Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ସୁସ୍ମିତା ଦାଶ , ସୁବର୍ଣ୍ଣପୁର

1 min read
seashore under white and blue sky during sunset
ସେ ତ ଅଟେ ନାରୀ
     ଯାଇ ନାହିଁ କେବେ ହାରି
ସେ ତ ଅଟେ ନାରୀ
ଯେତେ ଦୁଃଖ କ୍ଳେଶ ଆସୁ ତା ଜୀବନେ
ସେ ସବୁ କୁ ତ ସହି ଯାଇଛି ମଉନେ
ଇତିହାସ ଅଛି ସାକ୍ଷୀ
ରାଗି ଗଲେ ପୁଣି କାଳୀ ହୋଇ
 ଦିଏ ସଂସାର କୁ ନାସି

ସେ ତ ନାରୀ କେବେ
 ଯାଏ ନାହିଁ ହାରି—
ବାରମ୍ବାର ଦିଏ ଅଗ୍ନି ପରୀକ୍ଷା
ରାମଙ୍କର ହୋଇ ସୀତା
ଦୌପଦି ହୋଇ ଵିଵସ୍ତ୍ରୀତ ହୁଏ
ସ୍ୱାମୀ ହାରେ ବୋଲି ପଶା
ଗୌତମଙ୍କ ଅହଲ୍ୟା ହୋଇ
ଚୁପ୍ ଚାପ୍ ହୁଏ ପାଷାଣି
ଲକ୍ଷ୍ମୀଙ୍କୁ ବି ପାଦ ର ପାଣ୍ଡୁହି
କହିଛନ୍ତି ବଡ଼ ସାଇଁ

ସେ ତ ନାରୀ କେବେ 
ଯାଇ ନାହିଁ ହାରି—
କେବେ ମାତା, କେବେ ଜାୟା
କେବେ ଅଟେ ସେ ଭଗିନୀ
ସ୍ୱାମୀ, ପୁତ୍ର କନ୍ୟା ଆୟୁଷ ବଢାଏ
ଉପବସ ବ୍ରତ ମାନି
ପୁରୁଷ ପରି କାମ କରି ପାରେ
ଏଭରେଷ୍ଟ କୁ ପାରେ ଚଢି
ମଙ୍ଗଳ କୁଯାଇ ଚନ୍ଦ୍ର କୁ ବି
ଘେରାଏ ଆସି ପାରେ ବୁଲି

ସେ ତ ନାରୀ କେବେ
ଯାଇ ନାହିଁ ହାରି–
ପୁରୁଷ ନାରୀ ମୁଦ୍ରା 
ଏ ପାଖ ସେ ପାଖ
ହେଲେ ନାରୀ କୁ ମୂର୍ଖ
କରେ ଅବହେଳିତ
ନାରୀ ବିନା ସଂସାର
ପାରି ବନି ଚଳି
ନାରୀକୁ ଅସମ୍ମାନ କଲେ
ସବୁ ଯିବ ଜଳି
 
ସେତ ନାରୀ କେବେ
ଯାଏ ନାହିଁ ହାରି
ସେ ତ ନାରୀ କେବେ—
✍️ସୁସ୍ମିତା ଦାଶ /ସୁବର୍ଣ୍ଣ ପୁର