Sahitya Jibana

Portal on odia literature

ହେ ମହାତ୍ମା – ରତିନାରାୟଣ ରାଉତ

1 min read

ହେ ମହାମାନବ ପୂଜ୍ୟ ବାପୁଜୀ
ମନେପଡେ ତୁମ କଥା ହେ ଆଜି ||
ପିଲାଦିନ ନାମ ମୋହନ ଦାସ
ପରେ ମହାତମା ନାମେ ପ୍ରକାଶ ||
କରମ ଚାନ୍ଦ ଯା ପିତାଙ୍କ ନାମ
ପୁତୁଲି ବାଇ ଗରଭୁ ଜନମ ||
ଅଠରଶ’ଅଣସ୍ତୋରୀ ର ବର୍ଷ
ଅକ୍ଟୋବର ଦୁଇ ତିଥି ପ୍ରକାଶ ||
ସାକ୍ଷୀ ଗୁଜୁରାଟ ପୋର ବନ୍ଦର
ଜନମି ଥିଲ ହେ ମହାନ ବୀର ||
ପରାଧୀନ ଅବହେଳିତ ପାଇଁ
ପ୍ରେରଣା, ଉତ୍ସାହ, ଛୁଟାଇ ଦେଇ ||
ଜୀବନ ତୁମର ସମର୍ପି ଦେଲ
ଦେଶବାସୀଙ୍କର ଦୁଃଖ ନାଶିଲ ||
ଅସହଯୋଗରେ ଯୁଦ୍ଧ କରିଲ
ଅହିଂସା ଅସ୍ତ୍ର ରେ ଶତ୍ରୁ ନାଶିଲ ||
ଫିରିଙ୍ଗି ଶାସନୁ ମୁକତି ଦେଲ
ପରାଧୀନ ତାରୁ ଉଦ୍ଧାର କଲ ||
ଏମିତିକା ଯୁଦ୍ଧ ଆରମ୍ଭିଥିଲ
ବନ୍ଧୁକ କମାଣ ଲୋଡ଼ା ନ କଲ ||
ସ୍ୱଚ୍ଛତାର ମନ୍ତ୍ର ଶିଖେଇ ଦେଲ
ସ୍ୱେଚ୍ଚାଚାରୀ ଙ୍କୁ ତ ଘଉଡ଼ାଇଲ ||
ରାମରାଜ୍ୟ ସ୍ବପ୍ନ ଦେଖାଇ ଥିଲ
କାଟି ପିନ୍ଧି କୁଟି ଖାଇବା ଭଲ ||
କହିବା ଆଗରୁ କରିବା ଭଲ
ନିଜେ କରି ତାହା ଦେଖାଇ ଥିଲ ||
ଜାତି ଧର୍ମ ବର୍ଣ୍ଣ ସ୍ୱାର୍ଥ ଛାଡିଲ
ଉର୍ଦ୍ଧେ ରହି ଦେଶ ସେବା କରିଲ ||
ମୁକତି ଆନନ୍ଦ ଚଖାଇ ଦେଲ
ଶାନ୍ତି ପ୍ରଗତିର ବାର୍ତ୍ତା ବାଣ୍ଟିଲ ||
ନାଥୁରାମ ଗୁଳି ଖାଇ ଚାଲିଲ
ପାର୍ଥିବ ଶରୀରୁ ବିଦାୟ ନେଲ ||
ଆଉଥରେ ତୁମେ ଆସ ଓହ୍ଲାଇ
ତୁମ ରାମ ରାଜ୍ୟ ଗଢିବା ପାଇଁ ||
ଚାଲିଛି ଏଠାରେ ଲୁଟେରା ରାଜ
ଗଣତନ୍ତ୍ର ଏଠି ସଂକଟେ ଆଜ ||
ସୁଦୟା କର ହେ ପୁଣ୍ୟ ପୁରୁଷ
ଫେରିଆସି ରଖ ଏ ମହୀ ଯଶ ||
~~~~~~~~~~~~~~~~~
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
ମୋ -9438059197