Sahitya Jibana

Portal on odia literature

ମା ର ମମତା – ଅର୍ଜୁନ ସାହୁ

1 min read

“ପୁଅ ,ପୁଅ ” ଡାକି ଡାକି ମାଁ” କୋକିଳା ଦେବୀ ଗୃହ ମଧ୍ୟକୁ ପ୍ରବେଶ କରି ଦେଖିଲେ ପୁଅ ସୋଫା ଉପରେ ବସିଛି ।ମାଆ ପଚାରିଲେ , “ରାକେଶ -କ୍ଲିନକ୍ ବନ୍ଦକରି ତୁ ଏଠି ଯେ”। ହଁ ମାଁ ,-ରୋଗୀ ଦେଖି ଦେଖି କ୍ଳାନ୍ତ ହୋଇ ଏଠିକି ବିଶ୍ରାମ ପାଇଁ ଚାଲିଆସିଛି ।ମୁଁ ଜାଣେ ତୁ କ୍ଳାନ୍ତ ,ହେଲେ କର୍ତ୍ତବ୍ୟ ତୋର ଧର୍ମ । ମୋ କହିବାର କାରଣ ଏହା ଯେ -ଜଣେ ମହିଳା ଅସୁସ୍ଥ ପୁତ୍ର ସନ୍ତାନଟିଏ କାନ୍ଧରେ ଧରି କାନ୍ଦି କାନ୍ଦି କ୍ଳିନିକ ସମ୍ମୁଖରୁ ଫେରିଯାଉଥିଲା । ତୁ କାଳେ ତାକୁ ଫେରାଇ ଦେଇଛୁ ।ହଁ ମା ,ମହିଳା ଜଣକ ଅତି ଗରିବ ,ସେ କଣ ଫିସ୍ ଦେଇ ପାରିବ ? କୋକିଳା ଦେବି କହିଲେ -ସତ ପୁତ୍ର ,ହେଲେ କିଛିଟା ଟଙ୍କା ପାଇଁ ଗୋଟିଏ ନିରିହନିଷ୍ପାପ ଶିଶୁର ଜୀବନ କଣ ତୁଛ ।ଟଙ୍କା କ୍ଷଣିକ ସୁଖ ଦେଇ ପାରେ ମାତ୍ର ଯଶ ସମ୍ମାନ ଦେଇ ପାରେ ନାହିଁ ପୁତ୍ର। ତୁ ଜାଣୁ ତୋତେ ଯେତେବେଳେ ପାଞ୍ଚ ମାସ ହୋଇଥାଏ ତୋର ବାପା ଆରପାରି ଚାଲି ଗଲେ । ଯେଉଁଠିକୁ ଗଲେ କେହି କେବେ ଫେରେନାହି । ମୁଣ୍ଡରେ ମୋର ସତେ ଯେମିତି ପାହାଡ଼ ଧସି ଗଲା ।ଏହିଭଳି ଦାରୁଣ ଦୁଖ ବେଳେ ତୋତେ କେମିତି ମଣିଷକରିବି ଏହି ଚିନ୍ତା ମୋତେ ସର୍ବଦା ଅସ୍ଥିର କଲା ।ଏତିକି ବେଳେ ଦିନେ ଅର୍ଦ୍ଧ ରାତ୍ର ବେଳକୁ ଦେହରେ ଖଇଫୁଟା ଜ୍ବର ମାଡି ଆସିଲା ।ଏ ଅର୍ଦ୍ଧରାତ୍ରରେ କେଉଁଠିକୁ ଯିବି କଣ କରିବି ଭାବି ଏକା ଏକା କାନ୍ଧରେ ଧରି ଗୋଟିଏ ଘରୋଇ ଡାକ୍ତରଖାନାକୁ ଯାଇଥିଲି । ମାତ୍ର ଡାକ୍ତର ବାବୁ ଅର୍ଥ ନଥିବାରୁ ନିରାଶାରେ ଫେରାଇ ଦେଇଥିଲେ ।ଯେତେ ଆକୁଳ ନିବେଦନ କଲେ ମଧ୍ୟ ବୃଥାହୋଇଥିଲା।ଯାହା ହେଉ ତୋ ବାପାଙ୍କ ଜଣେ ବନ୍ଧୁଙ୍କ ସାହାଯ୍ୟରେ ତୂ ସୁସ୍ଥ ହୋଇଥିଲୁ । ସେବେଠାରୁ ମୋର ଶପଥ ଥିଲା – ଯେତେ ତ୍ଯାଗ ସ୍ବୀକାର କରି ମଧ୍ୟ ତୋତେ ଡାକ୍ତର ଟିଏକରି ଗଢି, ଏହିଭଳି ଗରିବ ରୋଗିର ସେବାରେ ନିୟୋଜିତ କରିବି ,ହେଲେ ତୁ ଆଜି ଅର୍ଥ ପଛରେ ପଡିଯାଇଛୁ ପୁତ୍ର। ଆଜି ମୋରଗୋଟି ଅନୁରୋଧ ରଖୀ ପାରିବୁ ପୁତ୍ର। ଲୁହ ଛଳ ଛଳ ଆଖିରେ ରାକେଶ କହିଲେ,ଅନୁରୋଧ ନୁହେଁ ମା’ ମୋତେ ଆଦେଶ କର ,ମୁଁ ତାହା ନିଶ୍ଚୟ ପାଳନ କରିବି। କୋକିଳା ଦେବି କହିଲେ ତାହେଲେ ତୁ ସେହି ଗରୀବ ମହିଳା ଟିର ପୁଅଟିର ଚିକିତ୍ସା କରିପାରିବୁ ?ହଁ ମା’ ମୁଁ ଯଥାସାଧ୍ୟ ଚେଷ୍ଟା କରିବି ,ସେହି ମହିଳା ଜଣଙ୍କ ଅନୁସନ୍ଧାନ କରି ତାକୁ ଚିକିତ୍ସା କରିବି । ଏହା ପରେ କ୍ଳିନିକକୁ ଯାଇ ଚପରାଶି ରଘୁନାଥ କୁ କହିଲେ ରଘୁନାଥ -କାଲି ଜଣେ ଶିଶୁ ନେଇ ଚିକିତ୍ସା ପାଇଁ ଆସି ଥିବା ମହିଳା ଜଣକୁ ତୁମେ ଜାଣ ?ହଁ ବାବୁ ,ଅତି ଗରିବ ମହିଳା ଜଣକ , ଏଇ ଗାଁର ଶେଷ ମୁଣ୍ଡରେ ରହେ ,ସ୍ବାମୀ ହରା । ତୁମେ ତାକୁ ଧରି ଆଣି ପାରିବ ରାକେଶ ବାବୁ କହିଲେ । କଥା ଶୁଣି ରଘୁନାଥ କହିଲା ହଁ ବାବୁ! ଏଇ ସଙ୍ଗେ ସଙ୍ଗେ ନେଇଆସେ । ରଘୁନାଥଙ୍କ ଡାକରାରେ ମହିଳାଜଣକ ରୋଗୀଣା ପୁତ୍ରକୁ ଧରିଆସି ଡାକ୍ତରଙ୍କପାଦତଳେ ପଡିଯାାଇଥିଲେ। ମା ଙ୍କ ଉପସ୍ତିତିରେ ପୁଅଟିର ସମସ୍ତ ପରୀକ୍ଷା ନିରିକ୍ଷା କରି ଔଷଧ ଲେଖିଦେଇ କହିଥିଲେ – କେବଳ ମୋର ମା’ଙ୍କ ଯୋଗୁଁ ତୃମ ଶିଶୁ ଜୀବନ ପାଈଛି।ମହିଳା ଜଣଙ୍କ ମା’କୋକିଳା ଦେବୀଙ୍କ ପାଦତଳେ ପଡିବାକୁ ଯିବାବେଳେ କୋକିଳା ଦେବୀ ତଳୁ ଉଠାଇ ଆଣି କହିଲେ ଆଜିଠାରୁ ତୁମକୁ ଏଠି ସେଠି କାମ କଳିବାକୁ ପଡିବ ନାହିଁ ।ଏଇଠିହି ତୁମରବାସ। ମହିଳା ଜଣଙ୍କ ସେତେବେଳେ କୃତଞତାର ସହ ଖାଲି ଲୁହ ଗଡାଉଥିଲେ ।ଜୟ ମମତା ମୟୀ ମା’ । ଧନ୍ଯତୋର ତ୍ଯାଗ

ଅର୍ଜୁନ ସାହୁ

(ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ)

ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?