ଶପଥ – କବିରତ୍ନ ସୁରେଶ ଚନ୍ଦ୍ର ମହାନ୍ତ
1 min readଶପଥ ନେବାରେ ହୋଇ ଏକମେଳ
ଆସ ମୋର ଭାଇ ବନ୍ଧୁ
ଦେଶ ଜାତି ପ୍ରେମ ସିନ୍ଧୁରେ ମିଶାଇ
ଦେବା ଆମ ପ୍ରାଣ ବିନ୍ଦୁ !
ହେଉ କେହି ହିନ୍ଦୁ ଅବା ଖ୍ରୀଷ୍ଟିଆନ
ଶିଖ କି ମୁସଲମାନ
ଭେଦ ଭାବ ଭୁଲି କରିବା ବିଚାର
ସଭିଏଁ ଆମେ ସମାନ !
ଜାତି ସମ୍ପ୍ରଦାୟ ଭେଦ ହିଂସା ଦ୍ୱେଷ
ନ ରଖିବା କାହା ମନେ
କୋରାନ ବାଇବେଲ ଗୁରୁ ଗ୍ରନ୍ଥ ଗିତା
ଗାଇବା ହରଷ ମନେ !
ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାର
ଯାଇ କରିବା ପ୍ରାଥନା
ଭରତ ମାତାର ସର୍ବ ଶୁଭ ହେଉ
କରିବା ଏହି କାମନା !
ଦେଶ ର ଏକତା ସ୍ୱ!ଧିନତା ପାଇଁ
କରିବା ଜୀବନ ପଣ
ଶୁଭ ଲଗନରେ ଆସ ହରଷ ରେ
ମୋ ଭାଇ ଭଉଣୀ ଗଣ !
କବିରତ୍ନ ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର