Sahitya Jibana

Portal on odia literature

ବିଶ୍ୱନିୟନ୍ତା ହେ – ଶକୁନ୍ତଳା ମହାପାତ୍ର

1 min read

ଲେଖନୀର ଧାର
ସୁରମ୍ୟ ସୁନୀଳ
ପାଠକ ଜାଣିବେ ସିନା ,
ବିମଣ୍ଡିତ ଧରା
ସୁଖ ଶାନ୍ତି ଭରା
କେ ତୋଳିବ ତୁମ୍ଭ ବିନା |

କି ସୃଷ୍ଟି ସର୍ଜନା
କରିଛ ହେ ପ୍ରଭୁ
ବରଷୁଛି ମେଘଧାର,
ଚନ୍ଦ୍ରମା ଦେହରେ
ଶୀତଳ କିରଣ
ଉତ୍ତାପ ଦିଏ ଭାସ୍କର |

କଷା ପିତା ମିଠା
ନାଲି ନେଳି ଧଳା
ଗୋଟିଏ ବସୁଧା ଦାନ ,
ବାଲ୍ୟ କୈଶୋର ର
ବାର୍ଦ୍ଧକ୍ୟ ମୃତ୍ୟୁରେ
ଶରୀରଟା ହୁଏ ଲୀନ |

ସୁଖ ସାଥେ ଦୁଃଖ
ହସ ସଙ୍ଗେ କାନ୍ଦ
ମାୟାର ଫାସରେ ଛନ୍ଦି ,
ଇଚ୍ଛା ଅନିଚ୍ଛାରେ
ପ୍ରସାଦେ ସନ୍ତୋଷ
ପ୍ରାସାଦ ମୋହରେ ବନ୍ଦି |

କାହାକୁ ଦେଇଛ
ଅମୃତର ଫଲ୍ଗୁ
ପୂର୍ଣ୍ଣତାର ଜ୍ୟୋତି ଧାରା ,
ଦୁଃଖର ପସରା
କା ପାଖେ ଥୋଇଛ
ଭାଗ ଛିଣ୍ଡୁ ନାହିଁ ପରା |

ଆଦ୍ୟାନ୍ତ ରହିତ
ପ୍ରଭୁ ଜଗନ୍ନାଥ
ଅପୂର୍ବ ତୁମ୍ଭର ସୃଷ୍ଟି ,
ବିଶ୍ଵ ନିୟନ୍ତା ହେ
ଚରଣେ ଆଶ୍ରିତ
ରଖିଥା ଅମୀୟ ଦୃଷ୍ଟି |

ଶକୁନ୍ତଳା ମହାପାତ୍ର
ଖଣ୍ଡପଡା, ନୟାଗଡ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?