Sahitya Jibana

Portal on odia literature

କବିତା – ନେତା ହେଲେ – ସୁରେଶ ଚନ୍ଦ୍ର ମହାନ୍ତ

1 min read
soldiers in line to get in a plane

Photo by Pixabay on Pexels.com

ନେତା ହେଲେ ମୁଁ
ସଭା ସମିତିରେ ଦେଇ ଭାଷଣ
ଅକ୍ଷୟ କୋଠାଘର ଗଢିବି
କୁଜି ନେତାଙ୍କଠୁ ନେବି ଭାଗ
ନିଜ ପାଣ୍ଠିକୁ ମଜଭୁତ କରିବି !
ନେତା ହେଲେ ତମେ
ସମସ୍ତଙ୍କୁ ଖାଲି ଚାଲିବ ଠକି
କରିବ ଶୋଷଣ, ଧର୍ଷଣ
କର୍ମଚାରିଙ୍କୁ କରିବ ଛେଳି
ମୁହଁ ବନ୍ଦ କରି ଦେଇ ହାତ !
ନେତା ହେଲେ ସେମାନେ
ବିଚ ରାସ୍ତାରେ ଚାଲିବେ
ରୋଲ କରିବେ ଦି ନମ୍ବରୀ
ଏଣୁତେଣୁ କରି ଶାନ୍ତ କରିବେ
ଅଳ୍ପ ଦେଇ ଖାଇବେ ବେଶୀ
ନ ହେଲେ – – –
ନିରଞ୍ଜନା ତୀରେ
ନିତି ତପସ୍ୟା କରିବେ !

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, ପାଟଣା, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?