Sahitya Jibana

Portal on odia literature

ସଂସାର ଜଞ୍ଜାଳ – ଅନୁର୍ଯ୍ୟାମୀ ସାହୁ

1 min read

 

ମୁଁ ରହିଛି ସଂସାର ଜଞ୍ଜାଳେ
ପଡିଅଛି ମୋହମାୟା ଅନଳେ ।
ମାୟା କରିକି ଦେଇଛୁ ମାୟା ଲଗେଇ
ମାୟାଧର ଗୋସାଇଁ ।

ମୋ ଜୀବନ ମରଣ ଦେଲି ତୋଠେଇଁ
ହେ ପ୍ରଭୁ ଭାବଗ୍ରାହୀ ।

ମୋର ଜନମ କରମ ତୋହରି ପାଇଁ
ଆହେ କଳା କହ୍ନେଇ ।।

ହେବାପାଇଁ ଇଚ୍ଛା ଦୂବ ଘାସଟିଏ
ପାଦ ତଳେ ତବ ନିତି ଗଡି ଯାଏ ।
ଫୁଲଟିଏ ମୋତେ କରହେ ଠାକୁର
ସେଇ ଫୁଲ ହୋଇ ଚୁମ୍ବିବି ପୟର, I
ଚନ୍ଦନ ଦି ଟୋପା ମୁଁହୋଇ
ମଥାରେ ତୋର ଲାଗି ବଇଁ
କୃପା ହେଉ କି ନହେଉ ଏ ଅଧମ ପାଇଁ
ଆହେ କଳା କହ୍ନେଇ ।।

ଦୁଃଖ ବି ଦେଇଛୁ ସୁଖବି ଦେଇଛୁ
ମାୟାଜଞ୍ଜାଳରେ ଘାଣ୍ଟିକି ମାରୁଛୁ।
ଦୁଇ ଦିନ ଏହି ମିଛର ସଂସାର
ମୋହ ମାୟ ଅଟେ ଏହି ଖେଳଘର ।
ତୁ ଖେଳ ଖେଲାଉ ଏ ଜଗତ
ତୋ ମାୟାରେ ସର୍ବେ ସ୍ତମ୍ଭିଭୂତ ।
ମାୟା କରୁଛୁ ତୁ କେତେଜଗତସାଇଁ ।
ଆହେ, କଳା କହ୍ନେଇ, I

ମୋର ଜୀବନ ମରଣ ଦେଲି ତୋଠେଇଁ
ହେ ପ୍ରଭୁ ଭାବଗ୍ରାହୀ ।
ମୋର ଜନମ କରମ ତୋହରି ପାଇଁ
ଆହେ କଳା କହ୍ନେଇ ।।

ଅନୁର୍ଯ୍ୟାମୀ ସାହୁ
ପଲମ ,କେସିଙ୍ଗା  କଳାହାଣ୍ତି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?