Sahitya Jibana

Portal on odia literature

ଭୁଲ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ମାଆ ଯାହାର ସାହା
ଠାକୁରେ ଅଛନ୍ତି ଚଉବାହାକୁ
ଚକା ଆଖି ସବୁ ଦେଖୁଛି
ଏହା ସିନା ଜାଣି ଥିଲି ଆରତୀ ଠୁ !
ଜାଣି ଥିଲେ
ଆମ ଘର ଆମ ସଂସାର ରଣଭୂମି
ଘର ମୋର ସ୍ୱର୍ଗରେ
ସୃଷ୍ଟି ହେବ କୁରୁକ୍ଷେତ୍ର
ଆଉ ଜାଣି ଥିଲେ
ପଥର ଖସୁଛି ବଡ଼ ଦେଉଳୁ
ହୁଏତ କରିଥାନ୍ତି ଭୀଷ୍ମ ପ୍ରତିଜ୍ଞା !
ସୁଖ ସଂସାର ଆଶାକରି
କାଳିଆ ଭରସା ରଖି
ଦେଇ ନ ଥାନ୍ତି ଟୋପାଏ ସିନ୍ଦୁର
ତମ ପାଖୁ ଶିଖି ନ ଥାନ୍ତି
ଏଇ ସଂଘର୍ଷ ଏଇ ଆମ ସଂସାର
ଗଢି ଜାଣିଲେ ଘର ସୁନ୍ଦର !
ଜୋର ଯାର ମୁଲକ ତାର
ବସ୍ତ୍ର ହରଣ
ପ୍ରତିଧ୍ୱନି ଅନ୍ୟାୟ
ସହିବି ନାହିଁ
ନାରୀ ପାଇଁ
ମହାଭାରତ ରାମାୟଣ
ଅଣ୍ଟିଛୁରୀ ତଣ୍ଟି କାଟେ
ଦାଦାଗିରି
ମାନିନୀ ଭୁଲ କାଲି
ଜାଣି ଜାଣି
ପଞ୍ଜୁରୀ ଭିତରେ
ଶାରୀ ମନେ କରି !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ,କୋଠାଘର, ପାଟଣା, କେନ୍ଦୁଝର