Sahitya Jibana

Portal on odia literature

ନୂଆ ଋତୁରାଜ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ପଥର ଖସୁଛି ବଡ଼ ଦେଉଳୁ
ସ୍ବପ୍ନ ସାଗରରେ ବୁଡିବା ପରେ
ଚକା ଆଖି ସବୁ ଦେଖୁଛି ବୋଲି ଛାଡି ଗଲ
ଝୁରୁଛି ତମକୁ କେଦାର ଗୌରୀ ପୀଠରେ
ଦଇବ ଦଉଡି ମୁଁ କହି ଥିଲି
ତମକୁ ଘୋଡାଇ ଦେବ ଅଦିନ ମେଘ
ନ ହେବେ କାଳିଆ ଭରସା
ଫୁଲ ଚନ୍ଦନ ଆଉ ଟୋପାଏ ସିନ୍ଦୁରରେ
ତମେ କହି ଗଲ ଶ୍ରଦ୍ଧାଞ୍ଜଳି
ଭାଗ୍ୟ ହାତେ ଡୋରି
ସତ କେବେ ଲୁଚି ରହେନା
ଭକ୍ତ ସାଲବେଗ ପାଇଁ
ଫୁଟିବାକୁ ଜାଇ ଫୁଲ ହୋଇ
ଆମ ନୂଆ ଋତୁରାଜରେ !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର