Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଶରତ ଚନ୍ଦ୍ର ମହାନ୍ତ , କେନ୍ଦୁଝର

1 min read
seashore under white and blue sky during sunset

         ନାରୀ ଅଟେ ନାରାୟଣୀ
ପୁରାଣେ ବର୍ଣ୍ଣିତ          ତା’ରି ଯଶକୀର୍ତ୍ତି
         ରହିଛି କେତେ କାହାଣୀ ॥

           ନାରୀ ଶକ୍ତିସ୍ବରୂପିଣୀ
ସୁନ୍ଦ ଉପସୁନ୍ଦ              ମହିଷା ଅସୁର
          ଦୁଷ୍ଟସଂହାରକାରିଣୀ ॥
      
          ନାରୀ ପରା ସର୍ବଂସହା
ଦୁଃଖ ଅରଦଳି            ସବୁ ସେ ସହିଣ
          ଭୁବନେ ଦେଖାଏ ରାହା ॥

          ସ୍ବାବଲମ୍ବୀ ଅଟେ ନାରୀ
ଗଢି ନାରୀ ସଂଘ        ନାନା କାର୍ଯ୍ଯମତେ
          ହୁଅନ୍ତି ସମସ୍ଯା ପାରି ॥

          ସରୋବରେ  ମାଛ  ଚାଷ
ମାଛ ବିକ୍ରି କରି            ନାରୀ ସ୍ବାବଲମ୍ବୀ
          ହୋ’ନ୍ତି ହେଲେ ବର୍ଷ ଶେଷ ॥   

          କୃଷିକ୍ଷେତ୍ରରେ ନାରୀଏ
କରି ନାନା ଚାଷ          ବିକିଣ ସମସ୍ତ
          ପ୍ରଚୁର ଲାଭ ପାଏ ॥

         ଗ୍ରାମପଞ୍ଚାୟତେ ନାରୀ
ଚାଉଳ ଗହମ         ଆଉ  କିରୋସିନି
         ବାଣ୍ଟନ୍ତି  ପକାଇ  ହୁରି  ॥

         ବିଦ୍ୟାଳୟେ ନାରୀଗଣ
ରନ୍ଧନ କରନ୍ତି               ମଧ୍ୟାହ୍ନ ଭୋଜନ
          ଜାଣି  ପିଲାଙ୍କର  ମନ ॥

          ଅବଳା ନୁହଁଇ ନାରୀ
ସବୁ କର୍ମକ୍ଷେତ୍ରେ        ପୁରୁଷର ସାଥେ
         ସମ କର୍ମ ପାରେ କରି ॥

          ଆଧୁନିକ ନାରୀଗଣ
ଆତ୍ମନିର୍ଭରଶୀଳ         ହେବା ସକାଶେ
         କରିଛନ୍ତି  ଧ୍ରୁବ  ପଣ ॥
☆☆☆☆☆☆☆☆☆☆☆☆☆
ଶରତ ଚନ୍ଦ୍ର ମହାନ୍ତ
କେମ୍ପସଡା, କେନ୍ଦୁଝର
ଦୂରଭାଷ- ୯୦୯୦୭୬୦୨୦୮