Sahitya Jibana

Portal on odia literature

ସକାଳ – ଟୋନିସ ରୋହିଦାସ

1 min read

 

ରାତି ସାରା ଦେଖୁଥିଲି
ସ୍ୱପ୍ନ ଭରା ଏ ସାରା ଦୁନିଆ।।
ଧୀରେ ଧୀରେ ସକାଳ ହେଲା
ମୋର ସବୁ ସ୍ୱପ୍ନ ଅଧାରେ ରହିଗଲା।।

ଆଖି ଖୋଲି ଦେଖିଲି ରାତି ଆଉ ନାହିଁ।।
ସକାଳ ହେଲା ବୋଲି କୋଇଲି ଡାକ
ଦେଲା,କହି ଦେଲା କୁହୁ କୁହୁ କରି ଉଠ
ଉଠ ସକାଳ ଆଉ ନାହିଁ।।

ଥଣ୍ଡା ଥଣ୍ଡା ପବନ,ମନ କୁ ଦେଲା ଆନନ୍ଦ,
ଲାଗିଲା ଆଜି ଜିନ ଦିଏ ଭଲରେ ବିତବ।।
ଖୁସି ରେ ମନ କେତେ ଉଙ୍କି ମାରି କିଏ ବା କହିବ।।

ସକାଳୁ ସକାଳୁ ମିଳିଗଲା ଶୁଣିବାକୁ କୋଇଲି ର ଗୀତ।।
କେତେ ପକ୍ଷୀ,ପଶୁ ନିଜ ବସା ଛାଡ଼ି ଯାଉଥିଲେ ବହୁ ଦୂର।।
ଦେଖି ଦେଲେ ଯେବେ ତାଙ୍କର ଦୃଶ୍ୟ
ମନ ମୋର ହେଇ ଗଲା ଅଧିର।।

ଘର ଅଗଣାରେ ଫୁଟିଛି ମଳି ଫୁଲ
ମହ ମହ ବାସନା ତାହାର ଲାଗିଯାଏ ସେ ବଡ଼ଦେଉଳ।।
ସକାଳ ଆରମ୍ଭ ହେଉ ତୁମରି ନାମରେ ହେ ପ୍ରଭୁ ଜଗନ୍ନାଥ
ଶୁଭ ହେଉ ଆଜିର ସକାଳ।।

କାରଣ ଅକାରଣ ସବୁ ତୁମେ
ତୁମ କୁ କରି ଦେଲେ ଥରୁଟିଏ ଦର୍ଶନ ମୁକ୍ତି ଲୋଭେ ଏ ମନ।।
ସକାଳ ର ମୋ ଭକ୍ତି ଭରା ପ୍ରଣାମ ଘେନ ଆହେ ଚକାନୟନ।।

ଟୋନିସ ରୋହିଦାସ
ପାମରା, ବଡ଼ଗାଁ,ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫