Sahitya Jibana

Portal on odia literature

ହେ ଈଶ୍ୱର – ଶକୁନ୍ତଳା ମହାପାତ୍ର

1 min read

“ହେ ଈଶ୍ବର “
ଶତ ନମନ….
ଚରଣାରବିନ୍ଦେ,
ଉତ୍ତାଳ ତରେଙ୍ଗ
ଅଟକି ଯାଇନି
ତ…..
ଜୀବନ ଯାତ୍ରା….
ତଥାପି..
ଅବଶୋଷ
ଉପଲବ୍ଧିର ।

ଅଦ୍ଭୂତ
ଏ ସର୍ଜନା….
ଅପଲକ ନୟନ
ଅନାବୃତ ବଳୟ
ତଥାପି….
ଅନୁଭବ ….
ଅପହଂଚର ।

ଅବାରିତ ବାରି….
ସ୍ବର୍ଣ୍ଣମୟୀ ବସୁଧା
ଅଦ୍ଭୂତ
ରସାୟନ….
ତଥାପି….
ଅତୃପ୍ତ କ୍ଷୁଧା
ଜରାଜୀର୍ଣ୍ଣ ବ୍ୟାଧି
ରନ୍ଧ୍ରେ ରନ୍ଧ୍ରେ
ଲୋମକୂପର ।

ଆଜି …
ଭିନ୍ନ ଏକ
ବିଡମ୍ବନା….
କରୋନା ଆତଂକ
ତଥାପି…..
ତୁଟିନି ବିଶ୍ବାସ….
ହେ ଅବତାରୀ….
ଦିଅ ହେ….
ଅଭୟ ଆଶ୍ବସ୍ତି
ଆଶ୍ବାସନା
ଇତି ……..
ମଥାନତର ।🙏

ଶକୁନ୍ତଳା ମହାପାତ୍ର
ଖଣ୍ଡପଡା, ବଜ଼ାରସାହି
ନୟାଗଡ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?