Sahitya Jibana

Portal on odia literature

ମନେପଡ଼ ତୁମେ – ସବିତା ତ୍ରିପାଠୀ

1 min read

ବହୁ ଦିନ ପରେ
ଆଜି ବିଜନରେ
ମନେ ପଡ଼ୁ ଅଛି
କାହିଁକି ଏତେ (?)…….. (||)

ବେଳ ରତ ରତ
କର୍ମ ଚଞ୍ଚଳ ରେ
କି ଅବା ସ୍ମୃତି
ଲେଖିବି ସତେ……… (||)

ପ୍ରେମ ଋତୁ ଟିଏ
ଆସିଥିଲା ଜୀବନେ
ଯାହା ପଶିଥିଲା ମୋ ଦେହେ
ଅକସ୍ମାକ ଅଜ୍ଞାତେ ଦିନେ….. (||)

ମୁଁ ଦେଖିଥିଲି ମୋ ପ୍ରେମିକ ମୁହଁ
ହୃଦୟ ର ଦର୍ପଣରେ
ଆଜି ଯାଏ ସାଇତିଛି ତାକୁ
ବାସ୍ତବ ଜୀବନ ର ଚିତ୍ରପଟ୍ଟରେ….. (||)

ପହିଲି ପ୍ରେମର ଗୋଲାପି ଛିଟା
ଆଜି ସବୁ ସ୍ମୃତି ହେଇଯାଇଛି,
ସାଇତିଛି ଖାଲି ସେଇ ରଙ୍ଗିନ
ଦାଗ ଏଇ ମୋ ହୃଦୟଟା…… (||)

ଅନ୍ଧାର ବି ଲାଗେ ଆଲୋକ ମାଳା
ସ୍ମୃତି ତୁମ ବୁଝେ ନାହିଁ
ମନ ରେ ସାଇତା ଥିବା
ସେଇ ଅଭୁଲା ପ୍ରୀତି ର ଜ୍ୱାଳା….. (||)

ଜହ୍ନ ରାତି ପରି ଶୀତଳ ପବନ
ବହିଯାଏ ଥିରି ଥିରି,
ଯେବେ ଆସେ
ତୁମ ସ୍ମୃତି
ମୋ ସପନେ ହେଇଯାଏ ନିଦ ଚୋରି…… (||)

ସ୍ମୃତି ସବୁ ତୁମ ଶିଶିର ବିନ୍ଦୁରେ
ଭିଜାଇ ଦିଏ,
ସପନ ର ସୁନା ଘାସ
ନିଦ ଭାଙ୍ଗିଗଲେ, ରହିଯାଏ ନାସାଗ୍ରେ
ଖାଲି ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ……. (||)

ସବିତା ତ୍ରିପାଠୀ

ମହାରାଷ୍ଟ୍ର