Sahitya Jibana

Portal on odia literature

ଓଡ଼ିଆ ନୂଆବର୍ଷର ଅଭିନନ୍ଦନ (ପଣା ସଂକ୍ରାନ୍ତି ) – ଶକୁନ୍ତଳା ମହାପାତ୍ର

1 min read

:::: ଆଇଲା ନୂଆ ବରଷ ::::
ଇଂରାଜୀ ବର୍ଷର ଅଭିନନ୍ଦନ
ବାଇଆ ହେଲେଣି କି ବଡ ସାନ .. ୧
ଛେଳି କୁକୁଡ଼ାଙ୍କୁ ହେଲାଣି ଚିନ୍ତା
କାହିଁକି ଆସିଲା ବିଦେଶୀ ବାର୍ତ୍ତା .. ୨
ପିକନିକ ଆଉ ବଣ ଭୋଜିକି
ଭେଳା ବୁଡ଼ିଲାଣି ଭାବି ଭାବିକି .. ୩
ବସ କାର ବୋଲେରୋ ଭଡା
ଟ୍ରାଫିକ ଯାମ ପରିବା ସଢା .. ୪
ମନ୍ଦିରେ ଆଳତି ମିଳୁନି ଜାଗା
ଭକତି ନ ଥାଉ ମୁଣ୍ଡଟା ଲଗା .. ୫
କାକୁଡି ଟମାଟୋ ହେଲେ ଉଚ୍ଚାଟ
ଭୋଜିରେ ଲାଗିବ ଆଗ ସIଲଟ .. ୬
ମୋବାଇଲ ଦର କିଏ ପଚାରେ
ସେଲ୍ଫି ନେବା ଗୋଟେ ଆଗ ଦରକାରେ ..୭
ପ୍ରଥା ପରମ୍ପରା ସବୁ ଭୁଲିଲେ
ପଣା ସଂକ୍ରାନ୍ତି କୁ ପାଶୋରି ଗଲେ .. ୮
ପ୍ରଭୁ ଜଗନ୍ନାଥ ଦିଅ ଆଶିଷ
ସଭିଁଙ୍କ ମୁଁହରେ ବରଷୁ ହସ .. ୯
ଓଡିଶାବାସୀଙ୍କୁ ଏହି ସନ୍ଦେଶ
ପଣା ସଂକ୍ରାନ୍ତି କୁ କର ପ୍ରୟାସ .. ୧୦

ଶକୁନ୍ତଳା ମହାପାତ୍ର 
ଖଣ୍ଡପଡା, ବଜ଼ାରସାହି
ନୟାଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?