ରାଣ – ପ୍ରତାପ ଚନ୍ଦ୍ର ମିଶ୍ର୍ର
1 min read
ସବୁ ଅବିଶ୍ବାସ ବିଶ୍ୱାସ ହୁଏନା
ସବୁ ବିଶ୍ୱାସ ବାସ୍ତବ ରୂପ ନିଏନା
ରାଣ ଭଳି ଶବ୍ଦ ପ୍ରୟୋଗ ରେ
ଆସ୍ଥା ଭାଜନ କରିବା ମୋହ ନେଇ
ରାଣ ସମ୍ଭୂତ ତଥ୍ୟ ,ସବୁବେଳେ
ସତ୍ୟ ,ଚିରନ୍ତନ, ଅକ୍ଷୁର୍ଣ୍ଣ , ରହେ
ସତ୍ୟାନୁରାଗି
ପାଇଁ ଚିର ଜାଗ୍ରତ ପ୍ରହରୀ ସାଜି ଥାଏ….।
ସେ ଦିନ ଯୁଦ୍ଧ ବିଜୟୀ ଦଶରଥ
ବର ଦାନ ଜାଚିଥିଲେ କୈକେୟୀ ଙ୍କୁ
ରାଣ ବଶବର୍ତ୍ତୀ ଶପଥ ନେଇ
କିନ୍ତୁ ସତ୍ୟ ରକ୍ଷା ପାଇଁ କୁଣ୍ଠିତ ଦଶରଥ
ପୁତ୍ର ମୋହ ରେ ଧର୍ମ ଓ ରାଣ ର ଦୋଛକି ରେ ଜର୍ଜରିତ , ଇହ ଧାମ ତ୍ୟାଗ କରି ଥିଲେ……।
ସୁପୁତ୍ର ଶ୍ରୀ ରାମ ପିତୃସତ୍ୟ , ରାଣ ନିୟମ ମର୍ଯ୍ୟାଦା ସଂସ୍ଥାପନ ପୂର୍ବକ ସପତ୍ନିକ ଚଉଦ ବର୍ଷ ବନବାସ ଶ୍ରେୟ ମଣିଲେ ଭ୍ରାତା ଲକ୍ଷ୍ମଣ ସମେତ ,
ରାଣ ର ଅପଭ୍ରଂଶ ପ୍ରଚେଷ୍ଟା ସତ୍ୟ ର ଖଡଗ ରେ ଛେଦି ରାମାୟଣ ଅଭ୍ୟୁଦୟ ହୋଇଥିଲା ,
ଶ୍ରୀ ରାମ ଯୁଗେଜୁଗେ ମର୍ଯ୍ୟଦାବନ୍ତ ପୁରୁଷୋତ୍ତମ
ବୋଲାଇଥିଲେ,
ସେହି ରାଣ ର ବଶ ରେ ମାତା ସୀତା
ସତୀତ୍ୱ ର ପରାକାଷ୍ଠା ଦେଖାଇ ଶେଷ ରେ
ପାତାଳୀ ହୋଇଯାଇଥିଲେ…….।
କାଳକ୍ରମେ ପାଞ୍ଚାଳୀ ବି ହାର ନ ମାନି
ସତୀତ୍ୱ ର ବଳିଷ୍ଠ ପ୍ରମାଣ ଦେବାକୁ ଯାଇ ଇଜ୍ଜତ ସୁରକ୍ଷା ପାଇଁ
ସେ ଦିନ କୁରୁ ସଭା ର ପରିଣାମ ରାଣ
ଶପଥ ରେ ପାଦ ଥାପି
ସତ୍ୟ ପୁଜାରିଣି କୃଷ୍ଣା
କୁରୁକ୍ଷେତ୍ର ରଣାଙ୍ଗନରେ ଗୋଟି ଗୋଟି
କରି ରଥି ମହାରଥୀ ଙ୍କୁ ଭୁଗର୍ଭ ରୁ ନିଶ୍ଚିହ୍ନ
କରାଇ ଥିଲେ, ଗାଣ୍ଡିବ ଧାରୀ ଙ୍କ ବାଣ ରେ,ମୁଦ୍ଘର ପ୍ରହାରେ,ସୁଦର୍ଶନ ଚକ୍ର ଛେଦନ ରେ ସତ୍ୟ , ନ୍ୟାୟ , ପ୍ରତିଜ୍ଞା ର
ରାଣ ରୂପକ ଅମୋଘ ଅସ୍ତ୍ର ରେ…….।
ଝିମିଟି ଖେଳ ରୁ ମହାଭାରତ ଅୟମାରମ୍ଭ ହୋଇଥିଲା
ସତ୍ୟ ଗ୍ରନ୍ଥ ବିଶ୍ଵରୂପ ପ୍ରଦର୍ଶିତ ଭଗବାନ ଙ୍କ ମୁଖ
ନିଶୃତ ବାଣୀ ରାଣ,ନିୟମ,ଜିବଚର୍ଯ୍ୟା
ର ଜ୍ୱଳନ୍ତ ଉଦାହରଣ ଗୀତା ମାଧ୍ୟମ ରେ
ପତିତ ଜନ କୁ ଉଧାରୀ ସୁଧାରି ମୋକ୍ଷ ମାର୍ଗେ ଆଗକୁ ବଢ଼ିବାକୁ…..।
ସେଇ ରାଣ, ସତ୍ୟ ରକ୍ଷା ଶପଥ ପାଇଁ
ଶ୍ରୀ କୃଷ୍ଣ ତୀର ସଜାଡ଼ିବା ଜଳ ରେ ନିଜ
ବଂଶ ସମୁଳେ ନାଶ କଲେ କୋକୁଆ ଭୟ ଦେଖାଇ,
ସେଇ ବଞ୍ଚିଥିବା ମୁନିଆ ତୀର ତୀକ୍ଷ୍ମ ହୋଇ
ସଂରକ୍ଷିତ ଥିଲା ଜରା ଶବର ହାତେ
ମୟୂର ଚୁଳିଆ ନିଜେ ସ୍ୱ ଇଚ୍ଛା ରେ ଶର ବିଦ୍ଧ ହୋଇ ସମାଧିସ୍ଥ ହେଲେ ଅର୍ଜୁନ କୋଳେ,
ବାଳି କୁ ବଦ୍ଧ କରିବା ପରେ
କଥା ଦେଇଥିବା ରାଣ ଶପଥ
ପୁରଣ କରିବା କୁ ଏବେ ଏଇ ଜନ୍ମ ରେ
ପୂର୍ବ ସ୍ମୃତି ଚେତାଇ…..।
ସତ୍ୟ ଅସତ୍ୟ ର ଦ୍ଵନ୍ଦ ରେ
କ୍ଷୀର ନିର ନିରୂପଣ କରେ ରାଣ
କଳି ର ଚକ୍ରାନ୍ତ ରେ ଏବର ସଂସାରେ
କୁରୁକ୍ଷେତ୍ର ରଣାଙ୍ଗନ ବାଣୀ ଚକ୍ରଧର ଙ୍କ
ଅର୍ଜୁନ ତାଙ୍କ କର୍ମ ମୟ ଜୀବନେ ବିନିଯୋଗ କରିଥିବା ପ୍ରତ୍ୟେକ ଶବ୍ଦ
ଯାହା ମହାନ୍ ଗୀତା ଗ୍ରନ୍ଥ ସବୁ ନିୟମ ଥାକ ଥାକ ହୋଇ ଅଛି
ଜୀବନ ଶାସ୍ତ୍ର, ରାଣ ,ଭୂତ ଭବିଷ୍ୟତ ନାମେ ସାଇତା ଏ ସୃଷ୍ଟି ଥିଲା ପର୍ଯ୍ୟନ୍ତ ..
ବାସ୍ତବ ଜୀବନେ ପ୍ରୟୋଗ ହୁଏ ଏହି ମର୍ତ୍ତ୍ୟ ମଣ୍ଡଳେ ସତ୍ୟ ସତ୍ତା ର ସଂଧା ନେ,
କୋର୍ଟ କଚେରୀ ମକଦ୍ଦମା ରେ ଭିତ୍ତି
ହୋଇଥାଏ ଏହି ଗୀତା ର ରାଣ
ଶପଥ କଲା ପରେ ଗୀତା ଛୁଇଁ
ଅପରାଧି ଚୟନ ମାର୍ଗ ଉନ୍ମୁକ୍ତ ହୁଏ ନିରପେକ୍ଷ ଭାବେ…।
ଯୁଗ ଯେତେ ଆଗୁଆ ହେଲେବି
ରାଣ ର ସତ୍ତା ସତ୍ୟ ପଥେ ସଦା ସହଚର
ମିଛ ରାଣ ରେ ଅପରାଧି ସାମୟିକ ସୁଖ ପାଇଥାଏ
ରାଣ ଅନ୍ତରାଳେ ଥିବା ପ୍ରତିହତ ସତ୍ୟ
ର ବ୍ରହ୍ମ ଚାପୁଡ଼ା ଦ୍ଵାରା
ବଞ୍ଚି ଥିବା ଯାଏଁ ମିଛ ବଶବର୍ତ୍ତୀ ଥିବା
ପ୍ରାଣୀ ସଶରୀରେ ଯାତନା ନିଶ୍ଚେ ଭୋଗିଥାଏ,
ରାଣ ର ବିଲୟ ଯୁଗେ ଯୁଗେ କେବେ
ହୋଇ ନ ଥାଏ…….।
ପ୍ରତାପ ଚନ୍ଦ୍ର ମିଶ୍ର୍ର
ଆସିକା,ଗଞ୍ଜାମ
Email: Pratap.chmishra@gmail.com
ରାଣ
——
ରାଣ
ସ୍ନେହ ସମ୍ପର୍କର ଡୋରଟିଏ,
ପୁରୁଣା କାଳରୁ ଚଳିଆସିଥିବା
ଅଙ୍ଗୀକାର ବଦ୍ଧତାର ଚାବିଟିଏ,
ପ୍ରୀୟ ଜନଙ୍କର
ଖାତିର କରିବାର ସୁତ୍ରଟିଏ ।
ପୁରୁଣା ଯୁଗରେ ପୁରାଣ ପୃଷ୍ଠାରେ ଜଣେ ଅନ୍ୟର ରାଣ ଖାଇ
ସତ୍ୟତାର ପରାକାଷ୍ଠା
ଦେଉଥିଲେ ସମସ୍ତେ ।
ଏବେ
ମିଛକୁ ସତ୍ୟର ଢାଲ
ବନେଇବା ଅସ୍ତ୍ରଟିଏ ରାଣ ,
ପ୍ରେମରେ ପ୍ରତାରଣା,
ବନ୍ଧୁତ୍ବରେ ବିଷ ଦେବା ରେ
ଅସ୍ତ୍ର ସାଜେ ରାଣ ।
ଦିନଥିଲା ରାଣ ଥିଲା ଦୂରୁହ ବ୍ୟାପାର ଟିଏ,
ନ ହେଲେ ସେତେ ଟା
ଅସୁବିଧା ପଡୁ ନ ଥିଲା ରାଣ,
ଏବେ
ନିଜର ଜନ୍ମ କଲା ମା ଜୀବନକୁ
ଜନ୍ମୀତ ଶିଶୁଙ୍କ ଆୟୁଷକୁ
ଅର୍ଜିଥିବା ଵିଦ୍ୟକୁ ବାଜି ଲଗାଇ
ପଡୁଛି ରାଣ ନିଜ ସ୍ବାର୍ଥ ପାଇଁ
ମିଛକୁ ସତ ପ୍ରମାଣିବାକୁ
ଖାଲି ଖାଲି ପଡୁଛି ରାଣ ।
ପ୍ରେମରେ ରାଣ ଖାଇ
ପ୍ରତାରଣାରେ ଶଢୀ
ଓଡ଼ିଆ ସିନେମାରେ
ଗାଉଛି ସଙ୍ଗୀତ
“ତତେ ମୋ ରାଣ
ରହିଲାଲୋ ବାଈ ଚଢେଇ,
ତୁ ତ କାହାରିକୁ
ଭଲ ପାଇବୁ ନାହିଁ” ।
———————-
ରାଜୀବଲୋଚନ ପାଣିଗ୍ରାହୀ, ଆସିକା, ଗଞ୍ଜାମ