ଏମିତି ବି ହୁଏ – ସୁରେଶ ଚନ୍ଦ୍ର ମହାନ୍ତ
1 min readହଠାତ ଦେଖା ହେଲା ଦିନେ
କେମିତି କେଜାଣି ତମ ସହ
ମୁକୁଳା ଆକାଶ ତଳେ
ମୁଁ ଦେଖି ଟିକେ ହସିଦେଲି
ଫୁଟିଲା କଦମ୍ବ ଫୁଲ
ତମେ ମୋ ପାଦଧୂଳି ନେଲ !
ମୁଁ ତମକୁ ନେଲି ଆଦରି
ବଦଳିଲା ନବରୂପ ରଙ୍ଗ
ତମେ କଣ୍ଢେଇ ହୋଇଗଲ
ମୁଁ ହୋଇ ଗଲି ତମ ପ୍ରିୟ
ଉଜାଣି ବହିଲା ଯମୁନା ନଈ
ତା ଭିତରେ ତମେ ଆଉ ମୁଁ
ମୁଁ ଆଉ ତମେ — – –
ହସୁଥିଲା ଆକାଶର ଜହ୍ନ !
ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, ପାଟଣା, କେନ୍ଦୁଝର