ଜଙ୍ଗଲ ଝାଉଁଳା ଆଜି – ସୁକାନ୍ତ ଖଣ୍ଡା
1 min readଟାଇଁଟାଇଁ ଖରା ଝାଇଁ ମାରୁଥିଲା
ତତଲା ପବନ ସାଇଁ
ରଣଭଣ ହୋଇ ସୁଖିଲା ପତର
ଉଡ଼ନ୍ତି ଆକାଶ ଛୁଇଁ।୧
ଜଙ୍ଗଲର ସବୁ ପଶୁ ଓ ଚଢେ଼ଇ
ନୀରବରେ ଶୋଇଲେଣି
ରଡରଡ୍ ନିଆଁ ଜଳିବା ହେଲାଣି
ଝଟଝଟ ଦିଶିଲାଣି।୨
ଘଡଘଡ୍ ମାରି ବରଷା ଆସୁନି
ଛଡେ଼ଇ ନେଇଛି ଖରା
ଖପଖପ୍ ଆଉ ଡେଇଁବା ହେବ କି
ନିସ୍ତେଜ ଏ ଦେହ ପରା?୩
ଜଙ୍ଗଲ ଝାଉଁଳା ହୋଇବା ଦିନରୁ
ହରେକ ପ୍ରାଣୀ ମରତେ
ତଣ୍ଟି ଅଠାଅଠା ରଟରଟ୍ ଆଜି
ମୃତ୍ଯୁର କୋଳରେ ସତେ।୪
ଝଙ୍ଗଲ କୋଳରେ ନାହିଁ କେହି ବୋଲି
ଝାଉଁଳି ପଡି଼ଛି ଆଜି
ଖରା ବି ତେଜରେ ଜଳାଇ ମାରୁଛି
ଦେବ କି ସଭିଙ୍କୁ ଭାଜି?୫
***
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର