ତୁ ଯେତେ ବେଳେ କୋର୍ଟରେ ସେ ଦୁହେଁ ସାମ୍ନା ସାମ୍ନି ହେଲେ ସେତେବେଳେ ସ୍ମିତାର ବ୍ୟବହାର ଆଜୀବନ ଶତ୍ରୁ ଭଳି ଥିଲା । ତେଣୁ ରାହୁଲ୍ ର ସମସ୍ତ ଆଶା ମଳିନ ପଡି ଗଲା ଭଳି ମାନେ ହେଉଥିଲା ।

            କୋର୍ଟରେ ଜଜ୍ ମଧ୍ୟ ପରାମର୍ଶ ଦେଲେ ଯେ  ଅପୋଷ ବୁଝାମଣା ପାଇଁ  । ଆଉ ଥରେ ନିଜ ନିଜ ଭିତରେ ସମସ୍ୟାର ସମାଧାନପାଇଁ ,ମାତ୍ର ସ୍ମିତାର ଜିଦ୍ ଆଗରେ ସବୁ କିଛି ମୂଲ୍ୟହିନ ଥିଲା । ଶେଷରେ ଉଭୟ ଛାଡପତ୍ର ଦସ୍ତାବିଜ୍ ରେ ଦୁହେଁ ଦସ୍ତଖତ କଲେ । ମାନ୍ୟବର କୋର୍ଟଙ୍କ ଆଦେଶ ଅନୁସାରେ ସ୍ମିତା ବାପାଙ୍କ ସହ ରାହୁଲ ଘରକୁ ଗଲେ  ଓ ସେ ବିବାହ ସମୟରେ ପାଇଥିବା ସମସ୍ତ ଜିନିଷପତ୍ର ଚିହ୍ନଟ କରି ନେବା ପାଇଁ ଏକ ଗାଡିର ବନ୍ଦୋବସ୍ତ କଲେ ।  ଉଭୟ ରାହୁଲର ଘର ଭିତରକୁ ପ୍ରବେଶ କଲେ । ରାହୁଲ ସ୍ମିତାକୁ କହିଲା -ଏ ସବୁ କିଛି ତୁମର । ତୁମର ଯାହା ନେବାର ଅଛି ନେଇ ଯାଅ ମୁଁ କିଛି ବି ମନା କରିବି ନାହିଁ ।ଏହା କହି ସେ ଘର ବାହାରକୁ ଚାଲିଗଲେ । ଘର ଭିତରକୁ ପ୍ରବେଶ କରୁ କରୁ ସ୍ମିତାଙ୍କର ଆଖି ପ୍ରଥମେ ପଡିଲା ଡ୍ରଇଙ୍ଗ ରୁମର କାନ୍ଥରେ ଝୁଲୁଥିବା ଦୁହିଁଙ୍କର ସେଇ ପୁରୁଣା ଦିନର ଫଟୋ ଉପରେ । ତା ପରେ ବିବାହର ପ୍ରଥମ ଦିନରେ ରାହୁଲ ଦେଇଥିବା ସେଇ କାନ୍ଥ ଘଣ୍ଟା ଉପରେ  ଯାହା ପ୍ରତ୍ୟେକ ଏକ ଘଣ୍ଟାରେ ଥରେ ସ୍ମିତା .. ସ୍ମିତା.. ସ୍ମିତା ବାଦ୍ୟ ତାଳ ସହ ରାହୁଲଙ୍କର କଣ୍ଠ ସ୍ୱର ଥିଲା । ତା ପରେ ତାଙ୍କର ଆଖି ପଡିଲା ରାହୁଲର ବାପା ମାଙ୍କ ଫଟୋ ଉପରେ,ଯାହାଙ୍କୁ ଛାଡି ରାହୁଲ ଆଜି ସ୍ମିତା ପାଇଁ ଗାଁ ଛାଡି ପରିବାର ଛାଡି ସହରକୁ ଚାଲି ଆସିଛି  ।   ଏ ସବୁ କୌଣସି ସ୍ମୃତି ବି ତାଙ୍କର ମାନସିକ ସ୍ଥିତିକୁ ବଦଳାଇ ପାରୁ ନା ଥିଲା । ଲାଗୁଥିଲା  ସତେ ଯେପରି ସ୍ମିତାଙ ରାହୁଲଙ୍କ ଠାରୁ ହିଁ  ଅଲଗା ହେବାର ଅଛି ।

   ଘଟଣାକ୍ରମ ଏମିତି ଥିଲା ଦିନେ ସେମାନଙ୍କ ମଧ୍ୟରେ କୌଣସି ଏକ ଛୋଟ କଥାକୁ ନେଇ କଥାକଟା କଟି  ହୋଇଥିଲା । ରାହୁଲ କ୍ରୋଧିତ ହୋଇ ସ୍ମିତା ଉପରକୁ ହାତ ଉଠେଇ ଥିଲେ,ମାତ୍ର ମାରି ନ  ଥିଲା । ଏଥିପାଇଁ ରାହୁଲ ବି ସ୍ମିତାଙ୍କୁ ଭୁଲ ମାଗିସାରିଛନ୍ତି ,ଆଉ ଅନୁତାପ ବି କରିଛନ୍ତି କିନ୍ତୁ ସ୍ମିତାଙ୍କୁ ବୁଝେଇ ପାରି ନାହିଁ । ଯାହା ଶେଷରେ ଛାଡ଼ପତ୍ରର ରୂପ ନେଇଛି ।

ସ୍ମିତାର ବାପା ମାଆ ବି ସ୍ମିତାଙ୍କୁ ଅନେକ ବାର ବୁଝେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ମିତାଙ୍କୁ କାହାରି କଥା ଠିକ ଲାଗୁ ନ ଥିଲା । ନିଜ ଜିଦ୍ ରେ ଅଟଳ ଥିଲେ ସେ ।

        ବାପ ଘରୁ ଆଣିଥିବା ସମସ୍ତ ଜିନିଷପତ୍ର ଗାଡ଼ିରେ ଲୋକମାନଙ୍କ ଦ୍ୱାରା ଲଦା ଚାଲିଥିଲା । ଏହି ସମୟରେ ସ୍ମିତା ଟିକିଏ ରାହୁଲଙ୍କ ଟାସ୍କ ଟେବୁଲ ପାଖକୁ ଚାଲି ଯାଇ ଦେଖିଲେ ଗୋଟିଏ ଏନ୍-ଭଲ୍-ପ୍ ଟିଏ ଥୋଆ ଯାଇଛି । ଯାହାକୁ ରାହୁଲ ପୂର୍ବଦିନ ରାତିରେ ରଖିଥିଲେ ଗାଁରେ ଥିବା ବାପାଙ୍କ ନିକଟକୁ ପଠାଇବା ପାଇଁ । ସେ ତାକୁ ଖୋଲି ଦେଖିଲେ ଯେ ସେଥିରେ କିଛି କାଗଜପତ୍ର ସହ ଗୋଟିଏ  ଚିଠି ରହିଛି । ଯେଉଁ ଚିଠିଟି ଥିଲା ତାଙ୍କ ଗାଁଆରେ ଥିବା ତାଙ୍କ ବାପାଙ୍କ ପାଖକୁ । ଯେଉଁଥିରେ ଲେଖା ଥିଲା -
  ହେ ମୋର ପ୍ରିୟ ବାପା, ତୁମର ଏ ଅଯୋଗ୍ୟ  ପୁଅଟିକୁ କ୍ଷମା କରିଦେବ । ମୁଁ ମୋର ସମସ୍ତ ଦୁଃଖ ସୁଖ ତୁମକୁ ଫୋନ୍ ମାଧ୍ୟ୍ୟମରେ ଜଣାଏ । କିନ୍ତୁ ଆଜି ମୁଁ ପ୍ରଥମ ଆଉ ଶେଷ ଥର ପାଇଁ ତୁମକୁ ଚିଠିଟି ଲେଖିଛି । ଭାଇ ସହ ତୁମେ ଖୁସିରେ ରୁହ । ଆସନ୍ତା କାଲି କୋର୍ଟରେ ଚାଲିଥିବା ସ୍ମିତା ଓ ମୋ ମଧ୍ୟରେ ଚାଲିଥିବା କେସ୍ ଟିର ପୁର୍ଣଛେଦ ପଡ଼ିବାକୁ ଯାଉଛି । ମୁଁ ଜାଣେ କାଲି ନିଶ୍ଚୟ ସ୍ମିତା ନିଶ୍ଚୟ ଏଥିରେ ସଫଳ ହେବେ ଓ ମୋ ଠାରୁ ଡିଭୋର୍ସ ନେବେ । ଆଉ ମୁଁ ମଧ୍ୟ୍ୟ କିଛି କରିପାରିବିନି । ବୋଧ ହୁଏ ସେ ମୋ ସହ ଖୁସିରେ ନ ଥିଲେ । ସେ ଏବେ ତାଙ୍କ ଇଚ୍ଛାରେ ଜୀବନ ଜିଇଁବାକୁ ଚାଁହୁଛନ୍ତି । ଆଜି ମୁଁ ନିରୁପାୟ । ମୁଁ ମୋର ଏଠିକାର ସମ୍ପତ୍ତି ଆଉ ଗାଡିଟି ସ୍ମିତା ନାଁଆ ରେ କରି ଦେଇଛି । ଆଉ ସ୍ମିତାଙ୍କର ସବୁବେଳେ ଚାକିରୀ କରିବାକୁ ଇଚ୍ଛା ଥିଲା ,ତେଣୁ ମୁଁ ଆମ କମ୍ପାନୀର ମାଲିକଙ୍କୁ ଅନୁେରାଧ କରି ମୋ ଚାକିରୀଟିକୁ ସ୍ମିତା ନାଁଆରେ କରିଦେଇଛି । କେବେ ଯଦି ସ୍ମିତାଙ୍କର  ଆଉ କିଛି ସାହାଯ୍ୟ ଦରକାର ପଡେ, ନିଜ ଝିଅଟେ ଭାବି  ସାହାଯ୍ୟ କରିବ ବାପା । ସ୍ମିତା ତୁମକୁ ଲାଗିଲା ବାପା । ମୁଁ ତୁମକୁ ଏହି ଚିଠି ସହ ମୋ ସମ୍ପତ୍ତି,ଗାଡି,ବ୍ୟାଙ୍କ୍ ବ୍ୟାଲାନସ୍ ,ଆଉ ଡିଭୋର୍ସର ଏକ ଦସ୍ତାବିଜ୍ ପଠେଇ ଦେଇଛି,ତୁମେ ସ୍ମିତାକୁ ଟିକିଏ ଦେଇଦେବ । ମୁଁ ଆଉ ପାରୁନି ବାପା  । ଶରୀରରୁ କଲିଜାଟିକୁ କେହି କାଢିନେଲା ପରି ମୋତେ ଲାଗୁଛି । ଯଦି ମୋ ତରଫରୁ କାହା ପ୍ରତି କିଛି ଅବହେଳା ଓ ଭୁଲ ରହିଯାଇଥିବ ମୋତେ ତୁମର ବଡ ପଣରେ କ୍ଷମା କରିଦେବ ବାପା । ରହିଲି  ଇତି ତୁମ ରାହୁଲ୍ ।

   ଏହା ପଢି ସରିବା ପରେ ସେ ଚିଠି ଖଣ୍ଡିକୁ ଫୋପାଡ଼ି ଦେଇ  ଦୌଡ଼ି ଦୌଡ଼ି ଯାଇ ରାହୁଲ୍ ରାହୁଲ୍ ଡାକ ପକାଇ ବଗିଚା ଆଡକୁ ଗଲେ । ପୁଣି ସେ ବାଡ଼ି ପଟକୁ ଗଲା ,ପୁଣି ସେ ଡାକି ଡାକି ଘରର ସମସ୍ତ ରୁମ୍ ରେ ଖୋଜିଲେ କିନ୍ତୁ ପାଇଲେ ନାହିଁ ।

ବାଉନି ବାଉନି କାନ୍ଦି କାନ୍ଦି ସେ ଜୋର ପାଟିରେ କହୁଥାଆନ୍ତି- ମୋର ବହୁତ ବଡ଼ ଭୁଲ ହୋଇଯାଇଛି ରାହୁଲ୍ । ମୋ ଦ୍ୱାରା ତୁମ ପ୍ରତି ଏକ ବହୁତ ବଡ ଭୁଲ ହୋଇଯାଇଛି । ମୋତେ କ୍ଷମା କର । ମୋତେ ତୁମେ ଏକା କରି କୁଆଡେ ଗଲ । ମୁଁ ତୁମର ସେଇ ସ୍ମିତା । ତୁମ ସାତ ଜନ୍ମର ସାଥି । ମୋ ପାଖକୁ ଫେରିଆସ ……ପ୍ଲିଜ୍ ….ଫେରିଆସ…….ପ୍ଲି…..ଜ୍…..। ଏମିତି ସେ ଆଉ ଘରକୁ ଫେରି ନ ପାରି ସେଇଠି ରାହୁଲ୍ ଙ୍କୁ ଖୋଜିବାରେ ଲାଗିଲେ । ତାଙ୍କର ସମସ୍ତ ସାଙ୍ଗସାଥି ଓ ସମ୍ପର୍କୀୟଙ୍କୁ ଯୋଗାଯୋଗ କଲେ କିନ୍ତୁ କିଛି ଖବର ପାଇଲେ ନାହିଁ ।

ସମୟ ପାଖା ପାଖି ପାଞ୍ଚଟା ସୂର୍ଯ୍ୟଙ୍କ ବୁଡିବା ସମୟ । ବସନ୍ତ ଋତୁର ମଳୟ ପବନ ତାଙ୍କ ମାନଙ୍କୁ ସାନ୍ତ୍ୱନା ଦେଇ ପାରୁ ନ ଥିଲା । ଠିକ୍ ଏହି ସମୟରେ ଏକ ଅମ୍ବୁଲାନ୍ସଟିଏ ଘର ଆଡକୁ ଆସୁଥିବାର ଦେଖିଲେ ସ୍ମିତା । ଆମ୍ବୁଲାନ୍ସଟି ଆସି ଘର ଆଗରେ ଛିଡା ହୋଇଗଲା । ଆଉ ଦୁଇ ଜଣ ଓହ୍ଲାଇ ଆସି ସ୍ମିତାଙ୍କୁ ପଚାରିଲେ ଆପଣ ରାହୁଲ୍ ବାବୁଙ୍କର କଣ ହେବେ ? ସ୍ମିତା ଆବାକ୍ ହୋଇ କହିଲେ…ଆଜ୍ଞା ମୁଁ …ମୁଁ..ମୁଁ ରାହୁଲ୍ ଙ୍କ ପତ୍ନୀ । କଣ ହୋଇଛି ଆଜ୍ଞା । ସେମାନେ କହିଲେ ଆପଣ ଏହିଠି ଏକ ସିଗ୍ନେଚର୍ ମାରି ଡେ଼ଡ୍ ବଡ଼ି କୁ ନେଇ ଯାଆନ୍ତୁ । ଏକ ଗାଡି ଦୁର୍ଘଟଣାରେ ରାହୁଲ ବାବୁଙ୍କର ସ୍ପଟ ଡେ଼ଥ ହୋଇ ଯାଇଛି । ଆଉ ଆପଣ ମାନଙ୍କ ସହ କୌଣସି ଯୋଗସୁତ୍ର ସ୍ଥାପନ ହୋଇ ନା ପାରିବାରୁ ଏକ ଭଦ୍ର ବ୍ୟକ୍ତି ଜଣକ ନିଜ ପରିଚିତ ବୋଲି ପରିଚୟ ଦେଇ ହସ୍ପିଟାଲରେ ଭର୍ତ୍ତି କଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏହା କହି ସେମାନେ ତାଙ୍କଠୁ ସିଗ୍ନେଚର ନେଇ ଡେ଼ଡ୍ ବଡ଼ିକୁ ତାଙ୍କ ପାଖରେ ରଖିଦେଇ ଚାଲିଗଲେ ।

ସେଦିନର ଛୋଟିଆ ଭୁଲ୍ ନିଷ୍ପତ୍ତିଟିଏ ସତରେ କେତେବଡ ସମୟର ସୁଅକୁ ବଦଳାଇ ଦେଲା ତାହା ଶେଷରେ ସ୍ମିତା ବୁଝିପାରିଲେ ସିନା ହେଲେ ରାହୁଲ୍ ତାଙ୍କ ପାଖକୁ ଆଉ କେବେ ଫେରି ଆସି ପାରିଲେ ନାହିଁ,ଗୋଟିଏ ସୁନ୍ଦର ଓ ନିସ୍ଵାର୍ଥପର ପ୍ରେମଟିଏ ଜିଦ ରୂପକ ନିଆଁରେ ଜାଳି ଛାର୍ ଖାର୍ ହୋଇଗଲା ।

             ବିଜୟ କୁମାର ଘଡେଇ
       କମାରପାଳ,ଔପଦା,ବାଲେଶ୍ୱର
                  ମୋ -୮୯୧୭୨୮୯୮୩୯
Copyright © Sahitya Jibana | Newsphere by AF themes.
Open chat
Hello
How can you help we?