Sahitya Jibana

Portal on odia literature

ଦୁଇ ଦିନିଆ ଜୀବନ – ଟୋନିସ ରୋହିଦାସ

1 min read

 

କେତେ ଜନମ ଯାଇ ପାଇଛୁ ମୁନୁଷ ଜୀବନ,
ଭୁଲି ନାଇଁ ଯିବୁ ରେ ଭାଇ ତୁଇ ,ଇ ମୁନୁଷ
ଜୀବନ ଆଏ ଦୁଇ ଦିନ ।।
ପାନୀର ଫୁଟକା ଲେଖେ କେତେ ବେଲେ ଯିବା ଫୁଟି
ଦେଖି ଚାହିଁ ରହେବୁ ନାଇଁ ହେବୁ ଦେଖେଇ ଅଛୁ ଯେତେ ଦିନ।।
ଛନେକେ ଦୁଃଖ ତ ଛନେକେ ସୁଖ
ସବୁ ମିଛର ମାୟା ତୋର ଜୀଵନ,
ଦିନ ବେଲିଆ ଦେଖସୁ କେତେ ତୁଇ ସପନ।।
ଜାହାକେ ଭାବୁଛୁ ମୋର ବଳି,
ସବୁ ଆନ୍ ମିଛର ଜୁଳି।।
ଦିନ ତୋର ଯାଉଛେ ହେଇ ଘାଟି ସାନି
ଜାହାକେ କହେସୁ ନିଜର ମରି ଗଲେ ତତେ ଜିମେ ଭୁଲି।।
ଆଜିର ଜୀବନ କାଏଲ କେ ନାଇଁ,
ବୁଝିଯା ରେ ଦୁଇ ଦିନିଆ କୁନୁଆ ତୁଇ ଭାଇ।।
ମୁନୁଷ ଜୀଵନ ଥି କେତେ ଦୁଃଖ କେତେ ସୁଖ
ସବୁ ତ ମିଛର ଖେଳ ଭାଇ।।
ଧନ ସମ୍ପତ୍ତି କେତେ କହେସୁ ମୋର
ଜନମ ହେଲୁ ବେଳେ ନାଇଁ ଆନି କିଛି।।
ସବୁ ଛାଡ଼ି ଯିବୁ ତୁଇ
ଜୀବନ ଗଲା ବେଳେ ନି ନେଉ କିଛି।।
ମିଛର ମାୟା ମୋହ ନେ ରହି ଭୁଲି ଯାଉଛୁ ସବୁ।।
ସତ ଧରମ ବାଟେ ସବୁ ବେଳେ ରହିଥା
ଭାଇ ସୁଖର ଜୀବନ ପାଏବୁ।।

ଇ ଦୁନିଆ ବହୁତ ମତଲବୀ ଆଏ
ତୁଇ ଯେତେ ଭଲ କରବୁ,ସେତେ ଖରାପ ହେବୁ।।
ଇ କଲିଯୁଗେ ନାଇଁ ନ ରେ ଭାଇ ଭଲ ବିଚାର,
ତୁଇ କରବୁ ଭଲ ତ ଦୁଃଖ ଯହ ବାଇବୁ ।।
ସବୁ ତ ଏନ ଧନ ସମ୍ପତ୍ତି ଲାଗି ରହିଛନ୍ ଟାକି।।
ପଇସା ଲାଗି କାହାକେ କିଏ ଦେଶନ ଭାଇ ବିକି।।
ସତ କହେଲେ ଖାଲି ତୋର ଆତ୍ମା ରେ ଭାଇ,
ବାକି ସବୁ ରାତିର ସପନ ଝୁମରା
ଲେଖେ ଲାଗିଛେ ନିଶା ମୋର ଭାଇ।।

ଟୋନିସ ରୋହିଦାସ
ପାମରା, ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

Copyright © Sahitya Jibana | Newsphere by AF themes.