Sahitya Jibana

Portal on odia literature

ବାଟ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ଏଇ ବାଟେ ଯାଇଛନ୍ତି କେତେ
ଯହିଁ ଯନ୍ତ୍ରଣା ଦୁଃଖ ନାହିଁ
ଏ ସେଇ ବାଟ ଯହିଁ
ରାମ ନାମ ସତ୍ୟ ହେ
ରାମ ନାମ ସତ୍ୟ ହେ
ନିସ୍ଵନ ଶୁଭେ ମଶାଣି
ଭୂଇଁ ଯାଏ
ଯଦିଓ ଚଲା ବାଟରେ
ପୁଷ୍ପ ବୃଷ୍ଟି ହେଉଛି
ଦେଖିବାକୁ କେହି ନାହିଁ
ତା ସୁଷମା ଅବିମୃଷ୍ୟକାରି !
ବାଟ ତ ସରିବାର ନାହିଁ
କେବେ ହଜିବାର ନାହିଁ
ଢେଂକିଶାଳରୁ ଢେଙ୍କାନାଳ ଯାଏ
କାଳ କାଳକୁ ରହି ଥାଏ !
ଏ ବାଟ କେତେ ବେଳେ
ପ୍ରତୀକ୍ଷାରେ ନବ ପ୍ରଣୟୀ
କେତେବେଳେ ଅବା
ଉଆଁସୀ କନ୍ୟାଟିଏ ପରି
ପୁଣି ଏ ବାଟ ଲୋଡ଼ା ହୁଏ
ତମ ଆମ ଭିତରେ
ସମ୍ପର୍କ ଯୋଡିବାରେ !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?