Sahitya Jibana

Portal on odia literature

ଗଳ୍ପ – ଅନାଥ ଆଶ୍ରମ – ବିଜୟ କୁମାର ଘଡେଇ

1 min read
vintage alarm clock and luminous lamp placed on bedside table

Photo by Rachel Claire on Pexels.com

ବୟସର ଅପରାହ୍ନରେ ,ରମାଦେବୀ । କେତେବେଳେ ଯେ ମୃତ୍ଯୁ ତାଙ୍କୁ ତାଙ୍କ ପାଖକୁ ଆମନ୍ତ୍ରଣ କରିବ ସେ କଥା ଭଗବାନଙ୍କୁ ହଁ ଜଣା । ରମା ଦେବୀଙ୍କର ମୁଁହରେ ଆଉ ଆଗ ଭଳି ହସ ଦେଖିବାକୁ ମିଳୁ ନ ଥିଲା । ଲାଗୁ ଥିଲା ସତେ କି ସାଧୁ ବାବୁ ଗଲା ଦିନ ଠୁ ସବୁ ସୁଖ ଶାନ୍ତି ତାଙ୍କ ଠୁ ଚାଲି ଯାଇଛି । ସବୁବେଳେ ପୁଅ ବୋହୁଙ୍କ ତାଡନା ଆଉ ବିରକ୍ତିଜନକ କଥାବର୍ତ୍ତା ଶୁଣି ବଂଚିବା ଅପେକ୍ଷା ମରିଯିବା ସବୁଠୁ ଶ୍ରେୟସ୍କର ବୋଲି ମନେ କରନ୍ତି ରମା ଦେବୀ । ପରିବାରରେ ନିଜର ଉପସ୍ଥିତିକୁ ପୁଅ ବା ବୋହୁ କେହି ବି ସମ୍ମାନ ଦିଅନ୍ତି ନାହିଁ । ବୃଦ୍ଧ କାଳରେ ପୁତ୍ର ବଧୂଠୁ ଯେଉଁ ଆଶା ରଖା ଯାଏ ତାହା ପ୍ରାୟ ସନ୍ଦେହ ଜନକ ଥିଲା । ମାଆଙ୍କର କୌଣସି ସୁବିଧା ଅସୁବିଧା ପ୍ରତି ଗୁରୁତ୍ୱ ନା ଥିଲା ପୁଅ ରାକେଶର । ସବୁବେଳେ ବାପା ତାଙ୍କ ପାଇଁ କଣ କରିଛନ୍ତି ବୋଲି ବିରକ୍ତିକର କଣ୍ଠରେ କୁହନ୍ତି । ବାପାଙ୍କ ଦ୍ଵାରା କମ୍ପାନୀର ମାଲିକାନାରେ ଥାଆନ୍ତି ରମେଶ । ସବୁବେଳେ ମାଆଙ୍କୁ ଲଗେଇ ପଗେଇ କୁହନ୍ତି । ବାପା ମୋ ପାଇଁ କିଛି ସେମିତି କିଛି ଧନ ସମ୍ପତ୍ତି ରଖି ନାହାନ୍ତି । ବହୁତଗୁଡ଼ିଏ ଟଙ୍କା ଅଯଥାରେ ବିଭିନ୍ନ ଟ୍ରଷ୍ଟ ଆଉ ଅନାଥ ଆଶ୍ରମକୁ ଦାନ କରୁଥିଲେ । ତାଙ୍କର ଦାନ କରିବାର କିଛି ସ୍ୱାର୍ଥ ଥିଲା ବୋଲି ମାଆଙ୍କୁ ପ୍ରଶ୍ନ କରନ୍ତି । ଏମିତି ସନ୍ଦେହ ଜନକ ପ୍ରଶ୍ନରେ ରମା ଦେବୀ ମୁରୁକି ହସି ଚୁପଚାପ୍ ରହି ଯାଆନ୍ତି । ଆଉ ମାଆଙ୍କୁ ଅନେକବାର ରମେଶ ତାଙ୍କ ପ୍ରତି ହେଉଥିବା ମେଡ଼ିସିନ,ଖାଦ୍ୟ,ଆଉ ଲୁଗା ପଟାର ଦୈନିକ ଖର୍ଚ୍ଚର ହିସାବ ଦେଖାଏ । ବୋହୂ ବି କିଛି କମ୍ ନୁହଁ ।ଘରର ବିଭିନ୍ନ କାମରେ ସହଯୋଗ କରିବା ପାଇଁ ଶାଶୁ ସହ ଝଗଡା କରେ । ଖାଇବା ପିଇବାରେ ମଧ୍ୟ ଅବହେଳା ।ଏକ ଅଲୋଡ଼ା ଅଖୋଜା ମଣିଷଟେ ଭଳି ବ୍ୟବହାର କରାଯାଏ ରମା ଦେବୀଙ୍କ ସହ । ହେଲେ କେବେ ବି ମୁହଁ ଖୋଲି କିଛି କହି ନାହାନ୍ତି ପୁଅ ବୋହୂଙ୍କୁ । ବେଳେ ବେଳେ ହୃଦୟକୁ ଅଧିକ ଯନ୍ତ୍ରଣା ହେଲେ ଏକୁଟିଆ ବସି ସାଧୁ ବାବୁଙ୍କୁ ମନେ ପକାଇ ସାନ୍ତ୍ୱନାର ଲୁହ କେଇ ବୁନ୍ଦା ଝରାଇ ଦିଅନ୍ତି । ଆଜି ବି ସେ ସାଧୁବାବୁଙ୍କର କଥାକୁ ତିଳେ ବି ଭୁଲି ନାହାନ୍ତି । ପୁଅକୁ କଷ୍ଟ ହେଲେ ସାଧୁ ବାବୁଙ୍କୁ କଷ୍ଟ ହେବ ବୋଲି ରମା ଦେବୀ ନିରବ । ଏମିତି କିଛି ଦିନ ବିତିଗଲାପରେ ପୁଅ ରମେଶ ଆଉ ତାଙ୍କ ସ୍ତ୍ରୀ ଦିନେ ନିଷ୍ପତି ନେଲେ ରମା ଦେବୀଙ୍କୁ ନେଇ ଏକ ଵୃଦ୍ଧାଶ୍ରମରେ ଛାଡି ଆସିବା ପାଇଁ । ତେଣୁ ତାଙ୍କୁ ଏ କଥା ସିଧା କହି ନ ପାରି ପୁଅ ବୋହୂ ଟଙ୍କା ଚୋରି ଭଳି ଏକ ମିଥ୍ୟା ଅପବାଦରେ ତାଙ୍କୁ ଜଡିତ କରି ଝଗଡା ସୃଷ୍ଟି କଲେ । ପୁଅ ମାଆଙ୍କୁ ବୁଝେଇ ସୁଝେଇ ଏକ ଆଶ୍ରମରେ ବାକି ଜୀବନ ସୁଖ ଶାନ୍ତିରେ ବିତେଇବା ପାଇଁ ଅନୁରୋଧ କଲା । ଆଉ ସେମାନଙ୍କୁ ଟିକିଏ ଶାନ୍ତିରେ ବଂଚିବା ପାଇଁ ହାତ ଯୋଡି ନେହୁରା ହେଲା ।ପୁଅର ମନରେ ଟିକିଏ ବି ଦୁଃଖ ନା ଦେବା ପାଇଁ ରମା ଦେବୀ କୌଣସି ଗୋଟିଏ ବୃଦ୍ଧା ଆଶ୍ରମରେ ରହି ଜୀବନର ବାକି ସମୟ ବିତାଇବା ପାଇଁ ପୁଅକୁ କହିଲେ । ରମା ଦେବୀ ସେଦିନ ରାତିରେ କିଛି ବି ଖାଇଲେ ନାହିଁ । ସାଧୁ ବାବୁଙ୍କ ଫଟୋ ଉପରେ ନିଜର ପଣତ କାନିଟିକୁ ବାରମ୍ବାର ବୋଲାଇ ବାଉଳି କରି କାନ୍ଦୁ ଥାଆନ୍ତି । ରାତି ସାରା ସେ ଆଉ ଶୋଇପାରି ନାହାନ୍ତି । ରାତି ପାହିଲା ,ସକାଳୁ ହେଲା । ପ୍ରତିଦିନପରି ରମା ଦେବୀ ସକାଳୁ ସଅଳ ଉଠି ଗାଧୋଆ ପାଧୋଆ ସାରି ଶିବ ମନ୍ଦିର ଚାରିପଟେ ଟିକିଏ ବୋଲି ଆସି ମହାଦେବଙ୍କୁ ପ୍ରାଥନା କରି ପୁଅର ଦିର୍ଘାୟୁ କାମନା କଲେ । ତାପରେ ଘରକୁ ଫେରି ଆଶ୍ରମ ଯିବା ପାଇଁ କିଛି ଲୁଗାପଟା ଧରି ବାହାରି ପଡିଲେ । ପୁଅ ବୋହୁ ତାଙ୍କୁ ନେଇ ନିଜର ସଉଖିନ୍ ଗାଡ଼ିରେ ନେଇ ଆଶ୍ରମକୁ ଗଲେ । ଆଶ୍ରମର ଜଗୁଆଳୀ ଗାଡିର ହର୍ନ୍ ଶୁଣି ଗେଟ ଟିକୁ ଖୋଲିଲା । ଗାଡ଼ିରୁ ଉଲ୍ଲ୍ହାଇ ସେମାନେ ଆଗକୁ ଚାଲିଲେ । ରମା ଦେବୀଙ୍କୁ ଦେଖି ଆଶ୍ରମର ସମସ୍ତ ଅନ୍ତେବାସୀ ନିକଟକୁ ଆସି ହାତ ଯୋଡି ପ୍ରଣାମ ଜଣେଇଲେ । ରମେଶ ଭାବୁଥାଏ ଏମାନେ ମାଆଙ୍କୁ ପ୍ରଣାମ କରୁଛନ୍ତି କାହିଁକି । ସେମାନେ ଆଗକୁ ଚାଲି ଚାଲି ଅଫିସ ଆଡକୁ ଯାଉ ଥାଆନ୍ତି । ଅଫିସ ରୁମ ପାଖରେ ପହଂଚିବା ମାତ୍ରେ ଆଶ୍ରମର ମୁଖ୍ୟ ପରିଚାଳକ ମାନସ ବାବୁ ତାଙ୍କୁ ତାଙ୍କର ସହକର୍ମି ମାନଙ୍କ ସହ ବନ୍ଦାଣ ପୂର୍ବକ ଫୁଲ ତୋଡ଼ା ଦେଇ ସ୍ୱାଗତ କରନ୍ତି । ରମେଶ ବାବୁଙ୍କୁ ଏ ସବୁ ଫର୍ମାଲିଟି ବୋଲି ଭାବୁଥାଆନ୍ତି । ଭିତରକୁ ନେଇ ମାନସ ବାବୁ ନିଜ ଆସନରେ ବସିବା ପାଇଁ ରମା ଦେବୀଙ୍କୁ ଅନୁରୋଧ କରନ୍ତି । ତା ପରେ ରମା ଦେବୀଙ୍କ ନାମ ଆଶ୍ରମର ଆଡ଼ମିଶନ ରେଜିଷ୍ଟ୍ରରରେ ରେଜିଷ୍ଟ୍ରର କରିବା ପାଇଁ ରମେଶ ବାବୁ ଅସହାୟର ପରିଚୟ ଦେଇ ଦସ୍ତଖତ କଲେ । ଶେଷରେ ସବୁ କାମ ସାରି ରମେଶ ବାବୁ ଓ ତାଙ୍କ ସ୍ତ୍ରୀ ଘରକୁ ଫେରିବା ପାଇଁ ବାହାରନ୍ତି । ଗାଡି ପାଖକୁ ଆସିବ ପର୍ଯ୍ୟନ୍ତ କେହି ବି ତାଙ୍କୁ ହାତ ଯୋଡି ପ୍ରଣାମ କରିବାର ଦେଖିବାକୁ ପାଆନ୍ତିନି ରମେଶ ବାବୁ । ଗାଡ଼ିରେ ବସି ଗେଟ ଅତିକ୍ରମ କରିବା ସମୟରେ ରମେଶ ବାବୁ ଗେଟ ନିକଟରେ ଥିବା ଜଗୁଆଳିଟିକୁ ପଚାରନ୍ତି – ଆଜ୍ଞା ଆପଣ ଆମ ସହ ଗଲା ବେଳେ ଯାଉଥିବା ସେହି ବିଧବା ମହିଳାଙ୍କୁ ଜାଣନ୍ତି ? ଜଗୁଆଳିଟି ନମ୍ରତାର ସହ କହେ -ଆଜ୍ଞା ସେ ହେଉଛନ୍ତି ଏ ଆଶ୍ରମର ପ୍ରତିଷ୍ଠାତାଙ୍କର ପତ୍ନୀ । କିଛି ବର୍ଷ ପୂର୍ବରୁ ତାଙ୍କର କୌଣସି ସନ୍ତାନ ହେଉ ନ ଥିବାରୁ ସେ ଏହି ଆଶ୍ରମଟିକୁ ପ୍ରତିଷ୍ଠା କରିଥିଲେ । ଆଉ ଏହି ଆଶ୍ରମରୁ ଗୋଟିଏ ପିଲାକୁ କୋଳେଇ ନେଇଥିଲେ । ଆଉ ତାଙ୍କୁ ନିଜ ସନ୍ତାନର ପରିଚୟ ଦେବେ ବୋଲି କହିଥିଲେ । ତାଙ୍କରି ପୃଷ୍ଟ ପୋଷାକତାରେ ଆଜି ଏହି ଆଶ୍ରମଟି ଚାଲୁଛି । ଆନାଥ ଶିଶୁଙ୍କୁ ନେଇ ତାଙ୍କୁ ପରିଚୟ ଦେବା,ସନ୍ତାନ ହୀନ ପିତା ମାତାଙ୍କୁ ସନ୍ତାନ ଦେବା ଆଉ ବାସନ୍ଦ ହେଉଥିବା ବୃଦ୍ଧାେଲାକଙ୍କୁ ସେବା ଦେବା ଲକ୍ଷ୍ୟରେ ତାଙ୍କର ଏହି ମହାନ୍ ଦାନ । ତାଙ୍କରି କୃପାରୁ ଦୀର୍ଘ ଚାଳିଶି ବର୍ଷ ଧରି ମୁଁ ଚାକିରୀଟି କରୁଛି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ଏହାଶୁଣି ରମେଶ ବାବୁ ଆବାକ୍ । ସେ ସଙ୍ଗେ ସଙ୍ଗେ ଗାଡିଟିରୁ ଉଲ୍ହାଇ ଦୌଡ଼ି ଦୌଡ଼ି କୋହଭରା କଣ୍ଠରେ ମାଆ ମାଆ ଡାକି ମାଆଙ୍କୁ ଖୋଜିବାକୁ ଲାଗିଲେ । ମାଆ ଙ୍କ ପାଖକୁ ଦୌଡ଼ି ଜାବୁଡି ଧରି କାନ୍ଦିବାକୁ ଲାଗିଲେ ଓ ତାଙ୍କ ସହ ପୁଣି ଘରକୁ ଫେରିଜିବାକୁ କହିଲେ । ହେଲେ ରମା ଦେବୀ ଆଉ ସେ ଘରକୁ ନ ଡାକିବା ପାଇଁ ପୁଅକୁ ଅନୁରୋଧ କଲେ । ରମେଶ ବାବୁ ନିରାଶ ହୋଇ ଘରକୁ ଫେରିଲେ । ସେ ଦିନ ଲାଗୁଥିଲା ସତେ ଯେମିତି ଦୀର୍ଘ ଦିନର ମନରେ ସଞ୍ଛିତ ହୋଇଥିବା ଗର୍ବ ଅହଂକାର ଧନ ସମ୍ପତି ଆଉ ପ୍ରତିପତି ଆଉ ସଉଖିନ୍ ରେ ବଂଚିବାର ଇଚ୍ଛା ସବୁ ତୁଛ ମନେ ହେଉଥିଲା ରମେଶ ବାବୁଙ୍କ ନିକଟରେ ।

ବିଜୟ କୁମାର ଘଡେଇ
କମାରପାଳ,ଔପଦା,ବାଲେଶ୍ୱର
ମୋ -୮୯୧୭୨୮୯୮୩୯

Copyright © Sahitya Jibana | Newsphere by AF themes.
Open chat
Hello
How can you help we?