Sahitya Jibana

Portal on odia literature

ସୁନ୍ଦର ମୋ ଓଡିଶା ମାଟି – ଦମୟନ୍ତୀ ରଥ

1 min read

ପବିତ୍ର ମହାବିଷୁବ ସଂକ୍ରାନ୍ତି,ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

ଓଡିଆ ଜାତିର ନବବର୍ଷ ,ମହାବିଷୁବ ତଥା ପଣା ସଂକ୍ରାନ୍ତି ରୂପେ ଆଜିର ଦିନଟି ବେଶ୍ ମହତ୍ତ୍ଵପୂର୍ଣ୍ଣ।ବିବିଧ ମଧ୍ୟରେ ଐକ୍ୟ ମହାଭାରତୀୟ ଚେତନାର ଅନନ୍ୟ ବୈଶିଷ୍ଟ୍ୟ।ବାରମାସରେ ତେର ପର୍ବ ପାଳନ କରାଯାଉଥିବା ପଛରେ ଲୁଚିରହିଛି ଭାଇଚାରର ପରମ୍ପରା,ମାନବୀୟ ଆବେଗ ,ସଂସ୍କୃତି ପ୍ରୀତି,ସଂବେଗର ଏକ ବିପୁଳ ଭାବନା।ଅନେକ ଆନନ୍ଦ ,ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଏ ପର୍ବଟିକୁ ଧୂମଧାମ୍ ରେ ପାଳନ କରା ଯାଇଥାଏ।ପ୍ରେମ ,ପ୍ରୀତିର ଏକ ନିଆରା ସଂପର୍କ ର ନିଚ୍ଛକ ପ୍ରତିଛବି ଏହି ପର୍ବରୁ ବାରି ହୋଇ ପଡେ।ଏହି ଦିନରେ ସୂର୍ଯ୍ୟ ରାଶି ଚକ୍ରର ପ୍ରଥମ ରାଶିରେ ଅବସ୍ଥାନ କରିଥିବାରୁ ଆଜି ମଧ୍ୟ ମେଷ ସଂକ୍ରାନ୍ତି ଭାବରେ ପାଳନ କରାଯାଏ।ଓଡିଆ ନବ ପଞ୍ଜିକାର ପ୍ରଚଳନ କରାଯାଏ ଆଜିର ଦିନ ଠାରୁ।ଆଜିର ଦିନରେ ପ୍ରତିଟି ଶକ୍ତି ପୀଠ ଚଳଚଞ୍ଚଳ ହୋଇଉଠେ।ଅଧିକାଂଶ ପୀଠରେ ଝାମୁ ଚଲା (ଜ୍ଵଳନ୍ତ ଅଗ୍ନିରେ ) ଚାଲିବା ହୋଇଥାଏ।
ଭାରତର ନବ ବର୍ଷରେ ନବ ବସନ୍ତର କୁସୁମ ନବ ଉନ୍ମାଦନାରେ ପ୍ରସ୍ଫୁଟିତ ହୋଇ ନୂତନ ରାଗ ମହ୍ଲାରର ସୂର ତୋଳିଥାଏ।ଉତ୍କଳୀୟ ଭାବରେ ଉତ୍କଳର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖି ପ୍ରେମ ପ୍ରୀତିର ମନ୍ଦାକିନୀକୁ ବିଚ୍ଛୁରିତ କରି ଏ ମହାନ ମାନବିକତାର ଭାବଧାରାରେ ଉଦ୍ ବୁଦ୍ଧ ହେବା ନିମନ୍ତେ ସଂକଳ୍ପ କରିବା।ସମସ୍ତେ ମଶି ଏକ ସୁସ୍ଥ, ସୁରକ୍ଷିତ ଓ ବିକଶିତ କରିବା ଏ ପୂଣ୍ଣ୍ୟ ଉତ୍କଳ ମାଟିର।
ସମଗ୍ର ବିଶ୍ଵ ଆଜି କରୋନା ମହାମାରୀ ବିରୋଦ୍ଧରେ ଲଢେଇ କରୁଛି।ଆମେ ନିଶ୍ଚୟ ସଫଳ ହେବା ଏ ତୃତୀୟ ବିଶ୍ଵଯୁଦ୍ଧ ପରି ଲଢେଇରେ।ରାଜ୍ୟ ସରକାରଙ୍କର ସମସ୍ତ ପରାମର୍ଶ କୁ ମାନିବା,ସାମାଜିକ ଦୂରତ୍ଵ ରକ୍ଷା କରିବା ଓସମାଜରୁ କରୋନା କବଳରୁ ରକ୍ଷା ପାଇବା।
ବନ୍ଦେ ଉତ୍କଳ ଜନନୀ
ଜୟ୍ ଜଗନ୍ନାଥ🙏
ଦମୟନ୍ତୀ ରଥ(ଶିକ୍ଷୟିତ୍ରୀ)
ନରସିଂହପୁର,କଟକ
ମୋର ସଂଗୀତ-(ସୁନ୍ଦର ମୋ ଓଡିଶା ମାଟି)
ଶୁଭ ଅବସରରେ ଧରାବତରଣ ମହାବିଷୁବ ସଂକ୍ରାନ୍ତି
————————ସ୍ଵର-ସୁନ୍ଦର ମୋ ଜନମ ଭୂଇଁ——–

ସୁନ୍ଦର ମୋ ଓଡିଶା ମାଟି…… ସୁନ୍ଦର ତା ଚାରୁକଳାଟି
ସୁନ୍ଦରତା ସଂସ୍କୃତି ପ୍ରୀତି……ସୁନ୍ଦରତା ସଂସ୍କୃତି ପ୍ରୀତି

ବାରମାସରେ ତେର ପରବ……ଏଇ ମାଟିରେ ପାଳି ସରବ
ଭାଇଚାରାର ଏପରି ଭାବ……..ନିଆରା ଏକ ମହାନୁଭବ
ସୁନ୍ଦର ଆମ ଶ୍ରଦ୍ଧା ଭକତି ମନେ ମିଳଇ ଅନେକ ଶାନ୍ତି
ସୁନ୍ଦରତା ସଂସ୍କୃତି ପ୍ରୀତି…..ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦର ମୋ ଓଡିଶା ମାଟି….(୧)
ଯାର ଦେଉଳ ଶୀରିମନ୍ଦିର…..ସିଏତ ଆମ ବଡ ଠାକୁର
ତାଠାରେ ନାହିଁ ଜାତିଭେଦର…ଖୋଲି ଦେଇଛି ଅନ୍ନ ଛତର
ସୁନ୍ଦର ତାର ରଥଯାତ୍ରାଟି ଭକତ ମେଳେ ଭାବ ଭକତି
ସୁନ୍ଦରତା ସଂସ୍କୃତି ପ୍ରୀତି….ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦର ମୋ ଓଡିଶା ମାଟି….(୨)
ହିନ୍ଦୁ ଧର୍ମର ନୂତନ ବର୍ଷ….ପାଳନ କରେ ଭାରତ ବର୍ଷ
ସଂକରାନ୍ତିର ଆରମ୍ଭ ମାସ…ମନରେ ଭରି ହର୍ଷ ଉଲ୍ଲାସ
ସୂରୁଜ ଙ୍କର ପ୍ରଖର ତାତି ଗ୍ରୀଷ୍ମେ ଅସହ୍ୟ ଏ ବସୁମତି
ସୁନ୍ଦରତା ସଂସ୍କୃତି ପ୍ରୀତି…..ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦର ମୋ ଓଡିଶା ମାଟି…(୩)
ତୃଷା ଆକୁଳେ ହୋଇ ଅଧୀରା…ଛେନା ଶାକର ନବାତ ପଣା
ମିଶିରି ଗୁଡ ସୁମିଷ୍ଟ ଫଳ……….ଗୋଲମରିଚ ମିଶି ସକଳ
ନୈବେଦ୍ୟ ଲାଗେ ଠାକୁର କତି ବଣ୍ଟନ ହୁଏ ସାଙ୍ଗ ଓ ସାଥୀ
ସୁନ୍ଦରତା ସଂସ୍କୃତି ପ୍ରୀତି….ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦର ମୋ ଓଡିଶା ମାଟି…..(୪)
ପାଟୁଆ ଦଣ୍ଡ ଝାମୁ ଚଲାଟି…..ତାର ଚଇତି ଘୋଡା ନାଚଟି
ମହାବିଷୁବ ସଂକରାନ୍ତିଟି…..ମହାବୀର ଙ୍କ ଅଟେ ଜୟନ୍ତୀ
ଶୁଭ ମନାସି ଶୁଭଦିନଟି ଶୁଭକାମନା ମନରେ ଚିନ୍ତି
ସୁନ୍ଦରତା ସଂସ୍କୃତି ପ୍ରୀତି…….ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦରମୋ ଓଡିଶା ମାଟି….(୫)
ଅସହ୍ୟ ହୁଏ ଧରାରେ ତାତି…ଆରମ୍ଭ ହୁଏ କାଳବୈଶାଖି
ତାଣ୍ଡବ ଲୀଳା ଘଟାଏ ନିତି…..ଅଥୟ ହୁଏ ମା ବସୁମତି
ପୂଜା ଅରଚନା ମନ୍ଦିରେ ନିତି ଭକତି ଭାବ ମନରେ ଚିନ୍ତି
ସୁନ୍ଦରତା ସଂସ୍କୃତି ପ୍ରୀତି…ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦରମୋ ଓଡିଶା ମାଟି…..(୬)
ନୂତନ ବର୍ଷ ଶୁଭ ଲଗନେ…ଓଡିଆ ବୋଲି ଗରବ ମନେ
ଆଚରଣ ଓ ଉଚ୍ଚାରଣରେ….. ପରମ୍ପରାକୁ ରଖିବା ଧ୍ୟାନେ
ଆମେରେ ସବୁ ଉତ୍କଳୀୟଟି ଗରବେ ଆମେ ମଥାକୁ ଟେକି
ସୁନ୍ଦରତା ସଂସ୍କୃତି ପ୍ରୀତି……ସୁନ୍ଦରତା ସଂସ୍କୃତି ପ୍ରୀତି
ସୁନ୍ଦର ମୋ ଓଡିଶା ମାଟି…..ସୁନ୍ଦରତା ଚାରୁକଳାଟି
ସୁନ୍ଦରତା ସଂସ୍କୃତି ପ୍ରୀତି…….(୭)
ସୁନ୍ଦରତା ସଂସ୍କୃତି ପ୍ରୀତି…….
ସୁନ୍ଦର ତା ସଂସ୍କୃତି……ପ୍ରୀତି….

ଦମୟନ୍ତୀ ରଥ(ଶିକ୍ଷୟିତ୍ରୀ)
ନରସିଂହପୁର,କଟକ

Email: damayantirath9@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?