Sahitya Jibana

Portal on odia literature

ଆମର ଵୀର ଯବାନ – ଟୋନିସ ରୋହିଦାସ

1 min read

 

ହେ ବୀର ତୁମେ ଭାରତ ମାଟିର ସନ୍ତାନ,
ଦେଶ ପାଇଁ ତୁମେ ନିଜକୁ ଦେଇ ଦେଲ ବଳିଦାନ।।
ମା ମାଟି ର ରଖିବା ପାଇଁ ମନ,
ଶତ୍ରୁ ସହ କରି ଯୁଦ୍ଧ, ଶତ୍ରୁ ର ଆଘାତେ ଗଲା ତୁମରି ଜୀଵନ।।

ହେ ବୀର ଜବାନ,ତୁମକୁ କୋଟି ସଲାମ।।

ତୁମର ସେଇ ବଳିଦାନ ହେବ ନାହିଁ ବ୍ୟର୍ଥ,
ଶତ୍ରୁ ର ଦେହରୁ ବହିବ ରକତ,ନେଉଛୁ ଆମେ ଶପଥ।।
ତୁମରି ଜୀବନ କୁ ବାଜି ଲଗେଇ
ଲଢୁ ଥିଲ ମାଟି ପାଇଁ।।
ଚଳନା କରି ଶତ୍ରୁ ଦେଇଛି ଆଘାତ
ଆଜି ତୁମକୁ ଝୁରୁଛି ଏ ମାଟି,ଝୁରୁଛି ଏ ଭାରତ ଭୂଇଁ।।
ହେ ବୀର ଜବାନ ତୁମକୁ କରୁଛୁ ସଲାମ।।
ନିଜ ଜୀବନ କୁ ଦେଇ ରଖିଦେଇଛ
ଭାରତ ମାଟିର ସମ୍ମାନ।।
ଧନ୍ୟ ହେ ବୀର,ଧନ୍ୟ ତୁମ ବଡ଼ପଣ
ଏ ମାଟି କୋଳରେ ଆଉ ଥରେ ହୁଅ ଜନମ।।
କାନ୍ଧୁଚି ଆଜି ମା ର ମମତା,
କାନ୍ଧେ ଆଜି ଏ ଧରା।।
ଶୁନ୍ୟ ହୋଇଗଲା ଆଜି ଗୋଟେ ମା ଆଖିର ତାରା।।
ଝୁରେ ତୁମକୁ ଆଜି ଭଉଣୀ, କଉଠି ଅଛ ମୋ ଭାଇ।।
ମନ ବିକଳ ହୁଏ ତୁମକୁ ଥରେ ଦେଖିବା ପାଇଁ।।
ହେ ବୀର ଜବାନ, ତୁମକୁ କୋଟି ସଲାମ,
ହେ ବୀର ଜବାନ,ତୁମକୁ କୋଟି ସଲାମ।।

ଟୋନିସ ରୋହିଦାସ
ପାମରା,ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?